ଏମିତି କିଛି ଖବର ଯାହା ଆପଣଙ୍କୁ ଖୁବ୍‌ ମଜା ଲାଗିବ

ଦୁନିଆଁରେ ବେଳେ ବେଳେ କିଛି ଏମିତି ଘଟଣା ଘଟେ ଯାହା ସମସ୍ତଙ୍କୁ ଚକିତ କରିଦିଏ । କେବେ ଆଶ୍ଚର୍ଯ୍ୟ ଲାଗେ ତ କେବେ ହସ ଲାଗେ । ଆଉ କେବେ ଆମେ ତାକୁ ନେଇ ବେଶ୍‌ କିଛି ସମୟ ଧରି ଚର୍ଚ୍ଚା କରୁ । ଆଜି ସେଭଳି କିଛି ଖବର ନେଇ ଆସିଛୁ ।

ବୟସ ୧୧, ଦିନକୁ ଫୁଲ୍‌ ପାଞ୍ଚ ମିଲ୍‌

ପ୍ରଥମ ଖବର ହେଉଛି ଚୀନ୍‌ର ଜଣେ ୧୧ ବର୍ଷର ବାଳକ ବିଷୟରେ । ଯିଏକି ଦିନୁ ପାଞ୍ଚଥର ପୂରା ମିଲ୍‌ ଖାଉଛି । ଅବଶ୍ୟ ଏଭଳି ଖାଇବାଟା ବଡ଼ ଆଶ୍ଚର୍ଯ୍ୟର କଥା ନୁହେଁ । ହେଲେ ପିଲାଟି କେବଳ ଖାଦ୍ୟ ଲୋଭରେ ଖାଉ ନାହିଁ, ଖାଉଛି ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ । ପିଲାଟିର ନାଁ ହେଉଛି ଲୁ ଜିକୁଆନ୍‌ । ଜିକୁଆନ୍‌ ଏଭଳି ଖାଇବା ପଛର କାରଣ ହେଲେ ତାର ବାପା । ସାତ ବର୍ଷ ତଳେ ତାର ବାପା ଲୁ ୟାନ୍‌ହେଙ୍ଗ ରକ୍ତହୀନତା ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଲା । ଡାକ୍ତର ପରାମର୍ଶ ଦେଲେ ବୋନ୍‌ମ୍ୟାରୋ ପାଇଁ । ଯାହା ଶୀଘ୍ର ହେବା ସମ୍ଭବ ନଥିଲା ।

LIZU KUN-6
ପରିବାରରେ କେବଳ ପୁଅ ଲିଜୁଆନ୍‌ର ବୋନ୍‌ମ୍ୟାରୋ ତାଙ୍କ ବାପାଙ୍କ ସହ ମିଶୁଛି । ସେ ତାଙ୍କୁ ରକ୍ତ ଦେବାକୁ ଯୋଗ୍ୟ । ସେଥିଲାଗି ତାଙ୍କୁ ବଛାଗଲା । ହେଲେ ସମସ୍ୟା ହେଲା ଯେ ପୁଅର ଓଜନ ୪୫ କେଜିରେ ପହଞ୍ଚିଲେ ଯାଇ ସେ ଅପରେସନ୍‌ ସମୟରେ ବୋନ୍‌ମ୍ୟାରୋ ଦେଇ ପାରିବ । ତେଣୁ ଡାକ୍ତରଙ୍କ ପରାମର୍ଶରେ ଲିଜୁଆନ୍‌ଙ୍କୁ ଦିନକୁ ପାଞ୍ଚଥର ଖାଇବାକୁ କୁହାଗଲା ।

