ଦୁନିଆରେ ଏପରି ଅନେକ ଜାଗା ରହିଛି, ଯାହାକି କେବଳ ସୁନ୍ଦର ଓ ମନୋରମ ନୁହେଁ, ବରଂ ତାହା ଲୋକଙ୍କୁ ଚକିତ ମଧ୍ୟ କରିଦେଇପାରେ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଜାଗା ବିଷୟରେ କହିବାକୁ ଯାଉଛୁ, ଯାହା ପଥିବୀର ସବୁଠାରୁ ଆଶ୍ଚର୍ଯ୍ୟଜନକ ଜାଗା ମଧ୍ୟରୁ ଅନ୍ୟତମ। ଏହାର ନାଁ ସୋକୋଟ୍ରା ଦ୍ବୀପ। ୟେମେନର ଏହି ଛୋଟିଆ ଦ୍ବୀପ ‘ଏଲିଅନ୍ ଆଇଲ୍ୟାଣ୍ଡ’ ନାଁରେ ଜଣାଶୁଣା। ତେବେ ଏହା ବିଷୟରେ ଲୋକଙ୍କୁ ବହୁବର୍ଷ ଧରି ଜଣା ନ ଥିଲା। କିନ୍ତୁ ଶେଷରେ ଜାଗାର ସନ୍ଧାନ ମିଳିଗଲା ଏବଂ ଯେଉଁ ଜିନିଷ ଏଠାରେ ଦେଖିବାକୁ ମିଳିଲା, ତାହା ବହୁତ ଚିକିତ କଲା ଭଳି ଥିଲା।
ଏହାସହ ପଢ଼ନ୍ତୁ : ଏହା ହେଉଛି ବିଶ୍ବର ୭ ସ୍ଥାନ, ଯାହାକୁ ଦେଖିଲେ ଲାଗେ ପୂରା କାଳ୍ପନିକ
ୟେମେନଠାରୁ ୩୪୦ କିଲୋମିଟର ଦୂରରେ ଅବସ୍ଥିତ ‘ଏଲିଅନ୍ ଆଇଲ୍ୟାଣ୍ଡ’। ଏଠାରେ ବିଭିନ୍ନ ପ୍ରକାର ବକ୍ଷଲତା, ଜୀବଜନ୍ତୁ, ପାହାଡ଼, ମାଟି ଆଦି ଭିନ୍ନ ଭିନ୍ନ ରୂପରେ ମିଳିଥାଏ। ଏପରି କି, ଆପଣଙ୍କୁ ୨ କୋଟି ବର୍ଷ ତଳର ପୁରାତନ ବ୍କ୍ଷ ମଧ୍ୟ ମିଳିଯିବ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଠାରେ ରହିଥିବା ଏ ସମସ୍ତ ଜିନିଷ ବିଶ୍ବର ଆଉ କେଉଁଠି ବି ଦେଖିବାକୁ ମିଳେନାହିଁ।
କୁହାଯାଏ, ଏହି ଆଇଲ୍ୟାଣ୍ଡ ବା ସୋକୋଟ୍ରା ଦ୍ବୀପରେ ପାଖାପାଖି ୮୦୦ ଦୁର୍ଲ୍ଲଭ ପ୍ରଜାତି ରହିଛି। ବ୍କ୍ଷଗୁଡ଼ିକରୁ ବାହାରୁଥିବା ରସ ରକ୍ତ ପରି ଲାଲ୍ ହୋଇଥାଏ। ସେହି ରସକୁ ଜମେଇ ଧୂପ ପାଇଁ ବ୍ୟବହ୍ତ ଏକ ପ୍ରକାର ସୁଗନ୍ଧ ଝୁଣା ପ୍ରସ୍ତୁତ କରାଯାଏ। ଏହି ଆଶ୍ଚର୍ଯ୍ୟଜନକ ଜାଗାକୁ ୟୁନେସ୍କା ବିଶ୍ବ ଐତିହ୍ୟରେ ସାମିଲ କରିଛି।
ପୂର୍ବରୁ ଏଠାରେ ରହୁଥିବା ଲୋକେ ସବୁଥିରେ ପଛୁଆ ଥିଲେ। ଦୁନିଆ ବିଷୟରେ କିଛି ବି ଅବଗତ ନ ଥିଲେ। ଆଉ ସେମାନେ ଅଧିକ ଅନ୍ଧବିଶ୍ବାସକୁ ମାନୁଥିଲେ। କିନ୍ତୁ ଆଜିର ଦିନରେ ଏହି ଲୋକମାନେ ମୋବାଇଲ୍ ଓ ଇଣ୍ଟରନେଟ ଭଳି ସୁବିଧାକୁ ଆପଣାଇ ପାରିଛନ୍ତି।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…