ଜାଣନ୍ତିକି, ମଣିଷର ଆଙ୍ଗୁଠି ଛାପ ପରି ଜିଭ ଚିହ୍ନ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ

୧. ଆପଣ ମାନେ ତ ବହୁତ ଇଂରାଜୀ ଶବ୍ଦ ଗୁଡିକ ବିଷୟରେ ନିଶ୍ଚିତ ରୂପେ ଜାଣିଥିବେ । ଏହି ଇଂରାଜୀ ଭାଷାରେ ଅକ୍ଷର ମାନଙ୍କୁ ଯୋଡ଼ା ଯାଇ ବହୁତ ଲମ୍ବା ଧାଡି ଓ ଶବ୍ଦ ଗଠନ କରାଯାଇ ପାରିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ୟ ହେବେ ‘I am’ ହେଉଛି ଇଂରାଜୀ ଭାଷାର ସବୁଠୁ ଛୋଟ ପୂର୍ଣ୍ଣ ବାକ୍ୟ । ଏଥିରେ ମାତ୍ର ୨ଟି ଶବ୍ଦ ବ୍ୟବହାର ହୋଇଥିବା ବେଳେ ଏହା ଏକ ପୂର୍ଣ୍ଣ ଅର୍ଥ ପ୍ରକାଶ କରିଥାଏ ।

moon image

୨. ପୃଥିବୀର ଉପଗ୍ରହ ଭାବେ ଚନ୍ଦ୍ରକୁ କିଏ ବା ନ ଜାଣେ । ଛୋଟ ପିଲା ମାନଙ୍କୁ ତ ଏହା ସେମାନଙ୍କର ମାମୁଁ ଭାବେ ପରିଚୟ ଦିଆଯାଇଥାଏ । କିନ୍ତୁ ବିଜ୍ଞାନ ଅନୁଯାୟୀ ଯେବେ ଚନ୍ଦ୍ର ଆମର ଠିକ ମୁଣ୍ଡ ଉପରେ ଥାଏ । ସେହି ସମୟରେ ଆମ ଓଜନ କିଛିଟା କମି ଯିବା ଅନୁଭବ ହୋଇଥାଏ ।

୩. ଆଜିକା ସମୟରେ ପ୍ରାୟ ସମସ୍ତଙ୍କ ପାଖରେ କ୍ରେଡିଟ କାର୍ଡ ଥାଏ । କିନ୍ତୁ ଜାଣନ୍ତିକି ସୁଦୂର ଆମେରିକାରେ ସମସ୍ତଙ୍କ ପାଇଁ ୨ଟି କ୍ରେଡିଟ କାର୍ଡ ରଖିବା ବାଧ୍ୟତାମୂଳକ ହୋଇଥାଏ ।

୪. ଆପଣ ମାନେ ତ ନିଜ ଆଖ ପାଖ ଅଞ୍ଚଳରେ ନିଶ୍ଚିତ ରୂପେ ଘୁଷୁରୀ ମାନଙ୍କୁ ଦେଖୁଥିବେ । ଏମାନେ ସାଧାରଣତଃ ଦଳ ଦଳ ହୋଇ ଏଣେ ତେଣେ ବୁଲିଥାନ୍ତି । କିନ୍ତୁ ଏହି ଘୁଷୁରୀ ମାନଙ୍କ ସମ୍ପର୍କରେ ଗୋଟେ କଥା ଜାଣିଛନ୍ତିକି ଏମାନେ କେବେ ହେଲେ ଆକାଶକୁ ସିଧା ଚାହିଁ ପାରନ୍ତି ନାହିଁ ।

୫. ଇଂରାଜୀ ଶବ୍ଦ ‘rhythm’ ଜମା vowelର ବ୍ୟବହାର ହୋଇନାହିଁ ।

crocodile

୬. ନନ୍ଦନ କାନନ ପରି ପ୍ରାଣୀ ଉଦ୍ୟାନ ମାନଙ୍କରେ ଆପଣ ନିଶ୍ଚିତ ରୂପେ କୁମ୍ଭୀର ମାନଙ୍କୁ ଦେଖିଥିବେ । ଏମାନେ ବହୁ ସମୟ ପର୍ଯ୍ୟନ୍ତ ଗୋଟିଏ ଜାଗାରେ ପଟା ହୋଇ ପଡି ରୁହନ୍ତି । କିନ୍ତୁ କଣ ଜାଣିଛନ୍ତିକି ଏହି କୁମ୍ଭୀର ମାନେ ନିଜ ଜିଭକୁ କେବେ ହେଲେ ବାହାରକୁ ବାହାର କରି ପାରିବେ ନାହିଁ ।

ଏହା ସହ ପଢନ୍ତୁ: ନିୟମିତ ଟ୍ରାଫିକ୍‌ ଜାମ୍‌ରେ ଫସି ବିରକ୍ତି ହୋଇଯାଉଥିଲେ ଯୁବକ, ଏବେ ପ୍ରସ୍ତୁତ କରୁଛନ୍ତି ନିଜର ହେଲିକପ୍ଟର

୭.ବ୍ୟକ୍ତି ଅନୁଯାୟୀ ସମସ୍ତଙ୍କ ଆଙ୍ଗୁଠିର ଚିହ୍ନ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କାହା କାହାର ଆଙ୍ଗୁଠି ଚିହ୍ନ ମେଳ ଖାଇ ପାରିନଥାଏ । ଠିକ ସେହିପରି ବ୍ୟକ୍ତି ଅନୁଯାୟୀ ସମସ୍ତଙ୍କ ଜିଭର ଚିହ୍ନ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ।

୮. ପୃଥିବୀରେ ବାସ କରୁଥିବା ପ୍ରାଣୀ ମାନଙ୍କ ଭିତରେ ହାତୀ କେବେବି ଜମ୍ପ ବା ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଡେଇଁ ପାରିନଥାଏ । ନିଜ ବିଶାଳ ଶରୀର ଓ ଓଜନ ପାଇଁ ହାତୀକୁ ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ଡେଇଁ ବାରେ କଷ୍ଟ ଅନୁଭବ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.