ଦୀର୍ଘ ୨୦ ବର୍ଷ ପରେ ପରେ ଆମେରିକାରେ ମିଳିଲେ ଭାରତୀୟ ଯୁବକ

ଦୀର୍ଘ ଦିନର ବ୍ୟବଧାନ ପରେ ନିଜ ପୁଅକୁ ପାଇଲେ। ତଥାପି ତାକୁ ନିଜ ପାଖରେ ରଖିବାକୁ ଚାହୁଁନାହାନ୍ତି ଜନ୍ମ କଲା ମା ବାପା । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି  ନା । ହଁ ଏମିତି ହିଁ ଘଟିଛି ଚେନ୍ନାଇର ଏକ ଦମ୍ପତି ସହ । ଦୀର୍ଘ ୨୦ ବର୍ଷ ତଳେ ଅର୍ଥାତ ୧୯୯୯ ମସିହାରେ ନିଜ ଏକ ମାତ୍ର ପୁଅକୁ ହରାଇଥିଲେ ଏହି ଦମ୍ପତି । କିନ୍ତୁ ଏବେ ପୁଅ ମିଳିବା ପରେ ନିଜ ପାଖରେ ଆଉ ପୁଅକୁ ରଖିବାକୁ ଚାହୁଁନାହାନ୍ତି। କାରଣ ପଚାରିବାରୁ କହୁଛନ୍ତି ତାଙ୍କ ପୁଅର ଖୁସିରେ ହିଁ ସେମାନଙ୍କ ଖୁସି। ସେ ଯଉଠି ରହିବାକୁ ଚାହୁଁଚି ସେହିଠାରେ ହିଁ ରହୁ ।

ତାଙ୍କ ସହ ଘଟଣାଟି ଏହି ପରି ଘଟିଥିଲା:

ଚେନ୍ନାଇରେ ରହୁଥିବା ନାଗେଶ୍ୱର ରାଓ ଓ ଶିଵଗାମୀଙ୍କ ୨ବର୍ଷର ପୁଅକୁ ୨୦ ବର୍ଷ ତଳେ ଜଣେ ଅଟୋ ଡ୍ରାଇଭର ଅପହରଣ କରି ମାଲେସିଆର ଏକ ସଂସ୍ଥାକୁ ବିକ୍ରି କରିଦେଇଥିଲେ । ସେହି ବର୍ଷ ମାଲେସିଆର ଏହି ସଂସ୍ଥା ପ୍ରାୟ ୩୦୦ ପିଲାଙ୍କୁ ବେଆଇନ ଭାବେ ଆମେରିକା, ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ ପରି ଦେଶ ମାନଙ୍କୁ ଚାଲାଣ କରିଥିଲା।ଏହି ସମୟରେ ଆମେରିକାର ଏକ ଦମ୍ପତ୍ତି ନେଗେଶ୍ଵରଙ୍କ ସେହି ପୁଅ ବର୍ଷର ଅବିନାଶକୁ କୋଳେଇ ନେଇଥିଲେ।

ଏହା ସହ ପଢନ୍ତୁ: ଖାସ ଉଦ୍ଦେଶ୍ୟ ନେଇ ଗୋଲାପୀ ଶାଢ଼ୀ ପିନ୍ଧି KBCରେ ଯୋଗ ଦେଲେ ଦୀପା

ଭାରତରେ ଏହି ଅପହରଣ ଘଟଣଟିର ଯାଞ୍ଚ ସିବିଆଇକୁ ଦିଆଯାଇଥିଲା । ଯାଞ୍ଚରୁ ୨୦୦୯ ମସିହାରେ ସିବିଆଇକୁ ଜଣା ପଡିଥିଲା କି ଅବିନାଶ ଆମେରିକାରେ ଏକ ଦମ୍ପତିଙ୍କ ପାଖରେ ରହୁଅଛି । ତେଣୁ ସେହି ବର୍ଷ ଅବିନାଶର ଡିଏନଏ ଟେଷ୍ଟ କରାଯାଇଥିଲା । ପରୀକ୍ଷାରୁ ଜଣାପଡିଥିଲାକି ଅବିନାଶ ସେହି ଚେନ୍ନାଇର ସେହି ନାଗେଶ୍ୱର ଦମ୍ପତିଙ୍କ ପୁଅ। କିନ୍ତୁ ଆମେରିକା ଆଇନ କାନୁନ ଅନୁଯାୟୀ ଅବିନାଶକୁ ଭାରତ ଆଣିବା ଆଉ ସମ୍ଭବ ହେଲା ନାହିଁ । କାରଣ ସେଠାକାର ନିୟମ ଅନୁଯାୟୀ ସାବାଳକ ନହେବା ପର୍ଯ୍ୟନ୍ତ ଦାବିଦାର କରୁଥିବା ମାତା ପିତାଙ୍କ ପାଖକୁ ଯାଇପାରିବ ନାହିଁ । ଏହି ବର୍ଷ ଅବିନାଶକୁ ୨୨ ବର୍ଷ ହେଲା ପରେ ସେ ନିଜ ପ୍ରକୃତ ମାତା ପିତାଙ୍କ ସହ ଦେଖା କରିବାକୁ ଭାରତ ଆସିଥିଲା ।

ଚଳିତ ମାସ ଅର୍ଥାତ ସେପ୍ଟେମ୍ବର ୫ ତାରିଖରେ ହିଁ ଅବିନାଶ ନିଜ ମାତା ପିତାଙ୍କ ସହ ଦେଖାକରିଥିଲା । କିନ୍ତୁ ମିଳନ ସମୟରେ ଅବିନାଶ ନିଜ ମାଙ୍କ ଭାଷା ତାମିଲକୁ ବୁଝି ପାରିନଥିଲା କି ଅବିନାଶର ମା ନିଜ ପୁଅର ଇଂରାଜୀକୁ ମଧ୍ୟ ବୁଝି ପାରିନଥିଲେ। ଫଳରେ ତାଙ୍କ ମଧ୍ୟରେ ଜଣେ ମଧ୍ୟସ୍ଥି ରହି ପରସ୍ପରର ଭାଷାକୁ ବୁଝାଇଥିଲେ । ମା ଓ ପୁଅ ଙ୍କ ଏହି ମିଳନ ବେଶ ଭାବବିହ୍ଵଳ ଥିଲା । କିନ୍ତୁ ଅବିନାଶର ମାତା ପିତାଙ୍କ କହିବା ଅନୁସାରେ ନିଜ ପୁଅ କୁ ଦେଖି ସେମାନେ ବହୁତ ଖୁସି ଅଛନ୍ତି। କିନ୍ତୁ ସେମାନଙ୍କ ଅନୁସାରେ ପୁଅ ଆମେରିକାରେ ନିଜ ପାଳିତ ମାତା ପିତାଙ୍କ ପାଖରେ ବେଶୀ ଖୁସିରେ ଅଛି ।

ଆମେ ହୁଏତ ନିଜ ଆର୍ଥିକ  ସ୍ଥିତି ଖରାପ କାରଣରୁ ତାକୁ ଏତେ ଖୁସିରେ ରଖିପାରିନଥାନ୍ତୁ ।  କିନ୍ତୁ ଅନ୍ୟ ପକ୍ଷରେ ଅବିନାଶ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛି ଯେ, ସେ ନିଶ୍ଚିତ ରୂପେ ଦିନେ ନ ଦିନେ ନିଜ ପ୍ରକୃତ ଘର  ତଥା ମାତା ପିତାଙ୍କ କୁ ଫେରିଆସିବ।  ଆଉ ନିଜ ମାତୃଭାଷା ତାମିଲକୁ ଶିଖିବାକୁ ଚେଷ୍ଟା କରିବ। ସେହି ଭାଷାରେ ହିଁ ସେ ତ ମାଙ୍କ ସହ ମନଭରି କଥା ହେବ। ନିଜ ପୁଅକୁ ପାଖରେ ପାଇ ବି ତା ଖୁସି ପାଇଁ ତାକୁ ନିଜ ପାଖରେ ନରଖିବାର ନିଷ୍ପତି ନେବା ଭଳି ଘଟଣା ହୁଏତ ପ୍ରଥମ ହୋଇଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.