ଅକ୍ଟୋବର ୨୫ ରେ ସୂର୍ଯ୍ୟୋପରାଗ : ତୁଳସୀ ପତ୍ର ତୋଳିବା ଆଜିଠାରୁ ନିଷେଧ, ଜାଣନ୍ତୁ ଏହାର ମୁଖ୍ୟ କାରଣ

ସୂର୍ଯ୍ୟ ଗ୍ରହଣ ହେବାର ପ୍ରାୟ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଆରମ୍ଭ ହୁଏ। ତେବେ ଏହାର ଆରମ୍ଭରୁ ସୂର୍ଯ୍ୟ ଗ୍ରହଣର ଶେଷ ପର୍ଯ୍ୟନ୍ତ ସମୟ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ତେଣୁ, ଏହି ସମୟ ମଧ୍ୟରେ ପୂଜାପାଠ କରିବା ଏବଂ କିଛି ଖାଇବା କିମ୍ବା ପିଇବା ନିଷେଧ। ଏମିତିକି କୌଣସି ଖାଦ୍ୟ ରାନ୍ଧିବା ମଧ୍ୟ ଭଲ ନୁହେଁ। ପାକତ୍ୟାଗ ପ୍ରୟୋଗ ହେବା ମାତ୍ରେ ମନ୍ଦିରର କବାଟ ମଧ୍ୟ ବନ୍ଦ ହୋଇଯାଏ। ଏହା ବ୍ୟତୀତ ପାକତ୍ୟାଗ ପୂର୍ବରୁ ତୁଳସୀ ପତ୍ରକୁ ଖାଦ୍ୟରେ ମିଶାଇ ଖାଇବା ଦରକାର।

ହିନ୍ଦୁ ଧର୍ମରେ ତୁଳସୀଙ୍କୁ ଭଗବାନଙ୍କ ରୂପ ଭାବରେ ବିବେଚନା କରାଯାଏ ଏବଂ ତାଙ୍କୁ ପୂଜା କରାଯାଏ। ଏମିତିକି ଲୋକମାନେ ନିଜ ଘରର ପ୍ରାଙ୍ଗଣରେ ତୁଳସୀ ଗଛ ଲଗାଇ ଏହାକୁ ପୂଜା କରନ୍ତି। ସେହି ସମୟରେ, ପ୍ରତ୍ୟେକ ଶୁଭ କାର୍ଯ୍ୟରେ ତୁଳସୀ ପତ୍ରର ଏକ ବିଶେଷ ମହତ୍ତ୍ଵ ରହିଥାଏ। ପ୍ରଭୁଙ୍କୁ କୌଣସି ଥାଳି ଅର୍ପଣ କରିବା ପୂର୍ବରୁ ମଧ୍ୟ ସେଥିରେ ତୁଳସୀ ପତ୍ର ରଖାଯାଏ।

ଆମେ ସମସ୍ତେ ଜାଣୁ ଯେ ଏହି ସମୟରେ ଦୀପାବଳି ଅବସରରେ ସୂର୍ଯ୍ୟୋପରାଗ ଲାଗୁଛି। ସେହି ଦିନ ଖାଦ୍ୟ ଏବଂ ଜଳରେ ଶୁଦ୍ଧତା ବଜାୟ ରଖିବା ପାଇଁ ସେଥିରେ ତୁଳସୀ ପତ୍ର ରଖିବା ଆବଶ୍ୟକ। କିନ୍ତୁ ସୂର୍ଯ୍ୟ ଗ୍ରହଣର ଦୁଇ ଦିନ ପୂର୍ବରୁ ତୁଳସୀ ପାତ୍ରକୁ ଛୁଇଁବା ନିଷେଧ ଓ ତୁଲସୀ ପତ୍ର ଗଛରୁ ତୋଳିବା ମଧ୍ୟ ଉଚିତ୍ ନୁହେଁ।

କାନପୁର ପଣ୍ଡିତ ଶରଦ ତ୍ରିପାଠୀଙ୍କ କହିବା ଅନୁଯାୟୀ ୨୪ ଅକ୍ଟୋବର ହେଉଛି ଅମାବାସ୍ୟା। ଏହି ଦିନ ତୁଳସୀ ପତ୍ର ତୋଳିବା ଦ୍ଵାରା ବ୍ରହ୍ମ ହତ୍ୟାର ପାପ ଲାଗେ। ୨୩ ଅକ୍ଟୋବର ଅର୍ଥାତ୍ ଆଜି ହେଉଛି ରବିବାର। ମାନ୍ୟତା ରହିଛି ଯେ ରବିବାର ଦିନ ତୁଳସୀ ପତ୍ର ତୋଳିବା ଦ୍ଵାରା ମହାପାପ ଲାଗେ। ଏଥିପାଇଁ ତୁଳସୀ ପତ୍ର ପୂର୍ବରୁ ତୋଳି ରଖିବା ଉଚିତ୍। ଆପଣ ବର୍ତ୍ତମାନ କୌଣସି ମନ୍ଦିର ଯାଇ ତୁଳସୀ ପତ୍ର ଆଣି ପାରିବେ।

ତେବେ ତୁଳସୀ ପତ୍ରକୁ ହାଣ୍ଡି ଛାଡ ପୂର୍ବରୁ ଖାଇବାକୁ ଥିବା ଖାଦ୍ୟରେ ମିଶାନ୍ତୁ ଓ ପାଣିରେ ମଧ୍ୟ ମିଶାନ୍ତୁ। କାରଣ ପାକତ୍ୟାଗ ହେଲେ କିଛି ଖାଦ୍ୟ ଖାଇବା ମନା। ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ ସମୟରେ ଅନେକ ନକାରତ୍ମକ ଶକ୍ତି ବାତାବରଣରେ ଘୁରି ବୁଲନ୍ତି। ତେଣୁ ଏହି ସମୟରେ ନିଜ ଇଷ୍ଠ ଦେବାଦେବୀଙ୍କ ନାମ ଜପ କରିବା ଉଚିତ୍। ପୁରାଣ ଅନୁଯାୟୀ ଗ୍ରହଣ ସମୟକୁ ଅଶୁଭ ସମୟ ବୋଲି କୁହାଯାଏ। ତେଣୁ ଏହି ସମୟରେ ଖାଇବା ପିଇବା ଠାରୁ ଆରମ୍ଭ କରି ପୂଜା ପାଠ କରିବା ମନା। ତେବେ ଗମ୍ଭୀର ରୋଗରେ ପୀଡ଼ିତ ବ୍ୟକ୍ତି, ଛୋଟ ପିଲା ଓ ଗର୍ଭବତୀ ମହିଳାମାନେ ଏହି ସମୟରେ ଖାଇ ପାରିବେ। କିନ୍ତୁ ଏଥିରେ ତୁଳସୀ ପତ୍ର ପଡିବା ଉଚିତ୍।

ସୂର୍ଯ୍ୟ ପରାଗରେ ଖାଆନ୍ତୁ ନାହିଁ :

ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ ଗ୍ରହଣ ସମୟରେ ପରିବେଶରେ ଥିବା ସୂର୍ଯ୍ୟ କିରଣ ନକାରାତ୍ମକ ପ୍ରଭାବ ପକାଏ। ତେଣୁ ଏହି ସମୟରେ ଖାଇଲେ ବଡ଼ ବଡ଼ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖା ଯାଏ। ଯଦି କୌଣସି ଜିନିଷ ଖାଉଛନ୍ତି ତେବେ ତୁଳସୀ ପତ୍ର ମିଶାଇ ଖାଆନ୍ତୁ।