ସ୍ପେଶାଲ

ବାଇକ୍ ଉପରେ ଫଣା ଟେକି ବସିଲା ସାପ, ଭାଇରାଲ୍ ହେଉଛି ଏହି ଭିଡିଓ

ଯଦି ଆପଣ ବାଇକ୍ କିମ୍ବା ସ୍କୁଟି ଚଲାଉଛନ୍ତି ତେବେ ଗାଡି ଷ୍ଟାର୍ଟ କରିବା ପୂର୍ବରୁ ଥରେ ଭଲ ଭାବେ ଚେକ୍‌ କରି ନିଅନ୍ତୁ । କାହିଁନା ଆପଣଙ୍କ ଗାଡି ଭିତରେ ଥାଇପାରେ ବିଷାକ୍ତ ସାପ । ଯାହା ଆପଣଙ୍କ ଜୀବନ ନେଇଯାଇପାରେ । ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

ହଁ ଆଜ୍ଞା ବାଇକରୁ ବାହାରିଲା ସାପ । କଥାଟା ଶୁଣିଲା ବେଳକୁ ଛାତିରେ ଛନକା ପଶିଯାଉଛି ନା । ହେଲେ ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶରେ । ଯାହା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଯେତେବେଳେ ଜଣେ ଯୁବକ ତାଙ୍କ ବାଇକ୍ ଟିକୁ ପାର୍କିଂ କରି ରେଲୱେ କ୍ରସିଂ ପାଖରେ ଟ୍ରେନ୍ ଅତିକ୍ରମ କରୁଥିବାରୁ ଅପେକ୍ଷା କରିଥାନ୍ତି ଏବଂ ଟ୍ରେନ୍ ଟି ପାର୍ ହେବା ପରେ ସେ ଯେତେବେଳେ ନିଜ ବାଇକକୁ ଫେରି ଦେଖନ୍ତି ତ ବାଇକ ଉପରେ ଏକ ସାପ ଫଣା ଟେକି ବସିଛି । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାଇକ୍ ର ତେଲ ଟାଙ୍କି ଉପରେ ସାପଟିକୁ ବସିଥିବାର ଦେଖି ଘଟଣାସ୍ଥଳରେ ଭିଡ ଜମିଥିଲା ।

ଦିନେଶ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି X ରେ ଏହି ଘଟଣାର ଭିଡିଓ ସେୟାର କରିଛନ୍ତି। ୫୭ ସେକେଣ୍ଡର ଭିଡିଓରେ ସାପଟି ବସିଥିବାର ଦେଖିବାକୁ ମିଳୁଛି । ଫୋନର ଫ୍ଲାସ ଲାଇଟ୍ ମାଧ୍ୟମରେ ସାପଟି ଦୃଶ୍ୟମାନ ହେଉଥିଲା । ତେବେ ଏହି ଗଟଣାଟି ଗାନ୍ଧୀ ନଗରର ଛତୋ ରୋଡ୍ ରେ ଘଟିଥିବା କୁହାଯାଉଛି । ଅନ୍ଧାର ହୋଇଥିବାରୁ ସାପଟି କେଉଁ ପ୍ରଜାତିର ତାହା ଚିହ୍ନିବା କଷ୍ଟକର ହୋଇଥିଲା । ତେବେ ଏହି ଭିଡିଓରେ କେହି ଜଣେ ବାଡ଼ି ଆଣିବାକୁ କହୁଥିବା ଶୁଣିବାକୁ ମିଳିଥିଲା ​​।

ଉଲ୍ଲେଖଯୋଗ୍ୟ, ବନ୍ୟପ୍ରାଣୀ (ସୁରକ୍ଷା) ଅଧିନିୟମ, ୧୯୭୨ ଅନୁଯାୟୀ ଭାରତରେ ସାପ ମାରିବା ବେଆଇନ ଅଟେ । ସାପର ବିଷ କାଢିବା କିମ୍ବା ଚୋରା ଚାଲାଣ କରିବା ଉପରେ ବି ପ୍ରତିବନ୍ଧକ ଲାଗିଛି । ତେବେ ଦୁଇ ଚକିଆ ଯାନରେ ସାପ ଦେଖିବାକୁ ମିଳିବା ଏହା ପ୍ରଥମ ଘଟଣା ନୁହେଁ । ୨୦୨୧ ମସିହାରେ, IFS ଅଧିକାରୀ ସୁକାନ୍ତ ନନ୍ଦା ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ଏକ ସ୍କୁଟିର ହେଡଲାଇଟ୍ ପଛ ପରେ ଏକ ବଡ଼ ସାପ ଲୁଚିଥିବାର ଦେଖାଯାଇଥିଲା । ସାପ ଗାଡିର ହେଡଲାଇଟ୍ ଖୋଲିବା ପରେ ବାହାରି ଆସିଥିଲା । ଏହା ପରେ ଏକ ବଡ଼ ବାଡି ସାହାଯ୍ୟରେ ସାପକୁ ଧରିବାରେ ସକ୍ଷମ ହୋଇଥିଲେ ।

ଏହି କ୍ଲିପ୍ ସେୟାର୍ କରି IFS ଅଧିକାରୀ ସୁକାନ୍ତ ନନ୍ଦା ବର୍ଷା ଋତୁରେ ଲୋକମାନଙ୍କୁ ସେମାନଙ୍କ ଯାନବାହାନ ଗୁଡ଼ିକୁ ଭଲ ଭାବରେ ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ। ସେ ଲେଖିଥିଲେ, “ବର୍ଷା ସମୟରେ ଏପରି ଅତିଥିମାନେ ସାଧାରଣ… କିନ୍ତୁ ଏହାକୁ ଉଦ୍ଧାର କରିବା ପାଇଁ ବ୍ୟବହୃତ ପଦ୍ଧତି ଅସାଧାରଣ ଅଟେ । କିନ୍ତୁ ଏହାକୁ କେବେ ଚେଷ୍ଟା କର ନାହିଁ। ”ତେବେ ଘଟଣା କେବେ ଓ କେଉଁଠାରେ ଘଟିଥିଲା ​​ତାହା ସ୍ପଷ୍ଟ ହୋଇନାହିଁ । ତେବେ ସ୍କୁଟିରେ ଥିବା ନମ୍ବର ପ୍ଲେଟ ସୂଚାଇ ଦେଇଥିଲା ଯେ ଭିଡିଓଟି ତେଲେଙ୍ଗାନାର ହୋଇପାରେ।

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

31 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

33 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago