ସତରେ କ’ଣ ଜୀବିତ ରହିଛନ୍ତି ଅଶ୍ୱତ୍ଥାମା, ଜାଣନ୍ତୁ ଏହା ପଛର ରହସ୍ୟ

ପୁରାଣରେ କୁହାଯାଇଛି ‘ଅଶ୍ୱତ୍ଥାମା ବଳିର୍ବ୍ୟାସୋ ହନୁମାନଶ୍ଚ ବିଭୀଷଣଃ କୃପଶ୍ଚ ପରଶୁରାମଶ୍ଚ ସପ୍ତୈ ତେ ଚିରଞ୍ଜୀବୀନଃ’
ଅଶ୍ୱଥମା, ବ୍ୟାସ, ବଳି, ହନୁମାନ, ପର୍ଶୁରାମ, ବିଭୀଷଣ, କୃପାଚାର୍ଯ୍ୟ ଏହି ସାତ ଜଣଙ୍କୁ ଚିରଞ୍ଜୀବୀ ଅର୍ଥାତ୍ ସେମାନେ ଏବେବି ଜୀବିତ ବୋଲି କୁହାଯାଏ। କୁହାଯାଇଥାଏ ଆସିରଗଢ କିଲ୍ଲାରେ ଅବସ୍ଥିତ ଶିବ ମନ୍ଦିରରେ ମହାଭାରତ କାଳର ଅଶ୍ୱତ୍ଥାମା ଆଜି ମଧ୍ୟ ପୂଜା-ଅର୍ଚ୍ଚନା କରିବାକୁ ଆସୁଛନ୍ତି। ଏହି ବିଷୟରେ ଶୁଣିବା ପରେ ଆଜି ଆମେ ଆପଣଙ୍କୁ ଜଣାଇବୁ କ’ଣ ରହିଛି ଏହି କିଲ୍ଲାର ରହସ୍ୟ।

ମଧ୍ୟପ୍ରଦେଶ ବୁରହାନପୁର ସହର ଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଆସୀରଗଢ ଦୁର୍ଗ । ଏହି ଦୁର୍ଗକୁ ନେଇ ଅନେକ ରହସ୍ୟମୟ କଥା ରହିଛି । ଯାହା ସେଠାକାର ବୟସ୍କ ବ୍ୟକ୍ତିଙ୍କ ଠାରୁ ଶୁଣିବାକୁ ମିଳେ । କେହି କେହି ଏଠାରେ ଅଶ୍ୱତ୍ଥାମାଙ୍କୁ ଦେଖିଥିବା କହିଛନ୍ତି । ସେହିଭଳି ଜଣେ ଜଣେ ବ୍ୟକ୍ତି ମାଛ ଧରିବାକୁ ପୋଖରୀକୁ ଯିବା ସମୟରେ ଅନ୍ଧାରରେ ତାଙ୍କୁ ଜଣେ କିଏ ଧକ୍କା ଦେଇଥିଲା ବୋଲି କୁହନ୍ତି । ଏହିଭଳି ଅନେକ ଘଟଣା ଏଠାକାର ଲୋକଙ୍କ ସହିତ ଘଟିଥିବା ବର୍ଣ୍ଣନା କରନ୍ତି । ଆହୁରି ମଧ୍ୟ କିଛି ଲୋକଙ୍କ କହିବାନୁଯାୟୀ, ଯିଏ ଥରେ ଅଶ୍ୱତ୍ଥାମାଙ୍କୁ ଦେଖିଥାନ୍ତି ସେମାନେ ମାନସିକ ଭାରସାମ୍ୟ ହରାଇଥାନ୍ତି । ତେବେ ଆସନ୍ତୁ ଜାଣିବା ସତରେ କ’ଣ ଅଶ୍ୱତ୍ଥାମା ଜୀବିତ ଅଛନ୍ତି।

mahabarartଆସୀରଗଢ କିଲ୍ଲାର କବାଟ ଖୋଲା ଥିବା ବେଳେ ଏଠାକାର ଘାସ ଜଙ୍ଗଲ ନିକଟରେ ବ୍ରିଟିଶ ସୈନିକମାନଙ୍କ କବର ରହିଛି। ଏହା ପାଖରେ ଏକ ପୋଖରୀ ମଧ୍ୟ ଅଛି। ଏହି ପୋଖରୀରେ ଅଶ୍ୱତ୍ଥାମା ସ୍ନାନ କରି ଶିବ ମନ୍ଦିରକୁ ପୂଜା-ଅର୍ଚ୍ଚନା କରିବାକୁ ଯାଉଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ ମଧ୍ୟ ଏହି ପୋଖରୀର ପାଣି ଶୁଖିନଥାଏ।