LIZU KUN-2ସେପଟେ ବାପାଙ୍କୁ ବଞ୍ଚାଇବା ପାଇଁ ପୁଅ ଖାଇବା ଆରମ୍ଭ କରିଦେଲେ । ବିଶେଷ କରି ଭାରତ ଓ ଚିକେନ୍‌ ତାର ଭାରି ପସନ୍ଦ । ଏଡା ସହିତ ଅନ୍ୟ ଖାଦ୍ୟ ମଧ୍ୟ ଖାଉଛି ଲିଜୁଆନ୍‌ । ହେଲେ ଏପର୍ଯ୍ୟନ୍ତ ୩୦ କେଜିରେ ପହଞ୍ଚି ପାରିଛି । ଆଉ ୧୫ କେଜି ଦରକାର ରକ୍ତଦାନ କରିବାକୁ ଯୋଗ୍ୟ ହେବା ପାଇଁ ।

ୟା ଭିତରେ ୟାନ୍‌ହେଙ୍ଗଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଛି । ତେଣୁ ତାଙ୍କୁ ରକ୍ତ ଦେବାକୁ ପଡୁଛି । ଚିକିତ୍ସା ବି ଚାଲିଛି । ତଥାପି ଜିକୁଆନ୍‌ ବାପାଙ୍କ ପାଇଁ ନିଜ ପାଞ୍ଚ ମିଲ୍‌ର ମିଶନ୍‌ ଜାରି ରଖିଛନ୍ତି ।

ଚାରି ବର୍ଷର ସେବାଷ୍ଟିଆନ୍‌ର କାର୍‌-ନାମା

ଏବେ ଆଉ ଏକ ଖବର ଆମେରିକାର ମିନେସୋଟାରୁ । ଏଠାକାର ଜଣେ ୪ ବର୍ଷ ବୟସ୍କ ବାଳକ ସେବାଷ୍ଟିଆନ୍‌ ସ୍ୱେନ୍‌ସନ୍‌ର ପ୍ରବଳ ଇଚ୍ଛା ହେଲା ଚକୋଲେଟ୍‌ ଖାଇବାକୁ । ସେ ନିଜ ଇଚ୍ଛାକୁ ଆଉ ରୋକି ପାରିଲାନି । ଚୁପ୍‌ଚାପ୍‌ ନିଜ ଘରୁ କାର୍‌ ନେଇ ବାହାରି ପଡ଼ିଲା । ଆଶ୍ଚର୍ଯ୍ୟ ଲାଗୁଛି ନା ? ହେଲେ ଘଟଣାଟି ପୂରା ସତ । ସେବାଷ୍ଟିଆନ୍‌ ନିଜ ଜେଜେବାପାଙ୍କ ବାପାଙ୍କ ହ୍ୟୁଣ୍ଡାଇ ସାଣ୍ଟା କାର୍‌ ନେଇ ପ୍ରାୟ ଅଢ଼େଇ କିଲୋମିଟାର ରାସ୍ତା ଯିବା ପରେ ଏକ ଗ୍ୟାସ ଷ୍ଟେସନ୍‌ ନିକଟରେ ଅଟକି ଯାଇଥିଲା ।

