କୁଞ୍ଚୁକୁଞ୍ଚିଆ କେଶରେ ଫସିଗଲା ସାପ, ଡରିକି ବ୍ୟକ୍ତି ଜଣକ କରି ପକାଇଲେ ଏମିତି କାମ

ସାପ ଏମିତି ଏକ ସରୀସୃପ, ଯାହାକି କେଉଁଠି କେତେବେଳେ ପହଞ୍ଚିଯାଏ, ତାହା କେହି ଜାଣିପାରନ୍ତି ନାହିଁ। କେତେବେଳେ ଲୋକଙ୍କ ଘର ଭିତରେ ତ କେତେବେଳେ ଲୋକଙ୍କ ଗାଡ଼ି ଭିତରେ। ଲୋକଙ୍କୁ ଯେତେବେଳେ ସାପ ଥିବା କଥା ଜଣାପଡ଼େ, ତ ସେମାନେ ଡରିକି ସେଠାରୁ ପଳାଇ ଯାଆନ୍ତି ଏବଂ ସଙ୍ଗେ ସଙ୍ଗେ ସାପ ଧରାଳିଙ୍କୁ ଡାକି ପକାନ୍ତି। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ କୁଞ୍ଚୁକୁଞ୍ଚିଆ କେଶ ଭିତରେ ଏକ ସାପ ଫସି ଯାଇଥିବା ଦେଖିବାକୁ ମିଳୁଛି।

ତେବେ କେଶରେ ଫସି ଯାଇଥିବା ସାପକୁ ବାହାର କରିବା ପାଇଁ ବ୍ୟକ୍ତି ଜଣକ ଅନେକ ଚେଷ୍ଟା କରୁଛନ୍ତି, ତଥାପି ସାପଟି ବାରମ୍ବାର କେଶ ଭିତରେ ଲୁଚି ଯାଉଛି। ସାପଟି ବହୁତ ଛୋଟ ଥିବାରୁ ବ୍ୟକ୍ତିଙ୍କୁ ଡର ଲାଗୁନାହିଁ। ଶେଷରେ ସେ ନିଜ କେଶରୁ ଏହି ଛୋଟ ସାପକୁ ବାହାର କରିବାରେ ସଫଳ ହେଉଛନ୍ତି।

ଏହି ଭିଡ଼ିଓକୁ Adorable Snake ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି, ଯାହାକୁ ଏ ପର୍ଯ୍ୟନ୍ତ ୭୦ ଲକ୍ଷରୁ ଅଧିକ ଭିୟୁଜ ମିଳିସାରିଲାଣି। ଏତିକି ହିଁ ନୁହେଁ, ୪ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ମଧ୍ୟ ଏହାକୁ ଲାଇକ କରିଛନ୍ତି।

 

View this post on Instagram

 

A post shared by @adorable.snakes

nbsp;

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.