ହିନ୍ଦୁ ଧର୍ମ ସହ ଜଡ଼ିତ ଅନେକ ଶାସ୍ତ୍ର ଏବଂ ପୁରାଣରେ ମାନବ କଲ୍ୟାଣ ପାଇଁ ବହୁତ କିଛି କଥା ବର୍ଣ୍ଣନା କରାଯାଇଛି। କିନ୍ତୁ ଦୈନନ୍ଦିନ ଜୀବନରେ ମଣିଷ କିଛି ଭୁଲ କରି ନିଜର ଆୟୁକୁ କମ କରିଦେଉଛି। ଭାଗ୍ୟରେ ଲମ୍ବା ଆୟୁଷ ଥିଲେ ମଧ୍ୟ ସାମାନ୍ୟ ଭୁଲ ପାଇଁ ସେ ଜଲଦି ପହଞ୍ଚିଯାଉଛି ମୃତ୍ୟୁର ଦ୍ୱାରରେ। ଆସନ୍ତୁ ଜାଣିବା କ’ଣ ସେ ସବୁ କାମ, ଯାହାକୁ କଲେ କମି ଯାଇଥାଏ ଆୟୁଷ।
୧. ହିନ୍ଦୁ ଶାସ୍ତ୍ରରେ ମାଂସ ଭକ୍ଷଣକୁ ସମ୍ପୂର୍ଣ୍ଣ ମନା କରାଯାଇଛି। କୌଣସି ନିରୀହ ପ୍ରାଣୀକୁ ମାରି ତା’ ମାଂସ ଖାଇବା ପାପ ସହିତ ସମାନ ହୋଇଥିଲେ ମଧ୍ୟ ବହୁତ ଲୋକ ଏହାକୁ ବିନା ଦ୍ବିଧାରେ ଖାଇଥାନ୍ତି। ଆପଣଙ୍କୁ କହି ରଖୁଛୁ, ବାସି ମାଂସ ଖାଇଲେ ମଣିଷର ଆୟୁଷ କମିଯାଇଥାଏ।
୨. ଗରୁଡ଼ ପୁରାଣ ଅନୁସାରେ ରାତିରେ ଦହି ଖାଇଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ଆୟୁ କମିଯାଇଥାଏ।
୩. ଶାସ୍ତ୍ର କହିଥାଏ, ସୂର୍ଯ୍ୟୋଦୟ ପୂର୍ବରୁ ବିଛଣା ତ୍ୟାଗ କରିଦେବା ଉଚିତ। ସୂର୍ଯ୍ୟୋଦୟ ପରେ ଶୋଇରହିବା ଦ୍ୱାରା ଶରୀରକୁ ବିଭିନ୍ନ ରୋଗ ମାଡ଼ିବସିଥାଏ। ସେହିପରି ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ସମୟରେ ବି ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ବୟସ କମିଯାଇଥାଏ।
୪. ପୌରୁଷ ଶକ୍ତି ବୀର୍ଯରେ ରହିଥାଏ, ଯାହାକି ଅଧିକ ମୈଥୁନ କରିବା ଦ୍ୱାରା କ୍ଷୟ ହୋଇଯାଇଥାଏ। ବ୍ରାହ୍ମ ମୁହୂର୍ତ୍ତରେ ଆହୁରି ଅଧିକ ମୈଥୁନ କଲେ ଆୟୁଷ କମିଯାଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
୫. ଆପଣ ଯଦି କାହାର ଅନ୍ତିମ ଦର୍ଶନ କରିବାକୁ ଯାଇଛନ୍ତି। ତୁରନ୍ତ ଦର୍ଶନ କରି ସେଠାରୁ ଫେରିଆସନ୍ତୁ। ଶ୍ମଶାନ ଧୂଆଁ ଆୟୁଷ କମାଇ ଦେଇଥାଏ। ଶ୍ମଶାନ ପାଖରେ ଘର ନେବା ଉଚିତ ନୁହେଁ।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…