ଅଦୃଶ୍ୟ ରୂପରେ ଆସି କରନ୍ତି ମା’ ଙ୍କ ଆଳତି, ଜାଣନ୍ତୁ କଣ ରହିଛି ମା ଶାରଦାଙ୍କ ମନ୍ଦିରର ରହସ୍ୟ

ମା ଶାରଦା ମନ୍ଦିରର ଏକ ଅଦ୍ଭୁତ କାହାଣୀ ରହିଛି ଯାହା ସାରା ଦେଶରେ ବିଶ୍ୱାସରେ କେନ୍ଦ୍ର ପାଲଟିଛି। ମାଇହାର ମାଙ୍କ ର ଏମିତି ଏକ ରହସ୍ୟ ରହିଛି ଯାହା ଆଜି ପର୍ଯ୍ୟନ୍ତ ବିଦ୍ୟମାନ ହୋଇ ରହିଛି ବୋଲି କୁହାଯାଏ। ସନ୍ଧ୍ୟା ଆଳତି ଶେଷ କରି ପୂଜାରି ମନ୍ଦିର କବାଟ ବନ୍ଦ କରି ତଳକୁ ଆସିଲା ପରେ ମନ୍ଦିର ଭିତରୁ ଘଣ୍ଟି ବାଜିବାର ଶବ୍ଦ ଶୁଭିଥାଏ। ଅନେକ ସମୟରେ ଫୁଲ ଚଢାଯାଇଥିବାର ପ୍ରମାଣ ମଧ୍ୟ ମିଳିଛି ବୋଲି ମନ୍ଦିରର ପୂଜାରି ଦେବୀ ପ୍ରସାଦ କହିଛନ୍ତି। ତେବେ ଆଖପାଖ ଲୋକଙ୍କ କହିବା ଅନୁସାରେ ମାଇହାର ମାଙ୍କର ଭକ୍ତ ଆଲ୍ହା ଏବଂ ଉଦଲ ନାମକ ଦୁଇ ଭାଇ ଏହି ମନ୍ଦିରକୁ ପୂଜା କରିବା ପାଇଁ ଆସିଥାନ୍ତି। ମାଙ୍କର ସକାଳ ଆଳତି କରିବାର ସୌଭାଗ୍ୟ ପ୍ରାୟ ସେହି ଦୁଇ ଭାଇଙ୍କୁ ହିଁ ମିଳିଥାଏ। ଏହି କାରଣରୁ ମା ଶାରଦାଙ୍କ ସହିତ ଆଲ୍ହା ଏବଂ ଉଦଲଙ୍କ କକ୍ତି ମଧ୍ୟ ସମ୍ପୂର୍ଣ୍ଣ ଜଗତରେ ଚର୍ଚ୍ଚିତ ହୋଇ ରହିଛି।

maihar

ମଧ୍ୟପ୍ରଦେଶର ସତନା ଜିଲ୍ଲା ଅନ୍ତର୍ଗତ ମାଇହାରର ତ୍ରିକୁଟ ପର୍ବତରେ ମାତା ଭବ୍ୟଙ୍କର ମନ୍ଦିର ରହିଛି। ଭୋର ୨ ଟାରୁ ୫ ଟା ମଧ୍ୟରେ ଶାରଦା ମାଙ୍କର ପ୍ରଥମ ଦର୍ଶନ କରିବାର ସୌଭାଗ୍ୟ ବହୁ ବର୍ଷ ଧରି ଏହି ଦୁଇ ଭାଇଙ୍କୁ ମିଳିଆସୁଛି। ଏହି ଦୁଇ ଭାଇ ଆଲ୍ହା ଏବଂ ଉଦାଲ ପୃଥିବୀ ରାଜ ଚୌହାନଙ୍କ ସହିତ ଯୁଦ୍ଧ କରିଥିଲେ। ଏହି ଦୁଇ ଭାଇ ସର୍ବପ୍ରଥମେ ଜଙ୍ଗଲ ମଧ୍ୟରୁ ମା ସାରଦାଙ୍କ ଏହି ମନ୍ଦିରକୁ ଖୋଜି ବାହାର କରିଥିଲେ। ଆଲ୍ହା ଦୀର୍ଘ ୧୨ ବର୍ଷ ତପସ୍ୟା କରି ମାଙ୍କୁ ପ୍ରସନ୍ନ କରିଥିଲେ ଓ ମା ତାଙ୍କୁ ଅମରତ୍ୱର ବର ପ୍ରଦାନ କରିଥିଲେ। ଆଲ୍ହା ମାଙ୍କୁ ମାଇ ବୋଲି ଡାକୁଥିବାରୁ ଏହି ସ୍ଥାନର ନାମମାଇହାର ରଖାଯାଇଛି ବୋଲି କୁହାଯାଏ। ସେହିପରି ମନ୍ଦିର ପଛରେ ପାହାଡ ତଳେ ଆଲ୍ହା ତାଲାବ ନାମକ ଏକ ହ୍ରଦ ରହିଛି। ଏହି ହ୍ରଦରୁ ୨ କିଲୋ ମିଟର ଦୁରରେ ଏକ ଆଖଡା ରହଛି , ଏହି ଆଖଡାରେ ଆଲ୍ହା ଏବଂ ଉଦଲ କୁସ୍ତି ଲଢୁଥିଲେ ବୋଲି ମାନ୍ୟତା ରହିଛି।

sarada2

୫୨ ଟି ଶକ୍ତି ପୀଠ ମଧ୍ୟରୁ ମା ଶାରଦା ହେଉଛନ୍ତି ଏକମାତ୍ର ଦେବୀ ଯିଏ ଅମରତ୍ୱର ବର ପ୍ରଦାନ କରିଥାନ୍ତି ବୋଲି ମନ୍ଦିରର ମୁଖ୍ୟ ପୂଜାରି ଦେବୀ ପ୍ରସାଦ କହିଛନ୍ତି। ମା’ ଙ୍କର କୃପା କେତେବେଳେ କେଉଁ ଭକ୍ତ ଉପରେ ଯେ ପଡିବ ତାହା କେହି କହିପାରିବେ ନାହିଁ। ଦେବୀ ପ୍ରସାଦଙ୍କ କହିବା ଅନୁସାରେ ଅନେକ ସମୟରେ ମା’ ଙ୍କ ଏହି ମହିମା ତାଙ୍କୁ ମଧ୍ୟ ଅନେକ ଥର ଅନୁଭବ ହୋଇଛି। ଆଜି ମଧ୍ୟ ସେହି ସ୍ଥାନରେ ସକାଳ ସମୟରେ ଘୋଡାର ଦାନ୍ତ ପଡି ରହିଥାଏ ବୋଲି ଅନେକ ଭକ୍ତ କହିଛନ୍ତ ମା ଶାରଦାଙ୍କୁ ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ କରୁଥିବା ଜଣେ ଜୀବନ୍ତ ଠାକୁରାଣି ବୋଲି କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.