ସାପକୁ ଘଉଡାଇବା ପାଇଁ ଚପଲ ଫୋପାଡିଥିଲେ ମହିଳା, ଚପଲ ନେଇ ଚାଲିଗଲା ସାପ; ଦେଖନ୍ତୁ ଭିଡିଓ

ଦୁନିଆରେ ବିଭିନ୍ନ ପ୍ରକାରର ଭୟଙ୍କର ଏବଂ ବିପଦପୂର୍ଣ୍ଣ ଜୀବଜନ୍ତୁ ରହିଛନ୍ତି। ଏହାକୁ ଦେଖିବା ମାତ୍ରେ ଭୟ କରିଯାହାନ୍ତି ଲୋକେ। ଆଉ ସାପ ନାଁ ଶୁଣିଲେ ମଣିଷ ମନରେ ଏମିତି ଭୟ ଆସିଥାଏ। ସାପ ନାଁ ଶୁଣିବା ମାତ୍ରେ ମଣିଷ ଅତର୍କିତ ଭାବେ ଦୌଡିବାକୁ ଲାଗିଥାଏ । କିଏ ଜୀବନ ବିକଳରେ କେମିତି କେଉଁଆଡେ ଦୌଡିବାକୁ ଲାଗେ। ଆଉ ବିଷଧର ସାପ ନାମ ଶୁଣିଲେ ମଣିଷ ଜୀବନ ଭୟରେ ଦୌଡେ । ସାପ କାମୁଡିବା ଭୟରେ ଲୋକେ ଡରି ଯାଆନ୍ତି। ସାପର ଗୋଟେ ବୁନ୍ଦା ବିଷ ଜୀବନ ମଧ୍ୟ ନେଇପାରେ।
ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ସାପର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସାପଟି ରାସ୍ତାରେ ବୁଲି ଘରକୁ ପଶୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଜଣେ ମହିଳା ଘର ଭିତରେ ଥାଇ ସାପକୁ ଘଉଡାଇବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ଏହି ସମୟରେ ସାପଟି ନ ଡରିବା ଯୋଗୁଁ ମହିଳା ଜଣକ ତା ଉପରେ ଚପଲ ଫୋପାଡିଦେଇଛନ୍ତି। ଆଉ ଯେମିତି ମହିଳା ଜଣକ ଚପଲ ଫୋଫାଡୁଛନ୍ତି, ସାପ ମୁହଁରେ ଚପଲ ଧରି ଚାଲିଯାଉଛି । ତେବେ ସାପ ଚପଲରେ ମୁହଁରେ କାମୁଡି ଧରି ଯାଉଛି।
I wonder what this snake will do with that chappal. He got no legs. Unknown location. pic.twitter.com/9oMzgzvUZd
— Parveen Kaswan, IFS (@ParveenKaswan) November 24, 2022
ଭିଡିଓରେ ଦେଖିବାକୁ ମିଳିଛି, ସାପଟି ଚପଲକୁ ମୁହଁରେ ଧରି ଯାଉଥିବା ବେଳେ ମହିଳା ଜଣକ ଚପଲ ମାଗୁଛନ୍ତି। ତେବେ ସାପ ଏହା ନ ଶୁଣି ଚପଲ ଧରି ଚାଲିଯାଉଛି। ଏହି ଭିଡିଓ ଭାଇରଲ ହେବା ପରେ ଲୋକେ ହସି ହସି ଗଡିଯାଉଛନ୍ତି ।
ଏହି ଭିଡିଓକୁ ଆଇଏଫଏସ୍ ପ୍ରବୀଣ କାସଓ୍ଵାନ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହାକୁ ସୋସିଆଲ ମିଡିଆରେ ବେଶ୍ ପସନ୍ଦ କରାଯାଉଛି। ଏହାକୁ ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ ୧ ଲକ୍ଷ ୧୯ ହଜାରରୁ ଅଧିକ ଭ୍ୟୁ ମିଳିସାରିଛି। ଆଉ ଏହି ଭିଡିଓ ଭାଇରଲ ହେବାରେ ମଧ୍ୟ ଲାଗିଛି।