ଏଲିୟନ୍‌ଙ୍କ ଯୋଗୁ ସୃଷ୍ଟି ହେଉଛି କି ସାଇବେରିଆରେ କ୍ରେଟର! ବୈଜ୍ଞାନିକମାନେ କଲେ ନୂଆ ଖୁଲାସା

ସାଇବେରିଆର ତୁନ୍ଦ୍ରା ଅଞ୍ଚଳରେ ମିଳିଥିବା କ୍ରେଟର ବର୍ଷ ବର୍ଷ ଧରି କୌତୁହଳର ବିଷୟ ପାଲଟିଛି। କିଛି ଦିନ ତଳେ ଏହି ସ୍ଥାନରୁ ୩୦ ମିଟର ଗଭୀର ଓ ୨୦ ମିଟର ଚଉଡ଼ା କ୍ରେଟର ମିଳିଛି। ୨୦୧୩ ପରଠୁ ଏଠାରେ ୯ କ୍ରେଟର ମିଳିଛି। ଏହାକୁ ନେଇ ଉଲ୍‌କାପିଣ୍ଡ ଖସିବାଠୁ ଆରମ୍ଭ କରି ୟୁଏଫ୍‌ଓ ପର୍ଯ୍ୟନ୍ତ ଥିଓରି ସାମ୍ନାକୁ ଆସିଛି।

ଏନେଇ ଚର୍ଚ୍ଚା ହେଉଛି ଯେ ମାଟି ତଳେ ଏଲିୟନ୍‌ଙ୍କ ମିଲିଟାରୀ ବେସ୍‌ ରହିଛି ଓ ସେହି ହଲଚଲ ଯୋଗୁ କ୍ରେଟର ତିଆରି ହେଉଛି। ତେବେ ବୈଜ୍ଞାନିକମାନେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି କ୍ରେଟର ସୃଷ୍ଟି ହେଉଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି। ତେବେ ବର୍ତ୍ତମାନ ଯାଏଁ କ୍ରେଟର ସୃଷ୍ଟିର ପ୍ରକୃତ କାରଣ ଜଣାପଡ଼ିନାହିଁ।

crater

କ’ଣ କୁହନ୍ତି ବୈଜ୍ଞାନିକ:

ବୈଜ୍ଞାନିକମାନେ ପୂର୍ବରୁ ମଧ୍ୟ ଏଭଳି ଗର୍ତ୍ତରୁ ମାଟି ନେଇ ପରୀକ୍ଷଣ କରିଛନ୍ତି। ପ୍ରଥମ ଟେଷ୍ଟରେ ମାଟିରୁ ମିଥେନ୍‌ ଗ୍ୟାସ୍‌ ମିଳିଥିଲା, ଯାହା କିଛି ବର୍ଷ ଧରି ତାପମାତ୍ରା ବଢ଼ିବା ଯୋଗୁ ବଢ଼ିବାରେ ଲାଗିଥିଲା। ଏହା ଅଧିକ ପରିମାଣରେ ଜମା ହେଲେ ବିସ୍ଫୋରଣ ହୁଏ ଓ ବାହାରକୁ ବାହାରି ଆସେ। ଏହି କାରଣରୁ କ୍ରେଟର ତିଆରି ହୁଏ ବୋଲି ବୈଜ୍ଞାନିକମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.