ଜଗତସିଂହପୁର ଜିଲ୍ଲା ମଙ୍ଗରାଜପୁରରେ ରହିଛି ପ୍ରସିଦ୍ଧ ଗାଦି ଉଚ୍ଚା ଚଉରା, ଲୋକଙ୍କ ବିଶ୍ୱାସ ଏଠି ବଢୁଛି ମାଟି !

ଜଗତସିଂହପୁର ବାଲିକୁଦା ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଗାଦି ଉଚ୍ଚା ଚଉରା । ପଞ୍ଚଦଶ ଶତାଦ୍ଧୀରେ ଯେତେବେଳେ ଶ୍ରୀଚୈତନ୍ୟ ଶ୍ରୀକ୍ଷେତ୍ର ଆସିଥିଲେ ସେହିସମୟରେ ଏହି ଗାଦି ପ୍ରତିଷ୍ଠା ହୋଇଥିଲା। ସବୁଠାରୁ ଅଲୌକିକ କଥା ହେଉଛି ଏହି ଉଚ୍ଚା ଚଉରାରେ ଯିଏ ଯାହା ମାନସିକ କରିଥାନ୍ତି ତାହା ନିଶ୍ଚୟ ପୂରଣ ହୋଇଥାଏ। ବିଶେଷ ରୂପେ ନିଃସନ୍ତାନମାନେ ସନ୍ତାନଟିଏ ପାଇଁ ମାନସିକ କରି ଗୁଆ ବସାଇଲେ ତାହା ନିଶ୍ଚୟ ପୂରଣ ହୋଇଥାଏ। ସେହିଭଳି ବିବାହ ସମସ୍ୟା କିମ୍ବା କୌଣସି ରୋଗ ହେଲେ ମଧ୍ୟ ଏଠାକୁ ଆସି ମାନସିକ କରିବା ଦ୍ୱାରା ତାହା ନିଶ୍ଚୟ ଭଲ ହୋଇଯାଇଥାଏ ବୋଲି ପୂଜକ କହିଛନ୍ତି। ଏହି ଉଚ୍ଚା ଚଉରାର ବିଶେଷ୍ଵତ ହେଉଛି ଏଠାରେ ପଞ୍ଚଦଶ ଶତାଦ୍ଧୀରେ ଥିବା ମାଟି ବର୍ତ୍ତମାନ ପର୍ଯ୍ୟନ୍ତ ସେପରି ରହିଛି। ଏଠାରେ ମାଟି ବଢୁଛି ସିନା କମୁନାହିଁ। ଏହି ଉଚ୍ଚା ଚଉରା ଉପରକୁ କେହି କେବେ ଯାଆନ୍ତି ନାହିଁ। କେବଳ ପୂଜକ ହିଁ ତା ଉପରକୁ ଯାଇ ପୂଜା କରିଥାନ୍ତି। ଏହିଭଳି ଅନେକ ପୌରାଣିକ କଥା ଏହି ପୀଠ ସହ ଯୋଡି ହୋଇ ରହିଛି।

radha krishnaମାନ୍ୟତା ରହିଛି ଯେତେବେଳେ ପଞ୍ଚଦଶ ଶତାଦ୍ଧୀରେ ଶ୍ରୀ ଚୈତନ୍ୟ ଶ୍ରୀକ୍ଷେତ୍ର ଆସିଥିଲେ ସେହି ସମୟରେ ପଞ୍ଚସଖା ସାଥୀ ବିରସିଂହ ମହାପୁରୁଷ ଠାକୁର ରାଜାଙ୍କ ରାଜ ଦରବାରରେ ଉପଦେଷ୍ଟା ଭାବେ କାମ କରୁଥିଲେ। ପରେ ବିିରସିଂହ ମହାପୁରୁଷ ମହାପ୍ରଭୁଙ୍କ ସ୍ୱପ୍ନାଦେଶ ପରେ ରାଜ ଦରବାର ଛାଡି ଖଣ୍ଡଗିରି ଗୁମ୍ଫାରେ ଆସି ତପସ୍ୟା କରିଥିଲେ। ଏହାପରେ ବିରସିଂହ ମହାପୁରୁଷ ତପସ୍ୟା କରିବା ସମୟରେ ମଙ୍ଗରାଜପୁର ଗ୍ରାମର ଲକ୍ଷ୍ମୀଧର ତିଆଡି ଯାଇ ତାଙ୍କର ଶିଷ୍ୟ ଭାବେ ରହିଥିଲେ। ଏହାପରେ ଲକ୍ଷ୍ମୀଧର ତିଆଡି ବିରସିଂହ ମହାପୁରୁଷଙ୍କୁ ରାଧା-କୃଷ୍ଣଙ୍କ ସହ ନୃତ୍ୟ କରୁଥିବାର ଦେଖିଥିଲେ।ଶେଷରେ ଯେତେବେଳେ ବିରସିଂହ ମହାପୁରୁଷଙ୍କ ଦେହତ୍ୟାଗ କରିବାର ସମୟ ଆସିଲା ସେତେବେଳେ ସେ ଲକ୍ଷ୍ମୀଧର ତିଆଡିଙ୍କୁ ବର ମାଗିବା ପାଇଁ କହିଥିଲେ। ଏହି ସମୟରେ ଲକ୍ଷ୍ମୀଧର ତିଆଡି କହିଥିଲେ, ମୋର ପର ପିଢି ଯେପରି ଆପଣଙ୍କର ପୂଜା କରିବେ ସେହି ବର ବିରସିଂହ ମହାପୁରୁଷଙ୍କୁ ମାଗିଥିଲେ। ଏହାଶୁଣି ବିରସିଂହ ମହାପୁରୁଷ ତଥାସ୍ତୁ କହିଥିଲେ। ପରେ କହିଥିଲେ ତୁମେ ତୁମ ଗ୍ରାମକୁ ଯାଅ, ମୁଁ ଏଠି ଦେହ ତ୍ୟାଗ କଲି, ପରେ ସେଠାରେ ଅବସ୍ଥାନ କରିବି।

