ମଣିଷର ପୂର୍ବଜ, ମାଙ୍କଡଙ୍କ ବିଷୟରେ ଜାଣନ୍ତୁ କିଛି ଆଶ୍ଚର୍ଯ୍ୟକର ଓ ଅଜଣା କଥା

ମଣିଷଙ୍କର ସବୁଠାରୁ ଭଲଭାବେ କିଏ ନକଲ କରିପାରିବ ସେ ହେଉଛି ମାଙ୍କଡ। ମାଙ୍କଡ ବହୁତ ଅଧିକ ଦୁଷ୍ଟ ହେଉଥିବା ପଶୁ ଅଟନ୍ତି। ମାଙ୍କଡ ମାନଙ୍କୁ ନେଇ ଆହୁରି ଅନେକ ରୋଚକ କଥା ରହିଛି ଯାହାକୁ ଆପଣ ନିଶ୍ଚୟ ଜାଣିବାକୁ ଚାହିଁବେ। ତେବେ ଆସନ୍ତୁ ଜାଣିବା ମାଙ୍କଡଙ୍କୁ ନେଇ କିଛି ଖାସ କଥା, ଯାହା ଆପଣ ପୂର୍ବରୁ କେବେ ଶୁଣି ନଥିବେ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାଙ୍କଡମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଯେଉଁଥିରେ ଦକ୍ଷିଣ ଆମେରିକାର ମାଙ୍କଡଙ୍କୁ ନୂଆ ମାଙ୍କଡ କୁହାଯାଏ ଏବଂ ଏସିଆ ଏବଂ ଆଫ୍ରିକାର ମାଙ୍କଡ ମାନଙ୍କୁ ପୁରୁଣା ମାଙ୍କଡ କୁହାଯାଏ।
୧୪ ଡିସେମ୍ବରରେ ସବୁ ବର୍ଷ ‘ବିଶ୍ବ ମାଙ୍କଡ ଦିବସ’ ପାଳନ କରାଯାଏ। ମାଙ୍କଡଙ୍କ ମୋଟ ପ୍ରଜାତିରେ ୨୬୦ ଜିବିତ ପ୍ରଜାତି ଅଛି ଏବଂ ସବୁଠୁ ଅଧିକ ପ୍ରଜାତି ବ୍ରାଜିଲରେ ଦେଖିବାକୁ ମିଳିଥାଏ।
ଦୁନିଆର ସବୁଠାରୁ ଛୋଟ ପ୍ରଜାତିର ଥାନ୍ତି, ଯାହାଙ୍କର ଲମ୍ବ କେବଳ ୪ ଇଞ୍ଚ ଏବଂ ଓଜନ ୧୦୦ ଗ୍ରାମ ହୋଇଥାଏ। ଆପଣଙ୍କୁ ଜଣାଇବୁ ଯେ ଏହି ମାଙ୍କଡ ଏତେ ଛୋଟ ଥାନ୍ତି ଯେ ମଣିଷଙ୍କ ହାତରେ ବି ସହଜରେ ବସି ପାରିବ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ମାଙ୍କଡ ଏବଂ ମଣିଷଙ୍କ ଡିଏନଏ ୯୮% ମିଶିଥାଏ।
ମାଙ୍କଡଙ୍କ ଆଇକ୍ୟୁ ବହୁତ କ୍ଷୀପ୍ର ଥାଏ ଏବଂ ଗଣିବାରେ ମଧ୍ୟ ଏମାନେ ବହୁତ ସକ୍ଷମ ହୋଇଥାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜାପାନର ଏକ ରେଷ୍ଟୁରାଷ୍ଟରେ ମାଙ୍କଡ ୱେଟର ଭାବରେ କାମ କରୁଛନ୍ତି।
ନିଶ୍ଚୟ ପଢ଼ନ୍ତୁ : ଆଠ ମାସର ଶିଶୁକୁ ରାମ୍ପି ଥାନାକୁ ଗଲା କୁକୁଡା
ମାଙ୍କଡଙ୍କ ବୟସ ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ମାଙ୍କଡ ସବୁଠାରୁ ଅଧିକ ୫୩ ବର୍ଷ ପର୍ଯ୍ୟନ୍ତ ବଞ୍ଚିଛି। ମା’ ମାଙ୍କଡ ମାନେ ୧୩୪ ରୁ ୨୩୭ ଦିନ ପର୍ଯ୍ୟନ୍ତ ଗର୍ଭବତୀ ହୋଇଥାନ୍ତି।
୨୦୧୧ ମସିହାରେ ଭାରତର ସୀମା ପାର କରି ପାକିସ୍ତାନକୁ ଯିବା କାରଣରୁ ଏକ ମାଙ୍କଡକୁ ପାକିସ୍ତାନରେ ଗିରଫ କରାଯାଇଥିଲା। ମଣିଷ ଭଳି କଦଳୀକୁ ଛଡାଇ ଖାଉଥିବା ପ୍ରାଣୀ ହେଉଛି ମାଙ୍କଡ,କିନ୍ତୁ କଦଳୀକୁ ସେମାନେ ଉଲଟା ଛଡାଇ ଖାଇଥାନ୍ତି।