ଯେତେବେଳେ ଟ୍ରେନ ଇଞ୍ଜିନ ଭିତରକୁ ହଠାତ୍ ପଶିଆସିଲା ସାପ, ସେତେବେଳେ ଡ୍ରାଇଭରଙ୍କ ହାଲ୍ ହେଲା ବେହାଲ୍

ଘରେ ଏବଂ ଗାଡିରେ ଆପଣ ସାପ ବାହାରିବାର ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି ଟ୍ରେନରେ ସାପ ବାହାରିବା ବିଷୟରେ। ଆଜ୍ଞା ହଁ ଉଧମପୁର-ଦିଲ୍ଲୀ ମେଲ ଇଞ୍ଜିନରେ କିଛି ଏମିତି ଦ୍ରୁଶ୍ୟ ଦେଖିବାକୁ ମିଳିଛି। ଟ୍ରେନର ଡ୍ୟାସ ବୋର୍ଡ ଉପରେ ଏକ ଅଢ଼େଇ ମିଟର ଲମ୍ବର ସାପ ଚାଲିବାକୁ ଲାଗିଲା। ତେବେ ସାପକୁ ଦେଖିବା ପରେ ଟ୍ରେନର ଲୋକୋ ପାଇଲଟ୍ ମଧ୍ୟ ଭୟଭୀତ ହୋଇଗଲେ ଏବଂ ସେ ତୁରନ୍ତ ଏହାର ସୂଚନା କଣ୍ଟ୍ରୋଲ ରୁମକୁ ଦେଲେ ଏବଂ ସାହାଯ୍ୟ ମାଗିଲେ।
ମିଡିଆ ରିପୋର୍ଟ ଅନୁଯାୟୀ ଉତ୍ତର ରେଲେଓ୍ଵର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାର କହିଲେ ଯେ ଏହି ଘଟଣା ସୋମାବାର ରାତି ସାଢ଼େ ୯ଟା ସମୟ ପାଖାପାଖି ଘଟିଥିଲା। ଲୁଧିଆନା ନିକଟବର୍ତ୍ତୀ ଟ୍ରେନରେ ଲୋକୋ ପାଇଲଟଙ୍କୁ ସାପ ଦେଖିବାକୁ ମିଳିଥିଲା। ଟ୍ଵିଟରରେ ଏହି ଘଟଣାର ଭିଡିଓ ଖୁବ୍ ଭାଇରାଲ ହେଉଛି।
Snake on the control panel of a loco engine in a train….horror pic.twitter.com/gSle1euOSh
— Abhijeet Anand (@abhijeet_ana) August 21, 2019