ପିମ୍ପୁଡ଼ି କେତେ ସମୟ ବିଶ୍ରାମ ନିଏ, ଜାଣନ୍ତି କି ? ଜାଣନ୍ତୁ ଏମିତି କିଛି ଅଜଣା ତଥ୍ୟ

୧. କଣ ଆପଣ ଜାଣନ୍ତିକି ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ମୋନାଲିସା ଚିତ୍ର ବିଷୟରେ ତ ନିଶ୍ଚିତ ଜାଣିଥିବେ । ଏହାକୁ ଇଟାଲୀର ପ୍ରଖ୍ୟାତ ଚିତ୍ରକର ଲିଓନାଡୋ ଦା ଭିଂଚି ୧୫୦୩ ମସିହାରେ ଆଙ୍କିବା ଆରମ୍ଭ କରିଥିଲେ । ଏହି ବହୁ ମୂଲ୍ୟ ପେଣ୍ଟିଙ୍ଗର ଦାମ ଭାରତୀୟ ମୁଦ୍ରା ହିସାବରେ ୫୨୫୩ କୋଟି ଟଙ୍କା ରଖାଯାଇଛି । କୁହାଯାଏ କି ଏହି ପେଣ୍ଟିଙ୍ଗକୁ ଭିନ୍ନ ଭିନ୍ନ ଦିଗରୁ ଦେଖିଲେ ପେଣ୍ଟିଙ୍ଗରେ ଥିବା ମୋନାଲିସା ହସର ଅର୍ଥ ମଧ୍ୟ ଭିନ୍ନ ଭିନ୍ନ ଲାଗିଥାଏ । କେହି କେହି ତ ପେଣ୍ଟିଙ୍ଗରେ ଥିବା ଫୋଟୋକୁ ଜଣେ ପୁରୁଷଙ୍କର ବୋଲି କହିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପୃଥିବୀ ସାରା ପ୍ରସିଦ୍ଧି ଲାଭ କରିଥିବା ପେଣ୍ଟିଙ୍ଗରେ ମୋନାଲିସାର ଆଇବ୍ରୋ ବା ଭ୍ରୂଲତା ନାହିଁ ।

unknown fact

୨. ମଣିଷ ଶରୀରର ଏକ ପ୍ରଧାନ ଅଙ୍ଗ ହେଉଛି ଏହାର ଜିଭ । ଏହି ଜିଭ ମାଧ୍ୟମରେ ହିଁ ମଣିଷ ଖାଦ୍ୟର ସ୍ୱାଦ ବିଷୟରେ ଜାଣିପାରେ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଜିଭ ହେଉଛି ମଣିଷ ଶରୀରର ସବୁଠୁ ଶକ୍ତ ମାଂସପେଶୀ ।

୩. ପୃଥିବୀର ସବୁଠୁ ଚାଲାକ କୀଟ ଭାବେ ପିମ୍ପୁଡିକୁ ଧରାଯାଏ । ଅନୁକୂଳ ପାଣିପାଗ ସମୟରେ ପିମ୍ପୁଡି ନିଜ ପାଇଁ ଖାଦ୍ୟ ସଂଗ୍ରହ କରି ରଖି ତାହାକୁ ପ୍ରତିକୂଳ ସମୟରେ ବ୍ୟବହାର କରିଥାଏ । ଏମିତିକି ନିଜ ଓଜନର ୫୦ ଗୁଣ ପର୍ଯ୍ୟନ୍ତ ଅଧିକ ଓଜନ ଜିନିଷ ପିମ୍ପୁଡି ନିଜ କାନ୍ଧରେ ବୋହି ନେଇ ଯାଇପାରେ । ଏକ ପ୍ରଚଳିତ କଥା ରହିଛିକି ପିମ୍ପୁଡି ନିଜ ଜୀବନ କାଳ ଭିତରେ କେବେ ହେଲେ ବିଶ୍ରାମ ନିଏ ନାହିଁ । କିନ୍ତୁ ବାସ୍ତବରେ ଏହି ଜୀବ ପ୍ରତି ୧୨ ଘଣ୍ଟାରେ ୮ ମିନିଟ ପାଇଁ ହିଁ ବିଶ୍ରାମ ନେଇଥାଏ ।

ant image

୪. ମୃଦ୍ୟୁ ପାନୀୟ ଭାବେ ପୃଥିବୀରେ ପ୍ରସିଦ୍ଧି ଲାଭ କରିଥିବା କୋକା କୋଲା ଆମକୁ ଖଇରିଆ ବା କିଞ୍ଚିତ କଳା ରଙ୍ଗର ଦେଖାଯାଏ । କିନ୍ତୁ ପ୍ରକୃତରେ ଏହାର ସବୁଜ ରଙ୍ଗର ହୋଇଥାଏ ।

