ବିଭିନ୍ନ ବେଶରେ ମା ଦେଉଛନ୍ତି ଦର୍ଶନ, ଘଣ୍ଟ-ଘଣ୍ଟା ,ଢୋଲ, ମହୁରୀରେ ପ୍ରକମ୍ପିତ ହେଉଛି ମାଆ ଶାରଳାଙ୍କ ଶକ୍ତି ପୀଠ

ଆରମ୍ଭ ହୋଇଛି ପାର୍ବଣ ଋତୁ। ଏନେଇ ଚଳଚଞ୍ଚଳ ହେଲାଣି ରାଜ୍ୟର ସମସ୍ତ ଶକ୍ତିପୀଠ। ଦେବୀଙ୍କ ଆସିବାକୁ ନେଇ ସବୁଠି ଚାଲିଛି ପୂର୍ବ ପ୍ରସ୍ତୁତି। ପଲ୍ଲୀ ଠୁ ସହର ଯାଏ ସମସ୍ତେ ଏଥିପାଇଁ ଖୁସି । ମାଆଙ୍କ ଆଗମନ ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ପଡ଼ିଥାଏ। ତେବେ ପୀଠର ଗୋଟିଏ ଦିନ ପରେ ମେଢ଼ରେ ମାଆଙ୍କ ନବଦିନାତ୍ମକ ପୂଜାକୁ ପାଳନ କରାଯାଏ। ଏନେଇ ଜଗତସିଂହପୁର ମଧ୍ୟ ବାଦ୍‌ ପଡ଼ିନି ।

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ ମାଆ ଶାରଳାଙ୍କ ମନ୍ଦିର। ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଟାର୍ଥୀ ଦେବୀ ମା ଶାରଳା ଠାକୁରାଣୀଙ୍କ ପୀଠରେ ପାର୍ବଣ ପୂଜା ଆରମ୍ଭ ହୋଇଯାଇଛି। ମା ଙ୍କର ବିଭିନ୍ନ ବେଶ ସହିତ ଷୋଡଶ ଉପଚାରରେ ଚାଲିଛି ପୂଜାର୍ଚନା । ମୂଳାଷ୍ଟମୀ ଠାରୁ ଆରମ୍ବ ହୋଇଛି ମାଙ୍କର ଷୋଡ଼ଶ ଉପଚାର । ଯାହାକି ଦଶହରାରେ ଶେଷ ହେବ। ବିଶେଷ କରି ମା ଙ୍କ ର ୧୦ ୮ ପ୍ରକାର ଭୋଗ ସହିତ ମା ମହିଷାମର୍ଦ୍ଦିନୀ ବେଶ ରେ ଦର୍ଶନ ଦେବେ । ଏବେ ଠାରୁ ଭକ୍ତଙ୍କ ଆଗମନ ଆରମ୍ଭ ହେଲାଣି। ଭକ୍ତଙ୍କ ଗହଳିରେ ପ୍ରକମ୍ପିତ ହେଉଛି ପିଠ। ଚଣ୍ଡୀପାଠ ସହିତ ଆରମ୍ଭ ହୋଇଛି ରୀତି ନୀତିରେ ମାଆଙ୍କର ପୂଜାର୍ଚନା ।

ଏହା ଛଡା ସୁନାବେଶ କାତ୍ୟାୟାନୀ , ମହାଗୌରୀ ,କାଳରାତ୍ରି ,କୃଷ୍ଣମଣ୍ଡା ,ଚନ୍ଦ୍ରଘଣ୍ଟା ,ମହାକାଳୀ, ସିଦ୍ଧିଦାତ୍ରୀ ଆଦି ବେଶରେ ମା ଦର୍ଶନ ଦେବେ। ଏହି ଦର୍ଶନ କଲେ ଭକ୍ତଙ୍କୁ କୋଟି ପୁଣ୍ଯ ମିଳିଥାଏ ବୋଲି ଲୋକ ମତ ରହିଛି। ପାର୍ବଣରେ ମା ଙ୍କୁ ସୁସଜ୍ଜିତ ବିମାନରେ ପୁରୁଣା ଦେଉଳ ନଣ୍ଡା ଦେଉଳକୁ ନିଆଯାଇଥାଏ ଓ କାଳିକା ନାଚ ସହିତ ଘଣ୍ଟ-ଘଣ୍ଟା , ମାଦଳ, ମହୁରୀ, ତୁରୀ ରେ ପ୍ରକମ୍ପିତ ହୁଏ ମନ୍ଦିର ପରିବେଶ ।

ଦଶମୀଦିନ କଳସ ବିସର୍ଜନ ପରେ ପାର୍ବଣର ପରିସମାପ୍ତି ହୋଇଥାଏ । କରୋନା କଟକଣା ଯୋଗୁ ଦୁଇବର୍ଷ ହେବ ସବୁ ଫିକା ପଡ଼ିଥିଲା । ଚଳିତ ବର୍ଷ ଭକ୍ତ ମାନେ ବହୁସଂଖ୍ଯାରେ ଯୋଗଦେବାର ଅନ ୁମାନ ରହିଛି। ତେଣୁ ମନ୍ଦୀର ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ତା କରାଯIଉଛି। ମା ଙ୍କର ରୀତି ନୀତିରେ ପୂଜାଚାନା ହେଉଛି ଓ ରୀତି ନୀତି ରେ ମା ଙ୍କର ପୂଜାର୍ଚନା ଚାଲିଛି ବୋଲି କହିଛନ୍ତି ସେବାୟତ ମାନେ ..

ମନ୍ଦୀରରେ ରୀତି ନୀତିରେ ମାଙ୍କର ଷୋଡଶଉପଚାର ରେ ଚାଲିଛି ପୂଜା । ରାଜ୍ଯ ଓ ରାଜ୍ଯ ବାହାରୁ ଲୋକମାନେ ମା ଙ୍କ ଦର୍ଶନ ପIଇଁ ଆସୁଛନ୍ତି । ଚଳିତ ବର୍ଷ ବିନା କଟକଣା ରେ ପୂଜା ହେଉଥିବାରୁ ଭକ୍ତ ଓ ସେବାୟତ ଖୁସି ଅଛନ୍ତି। ମନ୍ଦୀରରେ ଅଷ୍ଟମୀ ,ନବମୀ ଓ ଦଶମୀର ଭକ୍ତ ମାନଙ୍କ ଅଧିକ ଭିଡ ହେବାର ସମ୍ଭାବନା ଅଛି। ଭକ୍ତ ମାନଙ୍କ ମାନସିକ ଚୁଡ଼ା ଘଷା ଭୋଗ କରିବା ପIଇଁ ଥିବାରୁ ଭିଡ କୁ ଦୁଷ୍ଟିରେ ରଖି ମନ୍ଦୀର ପ୍ରଶାସନ ପକ୍ଷରୁ ୍ଯIପକ ବ୍ଯବସ୍ତା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.