ପଙ୍କରେ ପଶି ନାଗ ସାପକୁ ଖଣ୍ଡ ବିଖଣ୍ଡିତ କରିଦେଲୋ ନେଉଳ, ଦେଖନ୍ତୁ ଭିଡିଓ

ଆପଣ ସବୁବେଳେ ନିଜ ଘରର ଆଖପାଖରେ ନେଉଳ ନିଶ୍ଚିତ ଭାବେ ଦେଖିଥିବେ। ନେଉଳ ଆଉ ସାପ ଶତ୍ରୁତା ବିଷୟରେ ମଧ୍ୟ ନିଶ୍ଚିତ ଶୁଣିଥିବେ। ତେବେ ଅନେକ ଥର ଏମିତି କିଛି ଭିଡିଓ ମଧ୍ୟ ଦେଖିଥିବେ। ଯେଉଁଥିରେ ସାପ ଓ ନେଉଳ ଲଢୁଥିବା ନଜର ଆସିଥିବେ।

ସାଧାରଣତଃ ନେଉଳ ବହୁତ ଫୂର୍ତ୍ତି ଏବଂ ସାହାସୀ ଜନ୍ତୁ। କୌଣସି ସାପକୁ ମଧ୍ୟ ଡରେ ନାହିଁ ବରଂ ଯେତେ ବିଷଧର ସାପ ହେଉ ନା କାହିଁକି ନେଉଳକୁ ଦେଖି ଭୟଭୀତ ହୋଇଯାଏ। ଅନେକ ଥର ନେଉଳ ନିଜ ଦାନ୍ତରେ ସାପକୁ କାଟି ଖଣ୍ଡ ଖଣ୍ଡ କରିଦିଏ। ତେବେ ଆପଣ ଏହି ଭିଡିଓ ଦେଖିଲେ ନିଶ୍ଚିତ ଅନୁମାନ କରିପାରୁଥିବେ।

ନିକଟରେ ସ୍ନେକ୍ସ ଅଫ ଇଣ୍ଡିଆ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଏକ ନେଉଳ ପଙ୍କ ଭିତରେ ପଶି ନାଗ ସାପକୁ ଶିକାର କରୁଛି। ଏହି ଲଢେଇ ସମୟରେ ନେଉଳ ସାପ ଉପରେ ଆକ୍ରମଣ କରିବାରେ ଲାଗିଛି। କିନ୍ତୁ ସାପ ନିଜକୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଛି। ଲଢେଇ ସମୟରେ ନେଉଳ ନିଜ ଦାନ୍ତରେ ସାପ ଉପରେ ଆକ୍ରମଣ କରୁଛି। ଫଳରେ ସାପ ଆହତ ହେବା ପରେ ନେଉଳ ସାପକୁ ମାରି ନିଜର ଶିକାର କରୁଛି। ତେବେ ଆପଣ ଏହି ଭିଡିଓ ଦେଖିଲେ ନିଶ୍ଚିତ ଭାବେ ଡରିଯିବେ।

ଏହି ସାପ ଓ ନେଉଳ ଭିଡିଓକୁ ୟୁଜର୍ସ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ଏହି ଭିଡିଓକୁ ସୋସିଆଲ ମିଡିଆରେ ୭୧ ହଜାରରୁ ଅଧିକ ଭ୍ୟୁ ହୋଇସାରିଛି। ସେହିପରି ୪ ହଜାରରୁ ଅଦିକ ୟୁଜର୍ସ ଲାଇକ କରିସାରିଛନ୍ତି। ଅଧିକାଂଶ ୟୁଜର୍ସ କମେଣ୍ଟରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.