Categories: ସ୍ପେଶାଲ

ଭାରତ ରତ୍ନ ଲତା ମଙ୍ଗେଶକରଙ୍କର ପ୍ରଥମ ରୋଜଗାର ଥିଲା ମାତ୍ର ୨୫ ଟଙ୍କା, ଜାଣନ୍ତୁ ତାଙ୍କ ବିଷୟରେ ଏମିତି କିଛି ରୋଚକ ତଥ୍ୟ

ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିବା କୋକିଳ କଣ୍ଠି ଲତା ମଙ୍ଗେଶକରଙ୍କୁ କିଏ ବା ନ ଜାଣେ । ସଂଗୀତର ରାଣୀ ଭାବେ ଜଣା ଲତାଜିଙ୍କୁ ଯେତେ ବି ଉପାଧିରେ ସମ୍ମାନିତ କଲେ ହୁଏତ ତାହା ତାଙ୍କ ଅମୁଲ୍ୟ କଣ୍ଠ ଆଗରେ ଫିକା ପଡ଼ିଯିବ । ତାଙ୍କର ସେହି ମିଠା ସ୍ୱର ଶୁଣିଲେ ଯେମିତି ଲାଗେ ଆମେ କେଉଁ ଅବାସ୍ତବ ଦୁନିଆରେ ଅଛୁ । ଯେଉଁଠି କେବଳ ହିଁ କେବଳ ସଙ୍ଗୀତର ମୂର୍ଚ୍ଛନା ହିଁ ଶୁଭୁଛି । ନିଜ ସଂଗୀତ କ୍ୟାରିୟର ଭିତରେ ଲତା ପ୍ରାୟ ତିରିଶ ହଜାରରୁ ଅଧିକ ଗୀତ ଗାଇଛନ୍ତି । ଖାଲି ସେତିକି ନୁହେଁ ୩୬ ରୁ ଅଧିକ ଭାରତୀୟ ଭାଷାରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି । କହି ରଖିବା ଉଚିତ ହେବ କି ଲତା ଏକ ମାତ୍ର ବ୍ୟକ୍ତିତ୍ୱ ଯାହାଙ୍କ ଜୀବିତ ଅବସ୍ଥାରେ ହିଁ ତାଙ୍କ ନାଁରେ ପୁରସ୍କାର ମାନ ଦିଆଯାଉଛି । କିନ୍ତୁ ତାଙ୍କ ବିଷୟରେ ଏମିତି କିଛି ରୋଚକ କଥା ଅଛି ତାହା ହୁଏତ ଖୁବ କମ ଲୋକ ଜାଣନ୍ତି । ତେବେ ଆସନ୍ତୁ ତାଙ୍କ ଜୀବନର କିଛି ଅକୁହା ଅଶୁଣା କାହାଣୀ ବିଷୟରେ ଆଜି ଜାଣିବା:

୧. ଭାରତର ବୁଲବୁଲ ଭାବେ ସୁ ପରିଚିତ ଲତା ମଙ୍ଗେଶକରଙ୍କ ଜନ୍ମ ୧୯୨୯ ମସିହା ସେପ୍ଟେମ୍ବର ମାସ ୨୮ ତାରିଖରେ ହୋଇଥିଲା । ତାଙ୍କ ପିତା ଦୀନାନାଥ ମଙ୍ଗେଶକର ଜଣେ ଥିଏଟର କଳାକାର ରହିବା ସହ ଜଣେ ସୁନାମ ଧନ୍ୟ ସଂଗୀତ ସାଧକ ମଧ୍ୟ ଥିଲେ । ପ୍ରକୃତରେ ଲତା ଙ୍କ ନାମ ପୂର୍ବରୁ ହେମା ଥିଲା । କିନ୍ତୁ ତାଙ୍କ ପିତା ‘ଭାବବନ୍ଧନ’ ନାମକ ଏକ ନାଟକର ଲତିକା ଚରିତ୍ରରେ ପ୍ରଭାବିତ ହୋଇ ପରେ ତାଙ୍କ ନାମ ଲତା ରଖିଥିଲେ ।

୨. ବିଗତ ଦିନ ମାନଙ୍କର ବରିଷ୍ଠ ଅଭନେତା ତଥା ନିର୍ଦେଶକ ରାଜ କାପୁର ନିଜ ଏକ ଫିଲ୍ମ ‘ସତ୍ୟମ ଶିବମ ସୁନ୍ଦରମ’ର ମୁଖ୍ୟ ଚରିତ୍ର ଭାବେ ଲତାଜିଙ୍କୁ ହିଁ ବାଛିଥିଲେ । କିନ୍ତୁ ଲତାଜି ଏଥିରେ ରାଜି ନ ହେବାରୁ ଏହି ଫିଲ୍ମ ଟିକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା । ବହୁ ପରେ ୮୦ ଦଶକରେ ଏହି ଫିଲ୍ମ ଟିକୁ ନିର୍ମାଣ କରାଯିବା ସହ ଜିନତ ଅମନଙ୍କୁ ନାୟିକା ହିସାବରେ ନିଆଯାଇଥିଲା । କିନ୍ତୁ ଏହି ସିନେମାରେ ଲତା ହିଁ ସ୍ୱର ଦାନ କରିଥିଲେ ।

