ମୃତ୍ୟୁ ପରେ ଶରୀରର ଏହି ଅଙ୍ଗକୁ କାଢି ପ୍ରିୟ ଲୋକଙ୍କୁ ଦାନ କରନ୍ତି ପରିବାର ଲୋକେ

ଆଜିକାଲି ସୋସିଆଲ ମିଡିଆ ସାଇଟ୍ ବିଭିନ୍ନ ପ୍ରକାରର ଅଜବ କାହାଣୀ ଭାଇରାଲ ହେଉଛି । ବ୍ରିଟିଶ ୱେବସାଇଟର ଖବର ଅନୁଯାୟୀ, ଶେଷ ରୀତିନୀତି କରିବା ପୂର୍ବରୁ ମୃତ ବ୍ୟକ୍ତିଙ୍କ ଦାନ୍ତକୁ ଭାଙ୍ଗି ରଖି ଦିଆଯାଏ ଏବଂ ପରେ ପରିବାରର ସଦସ୍ୟ ଏହାକୁ ନିରାପଦରେ ରଖିଥାନ୍ତି। ‘‘DeathTeethStory’’ ନାମକ ଜଣେ ମହିଳା ଏପରି ଅଜବ ପରମ୍ପରାର କାହାଣୀ ସେୟାର କରି ଲୋକଙ୍କ ରାୟ ମାଗିଛନ୍ତି ।

ମହିଳା ଜଣକ କହିଛନ୍ତି ଯେ ସେ ବ୍ରିଟେନର ୱେଲ୍ସରେ ରୁହନ୍ତି ଏବଂ ତାଙ୍କ ପରିବାର ମଧ୍ୟରେ ଯାହାର ବି ମୃତ୍ୟୁ ହୁଏ ତେବେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ସେମାନଙ୍କ ଦାନ୍ତ କାଢ଼ି ଦିଆଯାଏ । ଏହି ଭଙ୍ଗା ଦାନ୍ତ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ବଣ୍ଟା ଯାଇଥାଏ । ଯିଏ ମୃତ ବ୍ୟକ୍ତିଙ୍କ ପାଇଁ ପ୍ରିୟ, ସେହି ଅନୁଯାୟୀ ସେମାନଙ୍କୁ ଦାନ୍ତ ଦିଆଯାଏ |

ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ତାଙ୍କ ସ୍ୱାମୀଙ୍କ ଜେଜେମା’ଙ୍କ ମୃତ୍ୟୁ ହୋଇଥିଲା, ଶାଶୁ ତାଙ୍କ ଜେଜେମା’ଙ୍କ ଦାନ୍ତକୁ ତାଙ୍କ ହାତରେ ଦେଇଥିଲେ। ସେତେବେଳେ ମହିଳା ଦାନ୍ତ ରଖିବାକୁ ମନା କରିଦେଲେ, ଏଥିପାଇଁ ତାଙ୍କ ସ୍ୱାମୀ ବହୁତ ରାଗିଗଲେ | ମହିଳା ଜଣକ ଯୁକ୍ତି କରିଛନ୍ତି ଯେ ସେ କାହାରି ଦାନ୍ତକୁ ତାଙ୍କ ପାଖରେ ରଖିବେ ନାହିଁ କିମ୍ବା ମୃତ୍ୟୁ ପରେ ତାଙ୍କ ଦାନ୍ତ ଭାଙ୍ଗିବାକୁ ଚାହୁଁନାହାଁନ୍ତି।

ଲୋକମାନେ ମହିଳାଙ୍କ ପୋଷ୍ଟରେ ଅନେକ ମନ୍ତବ୍ୟ ଦେଇଥିଲେ। ଜଣେ କହିଛନ୍ତି ଏହା ଏକ ଅଦ୍ଭୁତ ପରମ୍ପରା, ଅନ୍ୟ ଜଣେ ଲେଖିଛନ୍ତି ଯେ ଏହା ହେଉଛି ପାଗଳାମି । ସେହିପରି ଅନ୍ୟ ଜଣେ ଲେଖିଛନ୍ତି ଯେ ଏହା ସତରେ ଅଦ୍ଭୁତ, କିନ୍ତୁ ଏହା କାହାରିକୁ କ୍ଷତି ପହଞ୍ଚାଉ ନାହିଁ। ଆପଣ ଏହା ପଛରେ ଥିବା କାହାଣୀ ବିଷୟରେ ଜାଣିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.