ଯେଉଁ ଭାରତୀୟ ବୀରଙ୍କ ବୀରତ୍ୱରେ ଡ଼ରି ଯାଇଥିଲେ “ଦ ଗ୍ରେଟ ଆକବର”, ଜାଣନ୍ତୁ କିଛି ତାଙ୍କ ବିଷୟରେ

ରାଜସ୍ଥାନର ମେୱାର ସ୍ଥିତ କୁମ୍ଭଳଗଡ଼ ଦୁର୍ଗ ମହାରାଣା ପ୍ରତାପଙ୍କ ବାହାଦୁରି ପାଇଁ ପ୍ରସିଦ୍ଧି ଲାଭ କରିଛି । ଏହି ଦୁର୍ଗରେ ୧୫୪୦ ମସିହା ମେ ୯ ତାରିଖରେ ମହାରାଜା ଉଦୟସିଂହ ଓ ରାଣୀ ଜୟଵନ୍ତ ବାଇଙ୍କ ଔରସରୁ ଜନ୍ମ ନେଇଥିଲେ ମହାରଣା ପ୍ରତାପ । ମୋଗଲ ସମ୍ରାଟ ଆକବରଙ୍କ ବିପକ୍ଷରେ ହଳଦୀଘାଟ ଯୁଦ୍ଧ ହିଁ ତାଙ୍କୁ ଅଧିକ ପ୍ରସିଦ୍ଧି ଆଣି ଦେଇଥିଲା । ବର୍ତ୍ତମାନ ସମୟରେ ଏହି ଗଡ଼ ରାଜସମ୍ପଦ ଜିଲ୍ଲା ଅଧୀନରେ ଆସୁଛି | ଜୀବନ କାଳ ଭିତରେ ରାଣା ପ୍ରତାପ ୧୧ ଟି ବିବାହ କରିଥିବା ବେଳେ ତାଙ୍କର ମୋଟ ୧୭ ଜଣ ପୁଅ ଥିଲେ । ଇତିହାସରେ ବି ଏହି ଯୁଦ୍ଧର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଏହା ହେଉଛି ସବୁଠୁ କମ ଅବଧିର ଲଢେଇ ଯାହାକି ମାତ୍ର ୪ ଘଣ୍ଟା ପାଇଁ ହିଁ ହୋଇଥିଲା । ଯେଉଁଥିରେ ୧୭୦୦୦ ସୈନ୍ୟଙ୍କର ମୃତ୍ୟୁ ହୋଇଥିଲା ।

rana pratap

ମହାରଣା ପ୍ରତାପ ସିଂହ ହେଉଛନ୍ତି ଉଦୟପୁରର ମେୱାଡ଼ ସିସୋଦିୟା ରାଜବଂଶର ରାଜା । ମୋଗଲଙ୍କୁ ଅନେକ ବାର ବିରତ୍ବର ସହ ଲଢେଇ କରି ସେମାନଙ୍କୁ ଧୂଳି ଚଟେଇ ଥିଲେ । ୧୫୭୬ ମସିହାରେ ସେ ମାତ୍ର ୫୦୦ ଭିଲ ସମ୍ପ୍ରଦାୟ ଆଦିବାସୀଙ୍କୁ ନେଇ ଆମେରର ରାଜା ମାନସିଂହଙ୍କ ୮୦ ହଜାର ସେନାଙ୍କ ସହ ମୁକାବିଲା କରିଥିଲେ । ୧୫୭୬ ଜୁନ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ଆକବର ଓ ରାଣା ପ୍ରତାପଙ୍କ ମଧ୍ୟର ଯୁଦ୍ଧକୁ ମହାଭାରତ ଯୁଦ୍ଧ ସହ ତୁଳନା କରାଯାଏ । ଇତିହାସରେ ଏହାକୁ “ବ୍ୟାଟଲ ଅଫ ହଳଦୀଘାଟୀ” ନାଁରେ ବି ଜଣାଯାଏ । ଏହି ସମୟରେ ରାଣାଙ୍କ ପାଖରେ ମାତ୍ର ୨୦ ହଜାର ସୈନ୍ୟ ଥିବା ବେଳେ ଆକବରଙ୍କ ପାଖରେ ଥିଲେ ୮୫ ହଜାର ସୈନ୍ୟ ।

rana pratap

ଏହା ପରେ ବି ତାଙ୍କୁ ସାମ୍ନା କରିବାକୁ ଆକବର ଭୟବିତ ହୋଇଯାଇଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ଆକବର ରଣାଙ୍କର ପ୍ରଧାନ ଶତ୍ରୁ ହୋଇଥିଲେ ମଧ୍ୟ ରାଣାଙ୍କ ନିଧନରେ ଆକବରଙ୍କ ଆଖିରୁ ଲୁହ ବୋହିଥିଲା । କାରଣ ଦ ଗ୍ରେଟ ଆକବର କ୍ରୁରତାର ସହ ରାଜ୍ୟ ବିସ୍ତାର କରିବାକୁ ଚାହୁଁଥିବା ବେଳେ ରାଣା କିନ୍ତୁ ନିଜ ମାତୃଭୂମିକୁ ପ୍ରାଣ ଭରି ଭଲ ପାଉଥିଲେ । ଏଥିପାଇଁ ନିଜ ଜୀବନ ଦେବାକୁ ବି ପଛାଇ ନଥିଲେ । ଏମିତିକି ରାଣାଙ୍କ ଭୟରେ ହିଁ ଗୋଟେ ସମୟରେ ଆକବର ନିଜ ରାଜଧାନୀ ଲାହୋରକୁ ଉଠାଇ ନେଇଥିଲେ ।

ରାଣାଙ୍କ ଘୋଡା ଚେତକ :

ଇତିହାସରେ ରାଣାଙ୍କ ଘୋଡା “ଚେତକ”ର ବି ବର୍ଣ୍ଣନା ରହିଛି । ରାଣାଙ୍କ ପରି ଚେତକ ବି ଖୁବ ବୀର ଥିଲା । ଯୁଦ୍ଧ ସମୟରେ ଯେବେ ମୋଗଲ ସେନା ରାଣାଙ୍କ ପଛରେ ପଡିଯାଇଥିଲେ ଚେତକ ତାଙ୍କୁ ପିଠିରେ ବସାଇ ଏକ ଲମ୍ବା କେନାଲ ଉପରେ ଡିଆଁ ମାରି ପାର କରାଇଥିଲା । ଚି଼ତ୍ତୋର ହଳଦୀଘାଟୀରେ ଚେତକ ନାଁରେ ବି ଏକ ସମାଧି ପିଠ ନିର୍ମାଣ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.