୩.ଗୀତ ଗାଇବା ପାଇଁ ଲତାଙ୍କୁ ପ୍ରଥମ ଥର ୨୫ ଟଙ୍କା ମିଳିଥିଲା । ଯାହାକି ତାଙ୍କର ପ୍ରଥମ ରୋଜଗାର ଥିଲା । ୧୯୪୨ ମସିହାରେ ଲତା ଏକ ମରାଠୀ ସିନେମା ‘କୀତ୍ତି ହାସଲ’ ଜରିଆରେ ନିଜ ସଂଗୀତ କ୍ୟାରିୟର ଆରମ୍ଭ କରିଥିଲେ । ଲତାଙ୍କ ବ୍ୟତୀତ ତାଙ୍କର ଅନ୍ୟ ଭାଇ ଭଉଣୀ ମାନେ ମଧ୍ୟ ସଂଗୀତକୁ ନିଜ କ୍ୟାରିୟର ଭାବେ ବାଛିଥିଲେ ।

୪. ବଲିଉଡର ଆଉ ଜଣେ ବରିଷ୍ଠ କଳାକାର ଦିଲୀପ କୁମାର ଲତାଜିଙ୍କୁ ନିଜ ସାନ ଭଉଣୀ ଭାବେ ମାନୁଥିଲେ । ଲଣ୍ଡନର ଏକ କାର୍ଯ୍ୟକ୍ରମରେ ଭାଗ ନେବା ସମୟରେ ଏକ ଗୀତକୁ ନେଇ ଦିଲୀପ କୁମାର ଲତାଙ୍କ ଉପରେ ଖୁବ ରାଗି ଯାଇଥିଲେ । ଅବଶ୍ୟ ପରବର୍ତ୍ତୀ ମୁହୂତ୍ତରେ ଲତା ତାଙ୍କୁ ବୁଝାଇବାକୁ ବହୁ ଚେଷ୍ଟା କରିଥିଲେ । ହେଲେ ମଧ୍ୟ ଦିଲ୍ଲୀପ ବୁଝିନଥିଲେ ।

 

ଏହା ସହ ପଢନ୍ତୁ: ଦୁଇ ହଜାର ଜିଅନ୍ତା ଲୋକଙ୍କୁ ମାରି ଏହି କୄର ଶାସକ ବନାଇଥିଲେ ମିନାର, ଜାଣନ୍ତୁ କଣ ଥିଲା ଏହା ପଛର କାରଣ

୫.ଯତୀନ୍ଦ୍ର ମିଶ୍ରଙ୍କ ଏକ ପୁସ୍ତକ ‘ଲତା ସୁର ଗାଥା’ରେ ଲତା ନିଜର ଅନୁଭୂତି ବର୍ଣ୍ଣନା କରିବା ସମୟରେ ନିଜର କିଛି ଅନୁଭୂତି ସମ୍ପର୍କରେ କହିଥିଲେ । ନିଜ ଗୀତ ସୁଟିଂ ପାଇଁ ଲତା ଯେତେବେଳେ ସ୍ଟୁଡ଼ିଓରେ ଉପସ୍ଥିତ ରହୁଥିଲେ । କାମର ବ୍ୟସ୍ତତା ହେତୁ ତାଙ୍କୁ ଦିନ ଦିନ ଧରି ଓପାସ ରହିବା ପାଇଁ ପଡୁଥିଲା । ସ୍ଟୁଡ଼ିଓରେ କ୍ୟାଣ୍ଟିନ ଥିଲେ ମଧ୍ୟ ସେଠାରେ ଭଲ ଖାଦ୍ୟ ମିଳୁ ନ ଥିଲା । ତେଣୁ କରି ଲତାଙ୍କୁ ଦିନ ଦିନ ଧରି ଖାଲି ବିସ୍କୁଟ ଓ ପାଣିରେ ହିଁ କାମ ଚଳାଇବାକୁ ପଡୁଥିଲା ।

KNews Bureau

Recent Posts

ଆଜି ପୁଣି କମିଲା ପେଟ୍ରୋଲ ଦର, ବାଇକ ଆରୋହୀଙ୍କୁ ଆଶ୍ବସ୍ତି

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

4 mins ago

ବଡ଼ ଆଶ୍ବସ୍ତି: ଭାରତୀୟ ବଜାରରେ କମିଲା ସୁନା ଦର

ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ଆଜି ସୁନା କିଣିବାକୁ…

27 mins ago

ଚଳଚଞ୍ଚଳ ଶ୍ରୀମନ୍ଦିର: ଆଜି ଦେବୀ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ

ପୁରୀ (କେନ୍ୟୁଜ); ଆଜି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ବିବାହ ଉତ୍ସବ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ…

45 mins ago

ରାଜ୍ୟରେ କିଛି ସ୍ଥାନରେ ଖୋଲିଲା ସ୍କୁଲ,୧୧ ଜିଲ୍ଲାରେ ୨୦ ଯାଏ ଛୁଟି

ଭୁବନେଶ୍ୱର (କେନ୍ୟୁଜ); ସରିଲା ଗ୍ରୀଷ୍ମ ଅବକାଶ, ଖୋଲିଲା ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି କିଛି…

53 mins ago

ଚଳଚଞ୍ଚଳ ବିଧାନସଭା: ଆଜି ଓ ଆସନ୍ତାକାଲି ଶପଥ ଗ୍ରହଣ କରିବେ ନବନିର୍ବାଚିତ ବିଧାୟକ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବିଧାୟକଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ବିଧାନସଭା ।  ଆଜି ଓ ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ…

1 hour ago

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣା : ସହରରେ କର୍ଫ୍ୟୁ; ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ବାଲେଶ୍ବର (କେନ୍ୟୁଜ); ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ପୌରପାଳିକାରେ କର୍ଫ୍ୟୁ ଜାରି। ସହରରେ ସ୍କୁଲ, କଲେଜ ଓ…

1 hour ago