ମାଟିଶଙ୍ଖ ତିଆରି କରି ଅନେକ ପ୍ରଶଂସା ସାଉଁଟିଛନ୍ତି ମୟୂରଭଞ୍ଜ ଜିଲ୍ଲାର ସୁଷମା ବିଶ୍ୱାଳ

ମୟୂରଭଞ୍ଜ(କେନ୍ୟୁଜ୍): ହିନ୍ଦୁ ଧର୍ମରେ ଘରେ ଘରେ ଶଙ୍ଖର ଏକ ସ୍ୱତନ୍ତ୍ରତା ରହିଛି । ସାଧାରଣତଃ ସମୁଦ୍ରରୁ ମିଳୁଥିବା ଶଙ୍ଖ ଆମେ ସମସ୍ତେ ଦେଖିଛେ । ହେଲେ ଏବେ ମାଟିରେ ତିଆରି ଶଙ୍ଖ ବେଶ୍‌ ଆଦୃତ ଲାଭ ହେବା ସହ କାରିଗରୀଙ୍କୁ ସ୍ୱାବଲମ୍ବୀ କରାଇ ପାରିଛି । ସମୁଦ୍ର ଶଙ୍ଖର ସମାନ ସ୍ୱର, ସମାନ ଧ୍ୱନି ସହ ଅପେକ୍ଷାକୃତ କମ୍‌ ମୂଲ୍ୟରେ ମିଳୁଛି ମାଟି ଶଙ୍ଖ । ଫଳରେ ବିଭିନ୍ନ ବର୍ଗର ମହିଳାମାନେ ଏହାକୁ ଆପଣେଇ ନେଉଛନ୍ତି । ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଳକ ଧାଉଁଡିଆ ଗାଁର ସୁଷମା ବିଶ୍ୱାଳଙ୍କ ମାଟି ହସ୍ତଶିଳ୍ପ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ନିଜେ ସ୍ୱାବଲମ୍ବୀ ହେବା ପାଇଁ ପ୍ରଥମେ ମାଟିରେ ବିଭିନ୍ନ ଦେବାଦେବୀ, କଣ୍ଢେଇ ଆଦି ମୂର୍ତ୍ତି ତିଆରି କଲେ । ପରେ ଶଙ୍ଖ ତିଆରି ପ୍ରତି ଆଗ୍ରହ କଲେ । ଏବେ ଏହି ମାଟି ଶଙ୍ଖ ସୁଷମାଙ୍କୁ ବେଶ୍‌ ପରିଚିତ କରାଇଛି। ଖାଲି ସେତିକି ନୁହେଁ ଏହି ଶଙ୍ଖରୁ ମଧ୍ଯ ସମୁଦ୍ରରୁ ମିଳୁଥିବା ଶଙ୍ଖ ପରି ଶଦ୍ଦ ବାହାରିଥାଏ। ଏହିକାରଣରୁ ଗାଁରେ ମହିଳାମାନେ ବର୍ତ୍ତମାନ ମାଟିରେ ତିଆରି ଶଙ୍ଖ ପ୍ରସ୍ତୁତ କରିବା ପାଇଁ ଉତ୍ସାହ ପ୍ରକାଶ କରିଛନ୍ତି। ଏବେ ସୁଷମା ବିଭିନ୍ନ ଗାଁର ମହିଳା ଗୋଷ୍ଠୀକୁ ମାଟି ଶଙ୍ଖ କାରିଗରୀ ଉପରେ ଶିକ୍ଷା ଦେଇ ସ୍ୱାବଲମ୍ବୀ କରାଉଛନ୍ତି ।

Leave A Reply

Your email address will not be published.