ସ୍ପେଶାଲ

ସାର୍ଟ ଭିତରେ ପଶିରହିଛି ବିଷଧର ସାପ

ପିନ୍ଧିଥିବା ସାର୍ଟ ଭିତରେ ପଶିରହିଛି ବିଷଧର ସାପ। କଣ ଡରିଗଲେ କି? ଡରିବା ବି ସ୍ୱାଭାବିକ। ସାପ ନାଁ ରେ ତ ମନରେ ଛନକା ପଶିଯାଏ। ଏହା ପୁଣି ସାର୍ଟ ଭିତରେ ପଶିରହିଛି। ଦେଖିଲେ ଭୟ କରିବା ଅତି ସାଧାରଣ କଥା। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ଏ ଯୁବକ ଜଣଙ୍କୁ ଦେଖିଲେ। ଗଛ ମୂଳରେ ବସିଥିବା ସମୟରେ ତାଙ୍କ ସାର୍ଟ ଭିତରେ ଏହି ନାଗ ସାପଟି ପଶିଯାଇଥିଲା। ସାପକୁ ଦେଖି ପ୍ରଥମେ ଛାନିଆ ହୋଇଯାଇଥିଲେ ଯୁବକ। ଏଭଳି ବିଷଧର ନାଗ ସାପ ପଶିଲେ ଚୋଟ କେତେବେଳେ ବି ମାରିଦେବ ।ଯାହା କାରଣରୁ ଜୀବନ ବି ଚାଲିଯାଇପାରେ। ସେଥିପାଇଁ ଭୟରେ ଚିତ୍କାର କରିବାକୁ ଲାଗିଲେ। ଏହାଶୁଣି ଆଖପାଖରେ ଥିବା ଲୋକ ଯୁବକ ନିକଟରେ ପହଞ୍ଚି ସାପକୁ ବାହାର କରିବାରେ ସାହାଯ୍ୟ କରିଥିଲେ। ଯାହାର ଭିଜୁଆଲ୍‌ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ଭିଡିଓରେ ଶୁଣିବାକୁ ମିଳୁଛି ଯେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଉକ୍ତ ବ୍ୟକ୍ତିଙ୍କୁ ହଲିବାକୁ ମନା କରୁଛନ୍ତି, ଯାହା ପରେ ବ୍ୟକ୍ତି ଭୟଭୀତ ହୋଇ ସ୍ଥିର ରହିଛନ୍ତି ଆଉ ସାପ ବାହାରିବାକୁ ଅପେକ୍ଷା କରୁଛନ୍ତି । ଯେତେବେଳେ ସାପ ବାହାରକୁ ନ ଆସୁଛି ସେତେବେଳେ ଉପସ୍ଥିତ ଥିବା ଜଣେ ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସି ତାଙ୍କର ସାର୍ଟ ଖୋଲିବା ଆରମ୍ଭ କରୁଛନ୍ତି । ଏହା ପରେ ଧୀରେ ଧୀରେ ସାପଟି ତାଙ୍କ ସାର୍ଟରୁ ବାହାରିଯାଉଚି । ଭିଡ଼ିଓ ଦେଖିଲେ ଆପଣ ଜାଣିପାରୁଥିବେ ..

ସାପଟି ବାହାରକୁ ଆସିଗଲା ପରେ ସମସ୍ତେ ସତର୍କ ହୋଇଗଲେ। ଜୀବନ ବଞ୍ଚିବା କାରଣରୁ ସେ ଭଗବାନଙ୍କ ଧନ୍ୟବାଦ ଜଣାଇଲେ। ସୂଚନା ଅନୁସାରେ ବ୍ୟକ୍ତି ଜଣକ ଖାଇବା ପରେ ସେଠାରେ ଥିବା ଏକ ଗଛ ମୂଳରେ ଆରାମ କରିବା ପାଇଁ ବସିଥିଲା। ଏହିସମୟରେ କେତେବେଳେ ତାଙ୍କ ସାର୍ଟ ଭିତରେ ନାଗ ସାପ ପଶିଗଲା ତାଙ୍କୁ ଜଣାପଡ଼ିଲାନି। ପରେ ଜାଣିଲା ବେଳକୁ ସାପ ତାଙ୍କ ସାର୍ଟ ଭିତରେ ଥିଲା। ଏହି ଭିଡ଼ିଓ କୁ ଆଇପିଏସ ରୁପିନ ଶର୍ମା ନିଜ ଟ୍ଵିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଯାହା ଏବେ ଖୁବ ଭାଇରାଲ ହେ ଉଛି। ତେଣୁ ଆପଣ ବି ଯଦି ଏ ବର୍ଷା ଦିନରେ କେଉଁଠି ବେି ଆରାମ କରୁଛନ୍ତି ତେବେ ସେ ସ୍ଥାନକୁ ଭଲ ଭାବେ ଦେଖିନିଅନ୍ତୁ। ସତର୍କ ଓ ସଜାଗ ରୁହନ୍ତୁ ।

D Sonali

Recent Posts

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

1 min ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

15 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

21 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

51 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

58 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago