ଦେଶର ଅନେକ ସ୍ଥାନର ନାମ ପରିବର୍ତ୍ତନ କେବେଠୁ ଆଉ କିପରି କରାଯାଇଛି , ଜାଣିବା

ଉତ୍ତରପ୍ରଦେଶ ସରକାର ପୁଣିଥରେ ନାମ ବଦଳାଇବାକୁ ନେଇ ଖବର ଆସିଛି । ଖବର ଅନୁସାରେ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ପ୍ରାୟ ୧୨ଟି ସହରର ନାମ ବଦଳାଇବାର ଚିନ୍ତା କରାଯାଉଛି । ଏହି ସହର ଗୁଡିକ ମଧ୍ୟରେ ଅଲିଗଡ, ପରୁଖାବାଦ, ସୁଲତାନପୁର, ବନ୍ଦାୟୁ, ଫିରୋଜାବାଦ ଭଳି ଜାଲ୍ଲା ବି ସାମିଲ ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପୂର୍ବ କାର୍ଯ୍ୟକ୍ରମରେ କେତେ ସହରର ନାମ ବଦଲାଇତିଲେ । ଆଉ ଏବେ ପୁଣି ୧୨ଟି ସହର । ପୂର୍ବରୁ ନାମ ପରିବର୍ତ୍ତନ ହୋଇଥିବା ମଧ୍ୟରେ ଥିଲା ରେଲୱେ ଷ୍ଟେସନ,ସହର ଏମିତିକି ପୁରସ୍କାର ମଧ୍ୟ ।

ଏହି ବଦଳିବାର ପ୍ରଥା ଏବେ ନୁହେଁ ବରଂ ଅନେକ ବର୍ଷ ପୂର୍ବରୁ ହିଁ ଆରମ୍ଭ ହେଲାଣି । ଦେଶର ସ୍ୱାଧୀନ ହେବା ପରେ ବି ଅନେକ ନାମ ବଦଳାଯାଇଛି । ଏହା ନାମ ବଦଳାଇବାର ପ୍ରଥା ମୋଗଲଙ୍କ ସମୟରୁ ଆରମ୍ଭ ହୋଇଛି । ଅନେକ ବର୍ଷ ପୂର୍ବରୁ ବି ଭାରତର ଅନେକ ସ୍ଥାନର ନାମ ପରିବର୍ତ୍ତନ କରାଯାଇଥିଲା । ଜାଣିବା ଭାରତରେ କେବେଠୁ ଆଉ କିଭଳି ଚାଲିଛି ନାମ ବଦଳାଇବାର ପ୍ରଥା ।

କୁହାଯାଉଚି କି ଭାରତରେ ନାମ ପରିବର୍ତ୍ତନ ହେବାର ପରମ୍ପରା ୭୦୦ବର୍ଷରୁ ଅଧିକ ପୁରୁଣା । ଯେବେ ଯେବେ ମୋଗଲ ଶାସକ କୌଣସି ଅଞ୍ଚଳ ଉପରେ ବିଜୟପ୍ରାପ୍ତି କରୁଥିଲେ ସେଠାକାର ସହର ଓ ଗାଁ ଗୁଡିକ ସେମାନଙ୍କ ନାମ ହିସାବରେ ଜଣାଯାଉଥିଲା । ଅନେକ ଶାସକ ସହର ବସାଇ ନିଜ ପରିବାରର ସଦସ୍ୟଙ୍କ ନାମ ଅନୁସାରେ ଅବା ନିଜ ନାମ ଅନୁସାରେ ସ୍ଥାନର ନାମ ରଖୁଥିଲେ । ଯେମିତିକି ମୋହମ୍ମଦ ବିନ ତୋଗଲକ ଯେବେ ରାଜଧାନୀ ଦିଲ୍ଲୀରୁ ନେଇ ଦେବୋଗିରିରେ ସ୍ଥାପିତ କଲେ ତେବେ ସେହି ସମୟରେ ଦେବୋଗିରିର ନାମ ବଦଳାଇ ଦୌଲତାବାଦ କରାଯାଇଥିଲା । ଏବେ ତାହା ଦୌଲତାବାଦ ନାମରେ ହିଁ ଜଣାଯାଉଛି । ଯେମିତିକି ବର୍ଷ ୧୩୦୩ରେ ଚିତୋଡଗଡ କିଲେରେ କବଜା କରିବା ପରେ ଆଲ୍ଲାଉଦ୍ଦ୍‌ିନ ଖିଲଜୀ ନିଜ ପୁଅ ଖିଜ୍ର ଖାନ ନାମରେ ଚିତୋରଗଡର ନାମ ଖିଜରାବାଦ କରିଦେଇଥିଲେ ।

ଆଗ୍ରା ନାମ ଆକବରଙ୍କ ନାମରେ କରାଯାଇଥିଲା ଅକବରାବାଦ । କୁହାଯାଏ କି ବନାରସ ନାମ ମଧ୍ୟ କିଛି ଦିନ ପାଇଁ ମୋହମବାଦାଦ ରଖାଯାଇଥିଲା । ଏହି ଲିଷ୍ଟରେ ଅନେକ ସହରର ଲିଷ୍ଟ ରହିଛି । ଯେମିତିକି ଆମୋରର ନାମ ବଦଳାଇ ଅମିନାବାଦ ରଖାଯାଇଥିଲା । କୁହାଯାଏ କି ଗୁଜୁରାଟର ସହର ଅହମ୍ମଦାବାଦର ନାମ ପ୍ରଥମେ କର୍ଣ୍ଣବତୀ ଥିଲା । ଏହା ଛଡା ଜାମନଗର ନାମ ଇସଲାମନଗର , ସତାରା ର ନାମ ଆଜମତରା, ମୌଶୁରୀର ନାମ ନଜରାବାଦ ଓ ମଙ୍ଗଲୋରର ନାମ ଜଲାଲାବାଦ, ମଦିକେରୀର ନାମ ଜାଫରାବାଦ ରଖାଯାଇଥିଲା ।

ଏଥିରୁ ଆପମ ସ୍ପଷ୍ଟ ବାବେ ଜାଣିପାରୁଥିବେ କି ମୋଦଲମାନେ ନିଜ ନାମରେ କେତେ ସ୍ଥାନର ନାମ ପରିବର୍ତ୍ତନ କରିଥିଲେ । କାରଣ ଭାରତରେ ୭୦୪ଜାଗାର ନାମ ୬ମୋଗଲ ଶାସକଙ୍କ ନାମରେ ରହିଛି । ଏମାନଙ୍କ ମଧ୍ୟରେ ବାବର, ହୁମାୟୁ, ଜାହାଙ୍ଗୀର, ଶାହାଜାହାନ ଓଔରଙ୍ଗଜୈବ ସାମିଲ ଅଛି । ଏଥିରେ ଆକବରଙ୍କ ନାମରେ ଦେଶରେ ୨୫୦ଗାଁର ନାମ ରହିଛି । ରଙ୍ଗଜୈବଙ୍କ ନାମରେ ୧୭୭, ଜାହାଙ୍ଗୀରଙ୍କ ନାମରେ ୧୪୧ସେହିଭଳି ଶାହାଜାହାନହ୍କ ନାମରେ ୬୩ , ବାବାରଙ୍କ ନାମରେ ୬୧ଓ ହୁମାୟୁଙ୍କ ନାମରେ ୧୧ସ୍ଥାନର ନାମ ରହିଛି । ଏହାଛଡା କୁହାଯାଉଚି କି ଦେଶରେ ପାଖାପାଖି ୭୦ ଅକବରପୁର, ଓ ୬୩ଟି ଔରଙ୍ଗାବାଦ ନାମରେ ରହିଛି ।

ଏଥିରେ ୩୯୨ଉତ୍ତରପ୍ରଦେଶ, ୯୭ବିହାର, ୩୮ହରିୟାଣା, ୯ମଦ୍ୟପ୍ରଦେଶ, ତିନ ଛତିଶଗଡ, ୧୨ଗୁଜୁରାଟ, ୪ଜମ୍ମୁକଶ୍ମୀର, ୩ଦିଲ୍ଲୀ , ୨୨ମଧ୍ୟପ୍ରଦେଶ, ୨୭ପଞ୍ଜାବ, ୪ଓଡିଶା , ୯ପଶ୍ଚିମବଙ୍ଗ, ୨୦ ରାଜସ୍ଥାନରେ । କହିରଖୁଛୁ କି ଏହା ବାଦ ଇଂରେଜ ମାନେ ମଧ୍ୟ ଅନେକ ସହରର ନାମ ପରିବର୍ତ୍ତନା କରିଥିଲେ ଯାହା ଭାରତ ସ୍ୱାଧୀନ ହେବା ପରେ ବଦଳାଇ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.