SEBASTIAN

ଡ୍ରାଇଭଂ ବେଳେ କାର୍‌ଟି ରାସ୍ତାରେ ସାପ ଭଳି ଦୌଡୁଥିଲା । ସ୍ପିଡ୍‌ ଥିଲା ୧୬ରୁ ୨୪ କିଲୋମିଟର ପ୍ରତି ଘଣ୍ଟା । ତେବେ ସୌଭାଗ୍ୟକୁ କୌଣସି ବଡ଼ ଦୁର୍ଘଟଣା ଘଟିନଥିଲା । କେଉଁଠି କାହା କାର୍‌ କଡ଼ରେ ତ ଆଉ କେଉଁଠି ରାସ୍ତା କଡ଼ରେ ଥିବା ଚିଠିବାକ୍ସକୁ ସାମାନ୍ୟ ଧକ୍କା ଦେଇଥିଲା । ପୋଲିସ୍‌ ତାର ଏଭଳି ଡ୍ରାଇଭିଂ ଦେଖି କାର୍‌ର ପିଛା କରିବା ସହ ତାକୁ ଶେଷକୁ ଗ୍ୟାସ୍‌ ଷ୍ଟେସନ୍‌ ନିକଟରୁ ଉଦ୍ଧାର କରିଥିଲା । କାର୍‌ଟି ମଧ୍ୟ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।
ଏଇ ଚାରି ବର୍ଷର ପିଲା ଡ୍ରାଇଭଂ କରି ଏତେବାଟ ଅକ୍ଷତ ଅବସ୍ଥାରେ ଥିବା ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ । ତାଙ୍କ ମା ଜେନା ସ୍ୱେନ୍‌ସନ୍‌ଙ୍କ ସମେତ ପୂରା ପରିବାର ଲୋକଙ୍କ ମୁହଁରେ ତ ଭାଷା ନଥିଲା । ସମସ୍ତେ ହତବାକ୍‌ ହୋଇ ଯାଇଥିଲେ । ଏମିତିକି ପୋଲିସ୍‌ ମଧ୍ୟ କଣ କହିବ କି କରିବ କିଛି ବୁଝି ପାରିଲା ନାହିଁ ।

SEBASTIAN-2
ଜଣାପଡ଼ିଲା ଯେ ଜେଜେବାପାଙ୍କ ଓ୍ଵାକର ସାହାଯ୍ୟରେ ହାତ ପାଉନଥିବା ଜାଗାରୁ କାର୍‌ ଚାବି ଆଣି ସେବାଷ୍ଟିଆନ୍‌ କାର୍‌ ଚଳାଇ ନେଇଥିଲା । ପୂର୍ବରୁ ସେ ଅନ୍ୟମାନଙ୍କୁ ଯେଭଳି କାର୍‌ ଚଳାଇବାର ଦେଖିଥିଲା, ଠିକ୍‌ ସେହି ଅନୁଯାୟୀ କାର୍‌ ଡ୍ରାଇଭିଂ କରିଥିଲା । ଅବଶ୍ୟ ସେବାଷ୍ଟିଆନ୍‌ର ଏହି କାର୍‌ନାମାରେ ଜଣେ ଆହତ ହୋଇଛନ୍ତି ।

ପୁରୀ ହୋଟେଲରେ ପପି ଥେରାପି

ଇଣ୍ଡୋନେସିଆର ବାଲି ଦ୍ୱୀପରେ ଗୋଟିଏ ହୋଟେଲ ଅଛି ଯାହାର ସମ୍ପର୍କ ଓଡ଼ିଶା ସହ ରହିଛି । ମାନେ ହୋଟେଲର ନାଁ ହେଉଛି ‘ପୁରୀ ଗାର୍ଡନ୍‌ ହୋଟେଲ’ । ଏଇ ହୋଟେଲ କର୍ତ୍ତୃପକ୍ଷ ତାଙ୍କ ଅତିଥିମାନଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ତାହା ହେଉଛି, ପପି ଥେରାପି । ମଙ୍ଗଳବାର ଓ ଗୁରୁବାର ଦିନ ଅପରାହ୍ନ ୧.୩୦ରୁ ୩.୩୦ ମଧ୍ୟରେ ଏହି ହୋଟେଲର ଅତିଥିମାନେ କୁନି କୁନି ସୁନ୍ଦର ସୁନ୍ଦର କୁକୁର ଛୁଆଙ୍କ ସହିତ ଖେଳିବାର ସୁଯୋଗ ପାଇବେ । ଯାହା ଏବେ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇଛି ।