ucha chauraଏହାପରେ ବିରସିଂହ ମହାପୁରୁଷଙ୍କ ଏକ ମୃଗ ଛାଲ, ଖଣ୍ଡିଏ ପୁସ୍ତକ, ରୁଦ୍ରାକ୍ଷ ମାଳ, ଆଶା ବାଡି ଏବଂ କଠଉ ଏହି ୫ଟି ଜିନିଷକୁ ବାନ୍ଧି ଦେଇ ଶିଷ୍ୟ ଲକ୍ଷ୍ମୀଧର ତିଆଡିକୁ ଦେଇଥିଲେ । ଏଥିସହ ବିରସିଂହ ମହାପୁରୁଷ କହିଥିଲେ, ଏହାକୁ ତୁମ ଘରର ଉତ୍ତର-ପୂର୍ବ ଦିଗରେ ଥିବା ବଉଳ ଗଛ ଏବଂ ନିମ୍ବ ଗଛ ମୂଳରେ ସ୍ଥାପନ କରିବ। ମୁଁ ଦେହ ତ୍ୟାଗ କରିବା ପରେ ଯାଇ ସେଠାରେ ଆବିର୍ଭାବ ହେବି। ଏହାଶୁଣି ଲକ୍ଷ୍ମୀଧର ତିଆଡି ସେହି ଜିନିଷକୁ ଆଣି ନିଜ ଘରର ଉତ୍ତର-ପୂର୍ବ ଦିଗରେ ଥିବା ବଉଳ ଏବଂ ନିମ୍ବ ଗଉ ମୂଳରେ ସ୍ଥାପନା କରିଥିଲେ। ଏହାପରେ ନିଶାର୍ଦ୍ଦ ସମୟରେ ଯେତେବେଳେ ବିରସିଂହ ମହାପୁରୁଷ ଦେହତ୍ୟାଗ କରି ଏଠାରେ ଆବିର୍ଭାବ ହୋଇଥିଲେ ସେହିସମୟରେ ଏହି ଗ୍ରାମ ଆଲୋକିତ ହୋଇଯାଇଥିଲା। ପରେ ରାତି ପାହିଲା ବେଳକୁ ଲକ୍ଷ୍ମୀଧର ତିଆଡି ବସିଥିବା ସ୍ଥାନରେ ଗୋଟିଏ ଚଉରା, ଆଗରେ ଦୁଇଟି କଠଉ ଏବଂ ଗୋଟିଏ ପତାକା ଉଡୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ମହାପୁରୁଷ ଲକ୍ଷ୍ମୀଧର ତିଆଡିଙ୍କ ପୁଅ ସୁଦର୍ଶନ ତିଆଡିଙ୍କୁ ସ୍ୱପ୍ନାଦେଶ କରି ସମସ୍ତ କଥା ଜଣାଇଥିଲେ । ଏହାପରେ ଲକ୍ଷ୍ମୀଧର ତିଆଡିଙ୍କ ବଂଶଜମାନେ ସେବେଠାରୁ ପୂଜା କରିଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.