୫.ସାଧାରଣତଃ ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତିଙ୍କ ନାଁ ‘ମହମ୍ମଦ’ ରଖାଯାଇଥାଏ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ପୃଥିବୀର ଏହା ହେଉଛି ସବୁଠୁ ସାଧାରଣ ନାଁ । ପୃଥିବୀରେ ଅଧିକାଂଶ ଲୋକଙ୍କ ନାଁ ମହମ୍ମଦ ରଖାଯାଇଛି ।

୬. ଓଟମାନଙ୍କୁ ମରୁଭୂମିର ଜାହାଜ ବୋଲି କୁହାଯାଏ । ମରୁଭୂମିରେ ବହୁ ପରିମାଣରେ ଧୂଳି ଉଡ଼ିଥାଏ । ଏହି ଧୂଳିରୁ ଓଟମାନଙ୍କ ଆଖିକୁ ରକ୍ଷା କରିଥାଏ ସେମାନଙ୍କ ଆଖିପତା । ପ୍ରକୃତରେ ଓଟମାନଙ୍କ ଆଖିପତା ଅନ୍ୟ ଜୀବମାନଙ୍କ ପରି ସାଧାରଣ ହୋଇନଥାଏ । ସେମାନଙ୍କର ପ୍ରକୃତରେ ୩ଟି ଆଖିପତା ଅଛି ।

camel iamge

୭. ଆଉ ଏକ ରୋଚକ ବିଷୟରେ ଜାଣିଛନ୍ତି ? ପୃଥିବୀରେ ସମୁଦାୟ ୭ଟି ମହାଦେଶ ରହିଛି । ନିଜର ଭିନ୍ନ ଭିନ୍ନ ବିଶେଷତା ପାଇଁ ଏହି ମହାଦେଶ ଗୁଡିକ ପ୍ରସିଦ୍ଧି ଲାଭ କରିଛି । କିନ୍ତୁ ଜାଣନ୍ତିକି ଏହି ମହାଦେଶ ଗୁଡିକର ନାଁ ଆରମ୍ଭ ଯେଉଁ ଅକ୍ଷରରେ ହୋଇଥାଏ ତାହାର ଅନ୍ତ ମଧ୍ୟ ସେହି ଅକ୍ଷରରେ ହିଁ ହୋଇଥାଏ । ଯେମିତିକି Asia,Africa, Europe, North America, South America, Oceania,Antarctica ।

୮. ଛୋଟ ପିଲାଙ୍କମାନଙ୍କର ଅତି ପ୍ରିୟ ଚକୋଲେଟ କୁକୁରଙ୍କ ଶରୀର ପାଇଁ ଘାତକ ହୋଇଥାଏ । ଏଥିରେ ଥିବା ଥିଓବ୍ରୋମିନ ତତ୍ତ୍ୱ କୁକୁରମାନଙ୍କର ହୃଦୟ ଓ ସିରା ପ୍ରଶିରାକୁ ହିଁ ପ୍ରଥମେ କ୍ଷତି କରିଥାଏ ।

୯.ଗରମ ପାଣି ଶୀଘ୍ର ବରଫରେ ପରିଣତ ହୋଇଥାଏ । ଫ୍ରିଜରେ ସମସ୍ତେ ନିଜ ଘରେ ବରଫ ବସାଇ ଥାନ୍ତି । କିନ୍ତୁ ଜାଣନ୍ତିକି ଥଣ୍ଡା ପାଣି ଅପେକ୍ଷା ଗରମ ପାଣିରେ ବରଫ ଶୀଘ୍ର ଜମିଥାଏ ।

ice cube

ଏହା ସହ ପଢନ୍ତୁ: ପ୍ରତି ୧୦୦ ବର୍ଷରେ ୧୦ ମିଟର ବଢୁଛି ସମୁଦ୍ର ସ୍ତର, ଜାଣନ୍ତୁ ଏହା ପଛରେ କଣ ରହିଛି ବୈଜ୍ଞାନିକଙ୍କ ମତ

୧୦. ଯୁବକମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଭିନ୍ନ ଭିନ୍ନ ମାଧ୍ୟମରେ ଲୋକେ ଆତ୍ମହତ୍ୟା କରୁଥିବାର ନଜର ଆସିଥାଏ । କିନ୍ତୁ କେବେ ଶୁଣିଛନ୍ତିକି ନିଜ ନାକକୁ ନିଜେ ଚାପି କିଏ ଆତ୍ମହତ୍ୟା କରିଛି ବୋଲି ? ହଁ ଏହା ହିଁ ସତ୍ୟ ଯେ ନିଜ ନାକ ଚାପି ଧରି କେହି ନିଜକୁ ଶେଷ କରି ପାରିବେ ନାହିଁ ।

୧୧. -୪୦ ଡିଗ୍ରୀରେ ସେଲ୍ସିୟସ ଓ ଫାରେନହିଟ ଉଭୟ ସ୍କେଲରେ ତାପମାତ୍ରା ସମାନ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.