PUPPY HOTEL-2
ବାଲି ଡଗ୍‌ ଆସୋସିଏସନ୍‌ ତରଫରୁ ରାସ୍ତାରେ ବୁଲୁଥିବା କୁକୁରମାନଙ୍କ ଥଇଥାନ ବ୍ୟବସ୍ଥା କରାଯାଏ । ସେହି ସଂଘ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ କରିବା ଲାଗି ପୁରୀ ଗାର୍ଡେନ୍‌ ହୋଟେଲକୁ ପ୍ରସ୍ତାବ ଦେଇଥିଲେ । ଏହି ସଂଘ ତରଫରୁ ଏସବୁ କୁକୁରଙ୍କୁ ମଧ୍ୟ ଯୋଗାଇ ଦିଆଯାଉଛି । କୁକୁରଙ୍କ ପ୍ରତି ଶ୍ରଦ୍ଧା ପାଇଁ ସମସ୍ତଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏଠାରେ କରାଯାଉଛି ‘ପପି ଥେରାପି’ ।

PUPPY HOTEL-6

ମରିଗଲା ଫ୍ରେଣ୍ଡସିପ୍‌ ଟ୍ରି

କିଛି ମାସ ତଳେ ଆମେରିକା ଗସ୍ତାରେ ଆସିଥିଲେ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ୍‌ । ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ସହ ଅନେକ ବିଷୟ ନେଇ ଆଲୋଚନା ହୋଇଥିଲା । ତା ସହିତ ଦୁହେଁ ମିଶି ହ୍ଵାଇଟ୍‌ ହାଉସ୍‌ ପରିସରରେ ଏକ ଫ୍ରେଣ୍ଡସିପ୍‌ ଟ୍ରି ବା ବନ୍ଧୁତ୍ୱ ଗଛ ଲଗାଇଥିଲେ । ବିଶ୍ୱର ଦୁଇ ସୁପର ପାଓ୍ଵାରଙ୍କ ବନ୍ଧୁତାର ନିଦର୍ଶନ ଥିଲା ଏହି ଓକ୍‌ ଗଛ । ହେଲେ କିଛି ଦିନ ପରେ ଏହା ଅଚାନକ ଗାୟବ ହୋଇଗଲା । ଏହାକୁ ନେଇ ଜୋର୍‌ ଚର୍ଚ୍ଚା ଓ ଆଲୋଚନା ମଧ୍ୟ ହେଲା । ତଥାପି କିଛି ଜଣାପଡ଼ିଲା ନାହିଁ ।

TRUMP TREE-1
ଆଉ ଏବେ ସ୍ପଷ୍ଟ ହୋଇଛି ଫ୍ରେଣ୍ଡସିପ୍‌ ଟ୍ରି ଗାୟବ ପଛର ରହସ୍ୟ । ଗଛଟି କୁଆଡ଼େ ମରିଗଲା । ତେଣୁ ତାକୁ ଫିଙ୍ଗି ଦିଆଯାଇଛି । ପୁଣି ଶୁଣାଗଲା ଯେ ସେହି ଜାଗାରେ ଆଉ ଏକ ଓକ୍‌ ଗଛ ଲଗାଯିବ । ହେଲେ ତାହା ମଧ୍ୟ ହୋଇ ନାହିଁ । କାରଣ ଇରାନ୍‌ ଆଣବିକୁ ଚୁକ୍ତି ଏବଂ ବାଣିଜ୍ୟ ଆଦି ପ୍ରସଙ୍ଗକୁ ନେଇ ଆମେରିକା ଓ ଫ୍ରାନ୍ସ ମଧ୍ୟରେ ଏବେ ତିକ୍ତତା ଚାଲିଛି । ସେଥିଲାଗି ଆଉ ଫ୍ରେଣ୍ଡସିପ୍‌ ଟ୍ରି ସେଠାରେ ଲାଗିବ ନାହିଁ । ସତରେ ଦୋସ୍ତ ବି ଏମିତି ଦୁଶ୍ମନ୍‌ ହୋଇଯାଆନ୍ତି । ସବୁ କିଛି ସମୟର ଖେଳ, ନାଁ କଣ କହୁଛନ୍ତି ?

Leave A Reply

Your email address will not be published.