୨୦୨୨ରେ କେଉଁଦିନ ଦୃଶ୍ୟମାନ ହେବ ପରାଗ ଓ ଗ୍ରହଣ? ଜାଣନ୍ତୁ ତାରିଖ ଏବଂ ପ୍ରଭାବ

ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ଆମ ଜୀବନରେ ବହୁତ ଗୁରୁତ୍ୱ ରଖିଥାଏ। ଏହା ଏମିତି ବିରଳ ଘଟଣା ହୋଇଥାଏ, ଯାହା ଆମ ବର୍ତ୍ତମାନ ଏବଂ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ନୂତନ ବର୍ଷ ୨୦୨୨ରେ ମଧ୍ୟ ଲୋକମାନଙ୍କୁ କେତେକ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଆସନ୍ତୁ ଜାଣିବା କି, କେଉଁ କେଉଁ ତାରିଖରେ ଆପଣ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ପାଇବେ ଏବଂ ଭାରତର ଏହା କେଉଁଠି କେଉଁଠି ଦୃଶ୍ୟମାନ ହେବ।

ଏପ୍ରିଲ ୩୦ରେ ପ୍ରଥମ ସୂର୍ଯ୍ୟ ପରାଗ

ଏହି ବର୍ଷ ଗ୍ରହଣର ପ୍ରକ୍ରିୟା ୩୦ ଏପ୍ରିଲରୁ ଲାଗିବାକୁ ଥିବା ଆଂଶିକ ସୂର୍ଯ୍ୟ ପରାଗରୁ ଆରମ୍ଭ ହେବ। ନୂଆ ବର୍ଷର ଏହା ପ୍ରଥମ ସୂର୍ଯ୍ୟ ପରାଗ ହେବ। ଯଦିଓ ଭାରତରେ ଏହାକୁ ଦେଖାଯାଇ ପାରିବ ନାହିଁ। ଏହାପରେ ୧୬ ମେ’ରେ ନୂତନ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବ। ଏହି ଗ୍ରହଣକୁ ପଶ୍ଚିମ ଦେଶମାନଙ୍କରେ ଦେଖାଯାଇ ପାରିବ। ଏହି ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବ ନାହିଁ।

୬୩ ପ୍ରତିଶତ ଆଚ୍ଛାଦିତ ହୋଇଥିବା ନଜର ଆସିବେ ସୂର୍ଯ୍ୟ

ଦୁନିଆରେ ୨୫ ଅକ୍ଟୋବରରେ ଦ୍ୱିତୀୟ ଆଂଶିକ ସୂର୍ଯ୍ୟ ପରାଗ ହେବ। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଉତ୍ତର-ପୂର୍ବ ଅଞ୍ଚଳକୁ ଛାଡ଼ି ବାକି ଭାଗରେ ଏହି ପରାଗ ଦେଖାଯାଇ ପାରିବ। ଏହି ସୂର୍ଯ୍ୟପରାଗ ୨୦୨୨ ବର୍ଷର ସବୁଠାରୁ ବଡ ବିରଳ ଘଟଣା ହେବ। ଏହି ସମୟ ମଧ୍ୟରେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଚନ୍ଦ୍ର ଏମିତି ଭାବେ ରହିବ, ଯଦ୍ଦ୍ଵାରା ଲୋକମାନଙ୍କୁ ସୂର୍ଯ୍ୟ ୬୩ ପ୍ରତିଶତ ଆଚ୍ଛାଦିତ ଥିବା ଦୃଶ୍ୟମାନ ହେବ।

ନଭେମ୍ବର ୮ରେ ଦୃଶ୍ୟମାନ ହେବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ନଭେମ୍ବର ୮ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଲାଗିବ। ଏହି ଚନ୍ଦ୍ରଗ୍ରହଣ ଭାରତର ପୂର୍ବ ଏବଂ ପୂର୍ବ-ଉତ୍ତର ଅଞ୍ଚଳରେ ସହଜରେ ଦୃଶ୍ୟମାନ ହେବ। ଯେତେବେଳେ କି, ଦେଶର ବାକି ଭାଗରେ ଆଂଶିକ ଚନ୍ଦ୍ରଗ୍ରହଣ ନଜର ଆସିବ।

ଗ୍ରହଣ ସମୟରେ ସତର୍କତା ଅବଲମ୍ବନ

କହି ରଖୁଛୁ କି, ଧର୍ମ ଗ୍ରନ୍ଥ ମୁତାବକ ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟ ପରାଗ ସମୟରେ ଅନେକ ପ୍ରକାରର ସତର୍କତା ଅବଲମ୍ବନ କରିବାର ନିୟମ ରହିଛି। ଯେତେବେଳେ ଗ୍ରହଣ ଚାଲିଥିବ, ତ କୌଣସି ଖାଦ୍ୟ କିମ୍ବା ପାଣି ସେବନ କରାଯାଇ ପାରିବ ନାହିଁ। ଗର୍ଭବତୀ ମହିଳାମାନେ ବାହାରକୁ ବାହାରିବା କଥା ନୁହେଁ ଏବଂ କାହାକୁ ଦାନ ମଧ୍ୟ ଦେବା ଉଚିତ ନୁହେଁ। କୌଣସି ନୂଆ କାମ ଆରମ୍ଭ କରିବାକୁ ମନା କରାଯାଇଥାଏ।

Leave A Reply

Your email address will not be published.