ସାବଧାନ! ଏହି ରାଶିର ଲୋକ ଆଦୌ ବି ଦେଖନ୍ତୁ ନାହିଁ ସୂର୍ଯ୍ୟୋପରାଗ, ପଡ଼ିପାରେ ଖରାପ ପ୍ରଭାବ

ଆଜି ଦୃଶ୍ୟମାନ ହେବ ବର୍ଷର ଶେଷ ସୂର୍ଯ୍ୟୋପରାଗ। ଯାହା ଅନୁଯାୟୀ ଆଜି ମାନେ ମଙ୍ଗଳବାର ଭୋର ୪.୫୬ ମିନିଟ ରେ ପାକତ୍ୟାଗ ମାନେ ହାଣ୍ଡିଛାଡ଼ ଆରମ୍ଭ ହୋଇଛି । ତେଣୁ ଏହି ସମୟ କ୍ରମେ ହିଁ ଦେବନୀତି ସାରିବାକୁ କୁହାଯାଇଛି । ଆଜି ଅପରାହ୍ନ ୪.୫୭ ମିନିଟରୁ ପରାଗ ଆରମ୍ଭ ହେଉଛି। ୬.୫୨ ମିନିଟରେ ପରାଗ ଶେଷ ହେଉଛି। ତେଣୁ ସେହି ସମୟରେ ସୂର୍ଯ୍ୟଙ୍କୁ ଦର୍ଶନ କରିପାରିବେ ନାହିଁ। ମୋକ୍ଷ ପାଇବା ପରେ ଦେବନୀତି ତା ପର ଦିନ ମାନେ ୨୬ ତାରିଖରୁ ଆରମ୍ଭ ହେବ।

କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ଆଜି ଦୃଶ୍ୟ ହେବ । ଅବଶ୍ୟ ରାଜ୍ୟର ଅନ୍ୟ ସ୍ଥାନରେ ମୋକ୍ଷ ସମୟରେ ଟିକେ ଭିନ୍ନତା ରହିବ । ଯେମିତିକି କଟକରେ ୪ଟା ୫୬ ମିନିଟ୍‌ ୩୬ ସେକେଣ୍ଡରେ ଗ୍ରହଣ ଲାଗି ୬ଟା ୨୬ ମିନିଟ୍‌ ୩୨ ସେକେଣ୍ଡେରେ ମୋକ୍ଷ ହେବ । ସେହିପରି ବ୍ରହ୍ମପୁରରେ ୫ଟା ୫୬ ମିନିଟ୍‌ରେ ଆରମ୍ଭ ଏବଂ ୬ଟା ୩୦ ମିନିଟ୍‌ ୫୬ ସେକେଣ୍ଡେରେ ମୋକ୍ଷ, ସମ୍ବଲପୁରରେ ୫ଟା ୪ ମିନିଟ୍‌ ୪ ସେକେଣ୍ଡେରେ ଆରମ୍ଭ ଏବଂ ୬ଟା ୩୪ ମିନିଟ୍‌ ୪ ସେକେଣ୍ଡରେ ମୋକ୍ଷ ହେବ । ପରଦିନ ଅର୍ଥାତ ୨୬ ତାରିଖ ବୁଧବାର ସୂର୍ଯ୍ୟ ଦର୍ଶନ ପରେ ଦେବାଦେବୀଙ୍କର ମହାସ୍ନାନ କରାଯାଇ ପାକ କର୍ମ ଓ ନୀତି ଆରମ୍ଭ ହେବ ।

ଜ୍ୟୋତିଷଙ୍କ ଅନୁଯାୟୀ ଏହି ସୂର୍ଯ୍ୟୋପରାଗ ବୃଷ, ସିଂହ, ଧନୁ ଓ ମକର ରାଶିର ଲୋକଙ୍କ ପାଇଁ ଶୁଭ ବୋଲି କୁହାଯାଇଛି । ଏହି ସମୟରେ ମେଷ, କୁମ୍ଭ ଓ ମିଥୁନ ଲୋକଙ୍କ ପାଇଁ ମିଶ୍ରିତ ରହିବ। ଏହା ବ୍ୟତୀତ ଅବଶିଷ୍ଟ ୫ଟି ରାଶି ମାନେ କର୍କଟ, କନ୍ୟା, ତୁଳା, ବିଛା ଓ ମୀନ ଉପରେ ଏହି ପରାଗ ନକାରାତ୍ମକ ପ୍ରଭାବ ପକାଇପାରେ। ତେଣୁ ଏହି ୫ଟି ରାଶିର ଲୋକଙ୍କୁ ସୂର୍ଯ୍ୟୋପରାଗ ଦେଖିବାକୁ ବାରଣ କରାଯାଇଛି।