ସ୍ପେଶାଲ

ବାପା ମା’ଙ୍କ ଉପସ୍ଥିତି ହିଁ ସବୁ କିଛି : ଛୋଟ ଛୁଆଟିର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଜିତୁଛି ସମସ୍ତଙ୍କ ହୃଦୟ

ଶ୍ରବଣ କୁମାରଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ । ତ୍ରେତୟା ଯୁଗରେ ଯିଏ ନିଜର ଦୃଷ୍ଟିହୀନ ପିତା ମାତାଙ୍କର ଯେଉଁଭଳି ଯତ୍ନ ନେଉଥିଲେ ହୁଏତ ସେହିପରି ଆଉ କେହି କରିନଥିବେ । ସେଥିପାଇଁ ତ ଜଣେ ସୁପୁତ୍ରର ଉଦାହରଣ ଶ୍ରବଣ କୁମାର ।  ଏକଥା କହିବାର କାରଣ ଆଜି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଉପରେ ନଜର ପଡିବା ପରେ ମନକୁ ପ୍ରଥମେ ଆସିଲା ଶ୍ରବଣ କୁମାରଙ୍କ ନାମ ।

ତେବେ ସୋସିଆଲ ମିଡିଆ ହେଉଛି ସେହି ସ୍ଥାନ ଯେଉଁଠାରେ ଆମେ ସମସ୍ତ ପ୍ରକାରର ଭିଡିଓ ଦେଖିବାକୁ ପାଇପାଇଥାଉ । କେବଳ ଏତିକି ନୁହେଁ, ଆମେ ପ୍ରାୟତଃ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଦେଖିବାକୁ ପାଇଥାଉ ଯାହା ଆମ ଜୀବନରେ ଅନେକ ଶିକ୍ଷା ଦେଇଥାଏ, ଆମକୁ ଅନେକ ପ୍ରେରଣା ଦେଇଥାଏ । ଏହିପରି ଗୋଟିଏ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଲୋକଙ୍କ ହୃଦୟ ଜିତୁଛି ।

ତେବେ ଭିଡିଓଟିରେ ଦେଖିବାକୁ ମିଳୁଛି କି, ଏକ ଛୋଟ ପିଲାଟିଏ ନିଜ ବାପା ମା’ଙ୍କୁ ସାହାଯ୍ୟ କରୁଛି । ତାହାପୁଣି ଉଦୁଉଦିଆ ଖରାରେ । ଭାଇରାଲ ହେଉଥିବା ଭିଡିଓରେ ଜଣେ ପୁରୁଷ ଜଣେ ମହିଳାଙ୍କୁ ଏକ ବ୍ରିଜ ଉପରେ ସାଇକେଲ ଚଲାଇ ନେଉଥିବାର ଦେଖିବାକୁ ମିଳୁଛି । ବ୍ରିଜ ଟିରେ ଉଠାଣିଆ ରାସ୍ତା ଥିବା କାରଣରୁ ସାଇକେଲ ଚଲାଉଥିବା ବ୍ୟକ୍ତି ଜଣଙ୍କ ସାଇକେଲକୁ ଆଗକୁ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କିନ୍ତୁ ସବୁଠୁ ଉତ୍ସାହର କଥା ଯାହା ଆପଣ ଦେଖିପାରିବେ ଯେ ଏକ ଛୋଟ ପିଲା, ଯିଏ ସେହି ବ୍ୟକ୍ତିଙ୍କର ପୁଅ, ନିଜ ବାପାଙ୍କୁ ସାହାଯ୍ୟ କରିବା ପାଇଁ ସାଇକେଲକୁ ପଛରୁ ଠେଲି ଠେଲି ଦୌଡିବାରେ ଲାଗିଛି । ଯାହାଫଳରେ ପିଲାଟିର ବାପା ସହଜରେ ସାଇକେଲର ପେଡାଲ ମାରି ଆଗକୁ ବଢିଚାଲୁଛନ୍ତି । ଯାହାର ଭିଡିଓ ସେହି ରାସ୍ତାରେ ଯାଉଥିବା ଜଣେ ବାଇକ୍ ଚାଳକ ନିଜ ମୋବାଇଲରେ କଏଦ କରିଥିଲେ ।  ଯାହା ଭାଇରାଲ ହେବାପରେ ଲୋକମାନେ ଇଣ୍ଟରନେଟରେ ଶିଶୁଟିର ଏହି ସୁନ୍ଦର ଭିଡିଓକୁ ବହୁ ମାତ୍ରରେ ପସନ୍ଦ କରିଛନ୍ତି ।

ଏହି ଭିଡିଓଟି ଏକ୍ସରେ @mpanktiya ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡିଓଟିକୁ ବର୍ତ୍ତମା ସୁଦ୍ଧା ୨ ଲକ୍ଷ ୮୬ ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି । ଲୋକମାନେ ଭିଡିଓଟିକୁ ଦେଖି ନିଜର ଭଲପାଇବା ଦେଉଛନ୍ତି ଏବଂ ପିଲାଟିକୁ ଖୁବ୍ ପ୍ରଶଂସା କରୁଛନ୍ତି । ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି, ବହୁତ ସୁନ୍ଦର । ଅନ୍ୟ ଜଣେ ଲେଖିଛନ୍ତି – ଆମର ବାପା ମା’ଙ୍କ ଉପସ୍ଥିତି ହେଉଛି ଆମର ଶକ୍ତି ଏବଂ ସମର୍ଥନ । ସେହିପରି ତୃତୀୟ ଉପଭୋକ୍ତା ଜଣଙ୍କ ଲେଖିଛନ୍ତି- ଏ ହେଉଛି ଆମର ସଂସ୍କାର ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago