ସ୍ପେଶାଲ

ପାଣି ଏତେ ଟଙ୍କା ଯେ ତା ମୂଲ୍ୟରେ ଆପଣ ଘର ବି କିଣିଦେବେ

ଦିନକୁ ଆପଣ କେତେ ଗ୍ଲାସ ପାଣି ପିଅନ୍ତି । କେତେ ପାଣି ବ୍ୟବହାର କରନ୍ତି । ତାର ହୁଏତ ହିସାବ ଆପଣଙ୍କ ପାଖରେ ନଥିବ । କାରଣ ବ୍ୟବହାର ଠାରୁ ଅଧିକ ପାଣି ନଷ୍ଟ ହେବାର ପ୍ରାୟ ଦେଖିବାକୁ ମିଳେ । ଯେଉଁମାନେ ଏପରି କରିଥାନ୍ତି ସେମାନଙ୍କୁ ପାଣିର ମୂଲ୍ୟ କେବେ ହୃଦୟଙ୍ଗମ କରିନାହାନ୍ତି । ଦୁନିଆରେ ଏମିତି ବି ପାଣି ରହିଛି ଯାହାର ମୂଲ୍ୟ ଏତେ ଯେ ଆପଣ ସେହି ମୂଲ୍ୟରେ ଘର ବି କିଣିପକାଇବେ । ବିଶ୍ୱାସ ହେଉନି ନାଁ । ନାଁ ହେବନି ବି । କିନ୍ତୁ ଏହା ସତ ଅଟେ । ତେବେ ଜାଣିବା ସତରେ କଣ ପାଣିର ମୂଲ୍ୟ ଏତେ ଅଛି ତେବେ ତାହା କୋଉଠି ଏବଂ କୋଉଭଳି ପାଣି ଆଉ ତାର କଣ ଖାସିୟତ ।

ଆକ୍ୟୁଆ ଦି କ୍ରିଷ୍ଟାଲୋ ଟ୍ରିବ୍ୟୁଟୋ ଅ ମୋଦିଗ୍ଲିଆନି । ଏହି ପାଣି ଅତ୍ୟନ୍ତ ମହଙ୍ଗା ଅଟେ । ଏହିପରି ୭୫୦ଲିଟର ପାଣି ପାଇଁ ୬୦,୦୦୦ଡଲାର ଅର୍ଥାତ ୪୩ଲକ୍ଷ ଖର୍ଚ୍ଚ କରିବାକୁ ପଡିପାରେ । ଏହି ସମଗ୍ର ବିଶ୍ୱରେ ବିକ୍ରି ହେଉଥିବା ସବୁଠାରୁ ମହଙ୍ଗା ବୋତଲ ପାଣି । ଏହି ପାଣି ଫିଜି ଓ ପ୍ରାନ୍ସର ଏକ ନ୍ୟାଚୁରାଲ ସ୍ପି୍ରଙ୍ଗରୁ ଆସେ । ଏହାର ବୋତଲ ୨୪କ୍ୟାରେଟ ସୁନାରେ ତିଆରି । ଏହି ବୋତଲ ପ୍ୟାକିଙ୍ଗର ମୂଲ୍ୟ ବି ସର୍ବାଧିକ । ଏହା ସହିତ ପାଣିର ଏକ ସ୍ୱତନ୍ତ୍ର ସ୍ୱାଦ ମଧ୍ୟ ରହିଛି ।

କୋନା ନିଗାରି ୱାଟର । ଏହା ୨୯ହଜାର ୩୦୬ଟଙ୍କାରେ ୭୫୦ଏମ ଏଲ ପାଣି ମିଳିଥାଏ । ଏହି ପାଣି ହାୱାଇରୁ ଏବଂ ଏହାକୁ ପ୍ଲାଷ୍ଟିକ ବୋତଲରେ ବିକ୍ରି ହେଉଛି । ଓଜନ ହ୍ରାସ କରିବା ପାଇଁ ଏହି ପାଣି ବ୍ୟବହୃତ ହୁଏ । ଏହା କେବଳ ଶକ୍ତି ବୃଦ୍ଧି କରେ ନାହିଁ । ସ୍କିନ ମଧ୍ୟ ଗ୍ଲୋ କରିଥାଏ । ଏହି ଜଳ ହାୱାଇ ଦ୍ୱୀପପୁଞ୍ଜରୁ ଆସିଥାଏ । ଏହି ପାଣି ଅନ୍ୟ ପାଣି ଅପେକ୍ଷା ଶୀଘ୍ର ହାଇଡ୍ରେଟ କରେ ।

ଫିଲିକୋ ଜୁଏଲ ୱାଟର । ଏହା ୭୫୦ମିଲିଲିଟର ଓ ଏହାର ମୂଲ୍ୟ ୧୫,୯୬୫ ଟଙ୍କା ଅଟେ । ଏହି ୱାଟର ବଟଲ ଜାପାନର ୱାଟର ବ୍ରାଣ୍ଡ ସ୍ପୋରୋଭିକ୍ସ କ୍ରିଷ୍ଟଲରେ ସଜାଯାଇଛି । ଯାହା ଏକ ଗିଫ୍ଟ ଅଟେ । ବଜାରରେ ଏହି ବୋତଲ ଲିମିଟେଡ ଅଟେ । ପାଣିରୁ ଅଧିକ ଏହାର ପ୍ୟାକିଂର ଗୁରୁତ୍ୱ ରହିଛି । ଏହି ବୋତଲ ଟି ଏକ ଗୋଲ୍ଡେନ କ୍ରାଉନରେ କଭର ହୋଇଛି । ଏହାର ପାଣି ଓସାକା ନିକଟ ରୋକୋ ମାଉଣ୍ଟେନରୁ ଆସିଥାଏ । ଏହି ପାଣି ଗ୍ରାନାଇଟ ଦ୍ୱାରା ଫିଲ୍ଟର ହୋଇଥାଏ ଏବଂ ଏଥିରେ କାଫି ଅକ୍ସିଜେନ ମଧ୍ୟ ରହିଥାଏ ।

ବ୍ଲିଙ୍ଗ ଏଚଟୁ ଓ । ଏହା ୨୯୧୬ଟଙ୍କା ପାଇଁ ୭୫୦ମିଲିଲିଟର ପାଣି ସହିତ ଆସିଥାଏ । ଆମେରୀକାରୁ ବ୍ଲିଙ୍ଗ ଏଚଟୁଓ ପାଣି ଆସିଥାଏ । ଏହାର ଶୁଦ୍ଧତା ପାଇଁ ପ୍ୟୁରିଫିକେସନ ପ୍ରୋସେସ ୯ଟି ଷ୍ଟେପରେ କରାଯାଇଥାଏ । ଏହି ପାଣି ଅନେକ ଥର ଫିଲ୍ଟର ହୋଇଥାଏ ।ଏହି ବୋତଲକୁ ବ୍ଲିଙ୍ଗ ବ୍ଲିଙ୍ଗ ସହ ସଜାଯାଇଛି ।

KNews Bureau

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

3 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

21 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

23 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

58 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago