ଅଲୋଡା ହେଲେ ଜନ୍ମ କରିଥିବା ବାପା ମାଆ : ସ୍କୁଲ ବାରଣ୍ଡା ଏବେ ପାଲଟିଛି ଘର

କେନ୍ୟୁଜ ବ୍ୟୁରୋ : ପିଲାଜନ୍ମ ହେବ ବେଳେ ସବୁ ବାପା ମାଆଙ୍କ ଇଛା ଥାଏ ପୁଅଟିଏ ହେଉ । ଏଥିପାଇଁ କେତେ ଦିଅଁ ଦେବତାଙ୍କୁ ମାନସିକ କରି ପୁଅ ପାଇଲା ପରେ ଖୁସିରେ ଫାଟି ପଡେ ଘର। ଆଶାକରି ଥାନ୍ତି ବୃଦ୍ଧାବସ୍ଥାରେ ପୁଅ ବାର୍ଦ୍ଧକ୍ୟରେ ଆଶାବାଡ଼ି ପରି ସାହା ହେବ । ଭଲ ମଣିଷ ଟିଏ ହୋଇ ପରିବାରର ନା ରଖିବ। ଏମିତି କେତେ କଣ ଭାବି ଦୁଃଖକଷ୍ଟରେ ପୁଅକୁ ବଡ କରିଥିଲେ ଏହି ବାପା ମା । ରୋଜଗାର ପାଇଁ ବାଟ ମଧ୍ୟ ଦେଖାଇଥିଲେ ହେଲେ ପରିଣତ ବୟସରେ ଘରୁ ତଡ଼ି ଦେଲେ ପୁଅ ବୋହୁ ଫଳରେ ବାଧ୍ୟହୋଇ ସ୍କୁଲ ବାରଣ୍ଡାରେ ମୁଣ୍ଡ ଗୁଞ୍ଜିଛନ୍ତି ଏ ବୃଦ୍ଧ ଦମ୍ପତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ମୁଗମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ।

ବୋଲଗଡ ବ୍ଳକ ଗୋପାଳପୁର ପଞ୍ଚାୟତ ମୁଗମୁଣ୍ଡା ଗ୍ରାମର ଜଟ ମହାରଣା ଓ ସ୍ତ୍ରୀ ମନି ମହାରଣା ଦୁହେଁ ବୟସର ଅପରାହ୍ନରେ ପହଂଚିଲେଣି । ପୁଅ ଟିଏ ଜନ୍ମ କରିଥିଲେ ଅନ୍ତତଃ ବୃଦ୍ଧ ଅବସ୍ତାରେ ସେମାନଙ୍କୁ ପାଳିବ ପୋଷିବ ଓ ଖାଇବାକୁ ମୁଠାଏ ଦେବ ବୋଲି। ହେଲେ ପୁଅ ବୋହୁ ମିଶି ତଡ଼ିଦେବା ସହ ରହୁଥିବା ଘର ଭାଙ୍ଗି ଯିବା ଫଳରେ ଜଟ ଓ ତାଙ୍କ ସ୍ତ୍ରୀ ଗାଁର ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ଏବେ କରୋନା କଟକଣା ପାଇଁ ସ୍କୁଲ ଛୁଟି ଅଛି ଫଳରେ ଜେନ ତେନ ପ୍ରକାର ଗତ ଦୁଇ ବର୍ଷ ହେଲା ଚଳି ଯାଉଛନ୍ତି ଏହି ବୃଦ୍ଧ ଦମ୍ପତି । ଯେତେ ଯାହାକୁ ଗୁହାରି କଲେବି ଏମାନଙ୍କ ଦୁଃଖ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ।

ଦୁଇ ବର୍ଷ ତଳେ ହୋଇଥିବା ବାତ୍ୟା ଫନିରେ ଜଟ ରହୁଥିବା ଝାଟିମାଟି ଚାଳଛପର ଘରଟି ଭୁଶୁଡ଼ି ପଡିବା ଫଳରେ ପୁଅ ପାଖରେ ରହିବା ଲାଗି ଯାଇଥିଲେ ହେଲେ ପୁଅ ପର କରିଦେଲା । ଫଳରେ ଅନ୍ୟ ଉପାୟ ନପାଇ ସ୍କୁଲ୍ ବାରଣ୍ଡାରେ ମୁଣ୍ଡ ଗୁଞ୍ଜିଛନ୍ତି ଏ ବୃଦ୍ଧ ଦମ୍ପତି। ହେଲେ ସ୍କୁଲ୍ ଖୋଲିବା ପରେ କୁଆଡ଼େ ଯିବେ କେଉଁଠି ରହିବେ ସେ ଚିନ୍ତା ଘାରିଛି ଉଭୟଙ୍କୁ । ଏପଟେ ବୟସର ଅପରାହ୍ନରେ ପହଂଚି ଥିବାରୁ ଦୁହେଁ କୋଣସି କାମ ଧନ୍ଦା ବି କରିପାରୁନାହାନ୍ତି କେବଳ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଓ ରାସନ କାର୍ଡରେ ପାଞ୍ଚ କିଲୋ ଲେଖାଏ ଚାଉଳ ଗଣ୍ଡାକ ପାଉଛନ୍ତି। ଏ ଦୁହେଁ ଆବାସ ଯୋଜନା ରେ ଘର ଖଣ୍ଡେ ପାଇଁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଏନେଇ ଆମେ ବୋଲଗଡ଼ ବିଡ଼ିଓଙ୍କୁ ଭେଟିଥିଲୁ କିନ୍ତୁ ସେ କ୍ୟାମେରା ଆଗରେ କିଛି ନକହି ଘଟଣାର ତଦନ୍ତ କରି ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବୃଦ୍ଧ ଦମ୍ପତିକୁ ସହାୟତା ଯୋଗାଇ ଦେଲେ ବାକି ଜୀବନ ଅନ୍ତତଃ ଖୁସି ରେ ବିତାଇ ପାରନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.