ସୁନାର ମାସ୍କ ପିନ୍ଧିବା ପାଇଁ ଖର୍ଚ୍ଚ କରିଦେଲେ ଏତେ ଲକ୍ଷ ଟଙ୍କା, ନାଁ ଦେଲେ ‘ଶିବ ଶରଣ ମାସ୍କ’, ଭିତରେ ଅଛି ସାନିଟାଇଜର ଘୋଳ

‘ୟୁପିର ବାପ୍ପୀ ଲହିରି’ ନାଁରେ ଜଣାଶୁଣା କାନପୁରର ଜଣେ ବ୍ୟକ୍ତି ନିଜ ପାଇଁ ବନାଇଥିବା ସୁନାର ମାସ୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ହେଲେ ମନୋଜ ସେଙ୍ଗର, ଯାହାଙ୍କୁ ‘ମନୋଜାନନ୍ଦ ମହାରାଜ’ ନାଁରେ ମଧ୍ୟ ଜଣାଯାଇଥାଏ। ମନୋଜ ସୁନାର ମାସ୍କ ବନାଇବା ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ସେ କହିଛନ୍ତି, ମାସ୍କ ଭିତରେ ସାନିଟାଇଜରର ଘୋଳ ରହିଛି, ଯାହାକି ୩୬ ମାସ ପର୍ଯ୍ୟନ୍ତ କାମ କରିବ। ମନୋଜ ଏହାକୁ ‘ଶିବ ଶରଣ ମାସ୍କ’ ନାମ ଦେଇଛନ୍ତି। ବାପ୍ପୀ ଲହିରିଙ୍କ ଭଳି ମନୋଜଙ୍କୁ ବି ସୁନା ପ୍ରତି ସଉକ ରହିଛି। ସେ ୪ଟି ସୁନାର ଚେନ୍‌ ପକାଇଥାଆନ୍ତି, ଯାହାର ଓଜନ ଏକସାଥୀରେ ପାଖାପାଖି ୨୫୦ ଗ୍ରାମ। ତାଙ୍କ ପାଖରେ ଏକ ଶଙ୍ଖ, ମାଛ ଓ ଭଗବାନ ହନୁମାନଙ୍କ ଲକେଟ୍‌ ଅଛି। ଏ ସବୁ ବି ସୁନାରେ ତିଆରି। ମନୋଜ ପାଖାପାଖି ୨ କିଲୋ ଓଜନର ସୁନା ଆଭୂଷଣ ପିନ୍ଧିଥାଆନ୍ତି।

ଏଥି ସହିତ ମନୋଜଙ୍କ ପାଖରେ ଏକ ଯୋଡ଼ା ଗୋଲ୍ଡେନ ଇୟରରିଙ୍ଗସ୍‌, ରିଭଲଭର ପାଇଁ ଏକ ଗୋଲ୍ଡେନ କଭର ଏବଂ ୩ଟି ଗୋଲ୍ଡ ବେଲ୍ଟ ଅଛି। ତାଙ୍କୁ କାନପୁରର ‘ଗୋଲ୍ଡେନ ବାବା’ ମଧ୍ୟ କୁହାଯାଇଥାଏ। ମନୋଜ କହିଛନ୍ତି କି, ଏତେ ମାତ୍ରାରେ ସୁନା ପିନ୍ଧିଥିବା କାରଣରୁ ମୋତେ ଅସାମାଜିକ ଲୋକେ ବିଭିନ୍ନ ଧମକ ଚମକ ଦେଉଛନ୍ତି। ମୁଁ ସମସ୍ତ ସାବଧାନତା ଅବଲମ୍ବନ କରୁଛି ଏବଂ ସବୁ ସମୟରେ ମୋ ରକ୍ଷା ପାଇଁ ଦୁଇଜଣ ସଶସ୍ତ୍ର ଅଙ୍ଗରକ୍ଷକ ମଧ୍ୟ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.