ସ୍ପେଶାଲ

ବାଙ୍କୀର ମୃତ୍ୟୁଞ୍ଜୟ ତିଆରି କଲେ ସୋଲାର୍‌ ବାଇକ୍‌, ପାଞ୍ଚ ଘଣ୍ଟା ଚାର୍ଜରେ ଚାଲିବ ୧୨୫ କିଲୋମିଟର

ବାଙ୍କୀ (କେନ୍ୟୁଜ୍‌) : ରାସ୍ତା ଉପରେ ଭାରି ଆରାମରେ ଚାଲିଥାଏ ଏହି ଅଦ୍ଭୁତ ବାଇକ୍‌। ଯାହାର ଛାତଟିଏ ରହିଛି। ଆଉ ଆଗରେ ଲେଖା ହୋଇଛି ସୋଲାର ବାଇକ୍‌। ଠିକ ପଢିଲେ ଆପଣ ବାଇକ୍‌ଟି ଚାଲୁଛି ସୌର ଶକ୍ତି ବା ସୂର୍ଯ୍ୟଙ୍କ ଶକ୍ତିରେ ବାଇକ୍‌ ଉପରେ ଲାଗିଛି ସୋଲାର ପ୍ୟାନେଲ । ସୂର୍ଯ୍ୟଙ୍କ କିରଣ ପଡ଼ିଲେ ଏହି ପ୍ୟାନେଲ ଜରିଆରେ ବ୍ୟାଟେରୀ ଚାର୍ଜ ହେଉଛି। ବାସ୍‌ ତା ପରେ ଚାଲିଲା ଗାଡ଼ି ।

କୌଣସି ଅଟୋମୋବାଇଲ୍‌ କମ୍ପାନୀ ନୁହେଁ, ଏହାକୁ ତିଆରି କରିଛନ୍ତି ଜଣେ ସାଧାରଣ ଲୋକ । କଟକ ଜିଲ୍ଲା ବାଙ୍କୀର ମା ଚର୍ଚ୍ଚିକା ମନ୍ଦିର ରାସ୍ତାରେ ପଡ଼େ ଏକ ଲୁଗା ଦୋକାନ । ଏହି ଦୋକାନ ହେଉଛି ଗୋପାଳପୁର ଗାଁର ମୃତ୍ୟୁଞ୍ଜୟ ସାହୁଙ୍କର । ସେହି ମୃତ୍ୟୁଞ୍ଜୟ ଏଭଳି ଅଭିନବ କାରନାମା କରି ଦେଖାଇଛନ୍ତି । ପେସା ସିନା ବ୍ୟବସାୟ ହେଲେ ସବୁ ବେଳେ କିଛି ନା କିଛି ଗବେଷଣା କରିବା ଏବଂ ନୂଆ ଜିନିଷ ବାହାର କରିବା ଭଳି କାମରେ ଲାଗିଥାନ୍ତି ସେ । ଏବେ ତେଲ ଦାମ୍‌ ଏତେ ବଢ଼ିବା ଦେଖି ମୁଣ୍ଡରେ ପଶିଲା କେମିତି ଏହାର ମୁକାବିଲା କରିହେବ। ଆଉ ତାପରେ ଲାଗିଗଲେ କାମରେ । ତିଆରି କଲେ ସୋଲାର ବାଇକ୍‌।

ପୂର୍ବରୁ ବ୍ୟାଟେରୀ ଚାଳିତ ସାଇକେଲ ନିର୍ମାଣ କରି ଚର୍ଚ୍ଚା ସୃଷ୍ଟି କରିଥିଲେ ମୃତ୍ୟୁଞ୍ଜୟ । ଏବେ ପୁରୁଣା ବାଇକ୍‌କୁ ଫୋପାଡ଼ି ନ ଦେଇ ସୌର ଶକ୍ତିରେ ନୂଆ କୌଶଳରେ ନିର୍ମାଣ କରିଛନ୍ତି ଏହି ଗାଡ଼ି। ପୂରା ଚାର୍ଜ ପାଇଁ ପ୍ରାୟ ପାଞ୍ଚ କି ଛଅ ଘଣ୍ଟା ଖରାରେ ରହିବା ଦରକାର । ସେଥିରେ ୧୨୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରୁଛି। ଏହି ବାଇକର ଘଣ୍ଟା ପ୍ରତି ବେଗ ସର୍ବାଧିକ ୭୫ କିଲୋମିଟର । ଏପଟେ ତେଲ ଦର ଥମିବାର ନାଁ ନେଉନି ସେପଟେ ବିଦ୍ୟୁତ ଦର ବି ବଢିବାରେ ଲାଗିଛି । ତେଣୁ ଏହି ସୌର ଚାଳିତ ବାଇକ ଲୋକଙ୍କୁ ଅନେକ ଫାଇଦା ଦେବ ବୋଲି ସେ କହିଛନ୍ତି ।

ଖରା ନଥିବା ବେଳେ କିମ୍ବା ବର୍ଷା ଦିନେ ବିଦ୍ୟୁତ ଶକ୍ତିରୁ ମଧ୍ୟ ଏହି ବାଇକ୍‌ ଚାର୍ଜ ହୋଇପାରିବ। ବାଇକ୍‌ଟିକୁ ତିଆରି କରିବା ପାଇଁ ପ୍ରାୟ ୫୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏହି ସୋଲାର ବାଇକ୍‌ରେ ପେଟ୍ରୋଲ କି ବିଜୁଳି ଖର୍ଚ୍ଚ ନାହିଁ, ତା ସହିତ ନାହିଁ ପ୍ରଦୂଷଣର ଭୟ । ତେବେ ମୃତ୍ୟୁଞ୍ଜୟଙ୍କ ଏହି ବାଇକ୍‌ ସତରେ ଲୋକଙ୍କୁ କେତେ ଫାଇଦା ଦେଉଛି ତାହାର ଗବେଷଣା ସହ ତାଙ୍କୁ ସହାୟତା ବି ଦରକାର।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago