ଏହି ଦେଶରେ ବିକ୍ରି ହେଉଛି ସାମାଜିକ ଦୂରତ୍ୱ ରକ୍ଷା କରୁଥିବା ଜୋତା, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ଭାଇରଲ

ବିଶ୍ବରେ କରୋନା ସ୍ଥିତି ଅଣାୟତ୍ତ ରହିଛି । କରୋନା କବଳରୁ ବର୍ତ୍ତିବା ପାଇଁ ଚେଷ୍ଟା ଜାରି ରହିଛି। ସାମାଜିକ ଦୂରତ୍ବ ରକ୍ଷା ପାଇଁ ବିଶ୍ବର ପ୍ରାୟ ସବୁ ଦେଶ କଠୋର କଟକଣା ଲଗାଇଛନ୍ତି । ତେବେ ଏବେ ସାମାଜିକ ଦୂରତ୍ବ ରକ୍ଷା କରିବା ଜୋତା । ରୋମାନିଆରେ ଏବେ ଏପରି ଏକ ଜୋତା ବିକ୍ରି ହେଉଛି ଯାହା ସାମାଜିକ ଦୂରତ୍ବ ରକ୍ଷା କରିବାରେ ବିଶେଷ ସହାୟକ ହୋଇପାରୁଛି ।

shoes

ସୂଚନା ଅନୁସାରେ, ରୋମାନିଆରେ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିଥିଲା । ଏହା ପରେ କଟକଣା କୋହଳ କରାଯାଇଥିଲା । କିନ୍ତୁ କଟକଣା କୋହଳ ପରେ ଲୋକେ ସାମାଜିକ ଦୂରତ୍ବକୁ ମାନୁନଥିବାର ଦେଖାଯାଇଥିଲା । ଏହା ପରେ ଜଣେ ଜୋତା ବିକାଳୀ ଏପରି ଏକ ଜୋତା ପ୍ରସ୍ତୁତ କରିଛନ୍ତି, ଯାହା ସାମାଜିକ ଦୂରତ୍ବକୁ ରକ୍ଷା କରିବାରେ ସାହାଯ୍ୟ କରୁଛି ।

Romanian shoemaker Grigore Lup works on a pair of long-nosed leather shoes, amid the outbreak of the coronavirus disease (COVID-19), in Cluj-Napoca

କ୍ଲୁଜ୍ ଟ୍ରାନ୍ସିଲବିଅନ୍ ସହରର ଜୋତା ନିର୍ମାତା ଗ୍ରିଗୋର୍ ଲୁପ୍ ନେ ଲୋକଙ୍କ ମଧ୍ୟରେ ଦୂରତା ରକ୍ଷା କରିବା ପାଇଁ ଏକ ନୂତନ ଜୋତା ପ୍ରସ୍ତୁତ କରିଛନ୍ତି । ଏହି ଜୋତା ୟୁରୋପୀୟ ସାଇଜ୍ ଅନୁସାରେ ୭୫ ନମ୍ବରରେ ଆସୁଛି ।

11

ଏହି ଜୋତା ପିନ୍ଧିବା ଦ୍ବାରା ଅତି କମରେ ଜଣଙ୍କଠାରୁ ଏକରୁ ଦେଢ ମିଟର ଦୂରତା ରହିପାରିବ । ଏବେ ଏହି ଜୋତାର ଫଟୋଗୁଡିକ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଏହି ଜୋତା ପାଇଁ ଅର୍ଡର ମଧ୍ୟ ମିଳିବାରେ ଲାଗିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.