ପ୍ରାୟ ୫ ହଜାର ବର୍ଷ ପୂର୍ବେ ମାସା ଅହିର ଶାସକମାନେ ଏହି ମନ୍ଦିର ନିର୍ମାଣ କରିଥିଲେ । ପୌରାଣିକ କଥା ଅନୁସାରେ ଗରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥାମା ତାଙ୍କ ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଶୋଇଥିବା ଅବସ୍ଥାରେ ପାଣ୍ଡବଙ୍କ ପାଞ୍ଚ ପୁତ୍ରଙ୍କୁ ହତ୍ୟା କରିଥିଲେ । ଏହା ପରେ ତାଙ୍କୁ ଶ୍ରୀକୃଷ୍ଣ ଅଭିଶାପ ଦେଇଥିଲେ ଯେ କଳିଯୁଗ ଶେଷ ହେଲା ଯାଏ ତୁମେ ବହୁ କଷ୍ଟ ପାଇ ଜୀବିତ ରହିବ । ଏମିତିକି ଅମର ବର ପାଇଥିବା ଅଶ୍ୱତ୍ଥାମାଙ୍କ କପାଳରେ ଥିବା କବଚକୁ କାଢ଼ି ନେଇଥିଲେ । ଫଳରେ ସେଠାରେ ଏକ କ୍ଷତ ସୃଷ୍ଟି ହୋଇ ରକ୍ତ ବହୁଥିଲା । ଯାହା ଏବେବି ତାଜା ରହିଛି ବୋଲି କୁହାଯାଏ । ସେବେଠୋରୁ ଅଶ୍ୱତ୍ଥାମା ପୃଥିବୀ ପୃଷ୍ଠରେ ଘୂରି ବୁଲୁଛନ୍ତି ଏବଂ ଭୋର ସମୟରେ ସମସ୍ତଙ୍କ ଠାରୁ ଆଗରେ ଆସି ମହାଦେବଙ୍କୁ ପୂଚାର୍ଚ୍ଚନା କରନ୍ତି ।

aswathamaଲୋକେ କୁହନ୍ତି ଯେ, ମନ୍ଦିରକୁ ପୂଜକ ଆସିବ ପୂର୍ବରୁ ମଧ୍ୟ ଧୂପ ଚନ୍ଦନର ବାସ୍ନା ଏବଂ ସଜ ଫୁଟା ଫୁଲ ମନ୍ଦିରରେ ଦେଖିବାକୁ ମିଳେ । ତେଣୁ ସମସ୍ତଙ୍କର ବିଶ୍ୱାସ ଏହି ଚିରଞ୍ଜୀବୀ ଏବେବି ଏଠାକୁ ପୂଜା କରିବା ପାଇଁ ଆସିଥାନ୍ତି । କଳକ୍କୀଙ୍କ ଦର୍ଶନ କଲା ପରେ ଯାଇ ତାଙ୍କୁ ମୁକ୍ତି ମିଳିବ ଏବଂ ଏହା ସହିତ କଳିଯୁଗ ମଧ୍ୟ ଶେଷ ହେବ ବୋଲି କୁହାଯାଇଥାଏ ।

ସେହିଭଳି ଆମ ରାଜ୍ୟରେ ଲୋକକଥା ରହିଛି ଅନ୍ୟତମ ଚିରଞ୍ଜୀବୀ ରାବଣ ଭାଇ ବିଭୀଷଣ ଏବେବି ଲଙ୍କାରେ ଅଛନ୍ତି । ସେ ଦୈନିକ ପୁରୀ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.