ସ୍ପେଶାଲ

ଜାଣନ୍ତୁ ମାର୍ଚ୍ଚ ପର୍ଯ୍ୟନ୍ତ ପର୍ବତରେ କିପରି ପଡୁଛି ବରଫ, ଏହାକୁ ନେଇ ବୈଜ୍ଞାନିକ ଦେଲେ ବଡ଼ ମତ

ବର୍ତ୍ତମାନ ପାଣିପାଗରେ କ୍ରମାଗତ ଭାବେ ପରିବର୍ତ୍ତନ ହେଉଛି । ତେବେ ବେଳେବେଳେ ଥଣ୍ଡା ଏବଂ ବେଳେବେଳେ ଗରମ, ଏପରି ଭାବେ ପାଣି ପାଗ କ୍ରମାଗତ ଭାବରେ ବଦଳୁଛି । ଯେଉଁଥିପାଇଁ ଲୋକମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ଆମେ ପାହାଡ ବିଷୟରେ କହିବାକୁ ଯିବା, ତେବେ ମାର୍ଚ୍ଚ ମାସରେ ମଧ୍ୟ ବରଫ ପଡୁଥିବାର ଦେଖିବାକୁ ମିଳିଛି । ଯେଉଁ କାରଣରୁ ସେଠାରେ ପହଞ୍ଚିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ତଥାପି ଏହା ଭବିଷ୍ୟତକୁ ଯାଇ ମଣିଷଙ୍କ ପାଇଁ ଏକ ବିପଦ ସୃଷ୍ଟି କରିପାରେ ।

ସୂଚନା ମୁତାବକ, ହିମାଳୟ ଶତାବ୍ଦୀର ସବୁଠାରୁ ବଡ ପରିବର୍ତ୍ତନ ଦେଇ ଗତି କରୁଛି । ଏହା ସହ ଏହାର ପରମାନେଟ୍‌ ସ୍ଲୋ ଲାଇନ୍‌ ୧୦୦ ମିଟର ପଛକୁ ଯାଇଛି । ଏହା ବ୍ୟତୀତ ଆହୁରି ମଧ୍ୟ ଶୀତଦିନେ ତାପମାତ୍ରା ୧ ଡିଗ୍ରୀ ବଢିବା ଯୋଗୁ ଗ୍ଲେସିୟରଗୁଡିକ ତିନି କିଲୋମିଟର କମ୍‌ ହୋଇଯାଇଛି । ଯେଉଁ କାରଣରୁ ବରଫ ପଡିବାର ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି । ତେବେ ବରଫ ପଡିବା ସମୟରେ ପ୍ରାୟ ଦେଢ ମାସର ଅନ୍ତର ରହିଛି । ତେବେ ପୂର୍ବ ବର୍ଷ ତୁଳନାରେ ବର୍ତ୍ତମାନ ଦେଢ ମାସ ପରେ ପୁଣି ବରଫ ପଡିବାରେ ଲାଗିଛି ।

ସୂଚନା ଅନୁସାରେ, ପୂର୍ବରୁ ଡିସେମ୍ବର ଓ ଜାନୁୟାରୀରେ ବରଫ ବର୍ଷା ଆରମ୍ଭ ହୋଇ ଯାଉଥିଲା, କିନ୍ତୁ ଏବେ ବରଫ ବର୍ଷା ଫେବୃଆରୀ ମଧ୍ୟଭାଗରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଚାଲିଛି । ତେବେ ବିଶେଷଜ୍ଞମାନେ ୧୦୦ ବର୍ଷରୁ ଅଧିକ ସମୟ ପାଇଁ ତଥ୍ୟ ସଂଗ୍ରହ କରିଛନ୍ତି ଏବଂ କହିଛନ୍ତି ଯେ ଯଦି ଏପରି ଅଧିକ ସମୟ ପର୍ଯ୍ୟନ୍ତ ହେଲା, ତେବେ ଆସନ୍ତା ୮ ରୁ ୧୦ ବର୍ଷ ମଧ୍ୟରେ ବରଫ ବର୍ଷାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇପାରେ । ଏହା ବ୍ୟତୀତ ଏପରି ମଧ୍ୟ ଯେ ଦିନକୁ ଦିନ ବରଫ ବର୍ଷା ବହୁତ କମ୍ ହୋଇପାରେ । ତେବେ ଡିସେମ୍ବର ରୁ ଜାନୁୟାରୀରେ ପଡୁଥିବା ବରଫ କମ୍‌ ହେବା ଯୋଗୁ, ସେଠାରେ ଥଣ୍ଡା କମ୍‌ ହୋଇପାରେ । କିନ୍ତୁ ବର୍ତ୍ତମାନ ପଡୁଥିବା ବରଫ ସଠିକ୍ ଭାବରେ ଜମା ହେଉନାହିଁ । କାରଣ ଏବେ ମଧ୍ୟ ସେଠାରେ ତାପମାତ୍ରା ଅଧିକ ରହିଛି ।

ବିଶେଷଜ୍ଞଙ୍କ ମତ ଅନୁଯାଇ, ଯେତେବେଳେ ଡିସେମ୍ବର ଓ ଜାନୁଆରୀରେ ବରଫ ବର୍ଷା ହୋଇଥିଲା, ତେବେ ସେତେବେଳେ କମ୍ ତାପମାତ୍ରା ଯୋଗୁଁ ଏହି ସ୍ଥାନ ଥଣ୍ଡା ହୋଇଯାଇଥିଲା । କିନ୍ତୁ ଫେବୃଆରୀ ଏବଂ ମାର୍ଚ୍ଚରେ ପଡୁଥିବା ବରଫ ଉଚ୍ଚ ତାପମାତ୍ରା ଯୋଗୁ ତରଳିବାକୁ ଲାଗିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ପରିବର୍ତ୍ତିନ ହେଉଥିବା ପାଣିପାଗ ହିମାଳୟର ଉତ୍ତର ଓ ପୂର୍ବ ଭାଗରେ ସର୍ବାଧିକ ପ୍ରଭାବ ପକାଉଛି ।

D Sonali

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

15 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

21 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

35 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago