ଏହି ଫୁଲକୁ “ରାକ୍ଷୀ ଫୁଲ” ବୋଲି କୁହାଯାଏ, ମହାଭାରତ ଯୁଗ ସହିତ ରହିଛି ବିଶେଷ ସମ୍ବନ୍ଧ

କମଳ ଫୁଲକୁ ହିନ୍ଦୁ ଧର୍ମ ଅନୁଯାୟୀ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । କମଳ ଫୁଲ ଅନେକ ପ୍ରକାରର ରହିଛି । ଯେମିତିକି ବ୍ରହ୍ମ କମଳ, ଧଳା କମଳ, ନୀଳ କମଳ, କୃଷ୍ଣ କମଳ ଇତ୍ୟାଦି । କୃଷ୍ଣ କମଳର ଆକାର ଠିକ ରାଖି ଭଳି ହୋଇଥାଏ । ଏହାର ଆକାର ଟିକେ ଭିନ୍ନ ହୋଇଥିବାରୁ ଏହାକୁ “ଝୁମକା ଲତା” କୁହାଯାଏ । ଅନ୍ୟ ଭାଷାରେ ଏହାକୁ “ଯୁଗନୁ ଫୁଲ” ବି କୁହାଯାଏ । ଏହାକୁ ଖୁବ ଶୁଭ ଭାବେ ଧରାଯାଏ ।

୧. କୃଷ୍ଣ କମଳର ସାଇଣ୍ଟିଫିକ ନାଁ ପ୍ୟାସିଫ୍ଲୋରା । ଏହା ଅନ୍ୟ କୌଣସି ବି ସାଥିରେ ଆଗକୁ ବଢିପାରେ ।

୨. ଏହା ସାଉଥ ଇଷ୍ଟ ଆମେରିକା କିମ୍ବା ସାଉଥ ଆମେରିକାରେ ମିଳିଥାଏ ।

୩. ଭୂମି ଉପରେ ଏହାର ଯେତିକି ଅଂଶ ଥାଏ ସେଥିରୁ ଔଷଧ ପ୍ରସ୍ତୁତ ହୋଇଥାଏ ।

୪. ଏହାର ଲତା ଗୁଡିକରେ ଫୁଲ ସହିତ ଫଳ ବି ଫଳିଥାଏ ।

krushna kamal

୫. ଏହି ଫୁଲ ବିଭିନ୍ନ ପ୍ରକାର ରଙ୍ଗରେ ମିଳିଥାଏ । ଯାହା ମଧ୍ୟରେ ରହିଛି ବାଇଗଣୀ, ଲାଲ, ଧଳା ଇତ୍ୟାଦି । ଏହି ଫୁଲର ୫୦୦ ରୁ ଅଧିକ ପ୍ରଜାତି ରହିଛି ।

୬. ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଲୋକେ ଏହାକୁ ନିଜ ଘରେ ଲଗେଇବାକୁ ବେଶୀ ପସନ୍ଦ କରନ୍ତି ।

୭. ଏହାର ବାହ୍ୟ ପଙ୍ଖୁଡି ଗୁଡିକ ବାଇଗଣୀ, ଲାଲ କିମ୍ବା ଧଳା ରଙ୍ଗର ହୋଇଥାଏ । ଯାହାର ସଂଖ୍ୟା ପାଖପାଖି ୧୦୦ ହୋଇଥାଏ । ଏହାର ଉପରି ଭାଗରେ ୫ଟି କଢ଼ ବାହାରିଥାଏ । କିଛି ଲୋକ ଏହାକୁ କୌରବ ଓ ପାଣ୍ଡବ ବଂଶ ସହିତ ଯୋଡି ଦେଖିଥାନ୍ତି । ଏହି ୫ଟି କଢି ଉପରେ ତିନୋଟି ଆହୁରି କଢି ରହିଥାଏ । ଯାହାକୁ ବ୍ରହ୍ମା- ବିଷ୍ଣୁ- ମହେଶଙ୍କ ପ୍ରତୀକ ଭାବେ ଧରାଯାଏ । କେନ୍ଦ୍ରରେ ବିରାଜିତଙ୍କୁ କୃଷ୍ଣଙ୍କ ପ୍ରତୀକ ଭାବେ ଧରାଯାଏ । ତେଣୁ କରି ଏହାକୁ “କୃଷ୍ଣ କମଳ” ବୋଲି କୁହାଯାଏ ।

୮. ଏହି ଫୁଲକୁ ଘରେ ଲଗାଇବା ଦ୍ୱାରା ଘରେ ଶାନ୍ତି, ସୁଖ, ସମୃଦ୍ଧି ବୃଦ୍ଧି ହେବା ସହ ଉନ୍ନତି ଆସିଥାଏ । ଏହାକୁ ଖୁବ ଶୁଭ ବୋଲି ମଧ୍ୟ ଧରାଯାଏ ।

୯. ଏହି “କୃଷ୍ଣ କମଳ”ର ଅନେକ ଔଷଧୀୟ ଗୁଣ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.