ଟ୍ରେନରେ ଗୀତବୋଲି କର୍କଟ ପୀଡ଼ିତାଙ୍କୁ ସାହାଯ୍ୟ କରୁଛନ୍ତି ସୌରଭ ! ବିଗ୍ ବି ମଧ୍ୟ ଦେଲେ ସାଥ୍

ଆପଣଙ୍କ ପରିସରରେ ଏପରି ଏନେକ ବ୍ୟକ୍ତି ରହିଥାନ୍ତି ଯେଉଁମାନେ ନିଜେ ବହୁ ଅସୁବିଧାରେ ଥିଲେ ମଧ୍ୟ ଅନ୍ୟକୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଏହିଭଳି ଜଣେ ବ୍ୟକ୍ତି ରହିଛନ୍ତି ୨୩ ବର୍ଷିୟ ସୌରଭ , ଯିଏ ମୁମ୍ବାଇର ଜୀବନରେଖା ଭାବେ ଜଣାଯାଉଥିବା ଲୋକଲ ଟ୍ରେନରେ ଗୀତ ବୋଲି କର୍କଟ ରୋଗୀ ମାନଙ୍କ ଚିକିତ୍ସାରେ ସହାୟତା କରୁଛନ୍ତି । ତାଙ୍କର ଏହି ମହାତନା ଦେଖି ତାଙ୍କ ସହ ଟ୍ରେନରେ ଯାତ୍ରା କରିବାକୁ ମନସ୍ତ କରିଥିଲେ ବଲିଉଡ଼ର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନ।

ସୌରଭଙ୍କର ମା’ କିଛି ବର୍ଷ ପୂର୍ବେ ର୍କକଟ ରୋଗରେ ପୀଡ଼ିତ ରହିବା ଯୋଗୁଁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଡ଼ାକ୍ତରଖାନାରେ ରୋଗରେ ପୀଡ଼ିତ ମାଙ୍କ ଯନ୍ତ୍ରଣା ଏବେ ମଧ୍ୟ ସୌରଭଙ୍କ ଆଖି ସାମ୍ନାରେ ନାଚି ଯାଇଥାଏ । ରୋଗରେ ପୀଡ଼ିତା ମା ଙ୍କ ପଛରେ ଖର୍ଚ୍ଚ ହୋଇଥିବା ଟଙ୍କାର କଷ୍ଟକୁ ଆଜି ପର୍ୟ୍ୟାନ୍ତ ଭୁଲି ପାରିନାହାନ୍ତି ସୌରଭ ।

ଏଣୁ ମା’ ଙ୍କ ଦେହାନ୍ତ ପରେ ସେ କର୍କଟ ରୋଗୀଙ୍କ ସାହାଯ୍ୟ କରିବା ପାଇଁ ମନସ୍ତ କରିଥିଲେ । ଏଥିପାଇଁ ସେ ଦୈନିକ ମୁମ୍ବାଇ ଲୋକଲ ଟ୍ରେନରେ ଗୀତ ବୋଲି ରୋଜଗାର କରିଥିବା ଅର୍ଥରେ କର୍କଟ ରୋଗୀ ମାନଙ୍କର ସାହଯ୍ୟ କରୁଛନ୍ତି ।

ସୋସିଆଲ ମିଡ଼ିଆରେ ସୌରଭଙ୍କର ଏହି କାହାଣୀ ଆସିବା ପରେ ତାଙ୍କୁ ବହୁ ବ୍ୟକ୍ତି ପ୍ରଶଂସା କରିବା ସହ ତାଙ୍କୁ ସମର୍ଥନ କରିଥିଲେ । ଖାଲି ସାଧାରଣ ଜନତା ନୁହଁ ମହାନାୟକ ବିଗ୍ ବି ମଧ୍ୟ ସୌରଭଙ୍କ ଏହି ପୂଣ୍ୟ କାମରେ ସାଥ ଦେବାକୁ ଯାଇ ତାଙ୍କ ସାଥିରେ ଟ୍ରେନରେ ଗୀତ ବୋଲି ଯାତ୍ରା କରିଥିଲେ । ଏପରି ଅନେକ ବ୍ୟକ୍ତି ଆପଣଙ୍କୁ ଦୈନନ୍ଦିନ ଜୀବନରେ ମିଳିଥିବେ କିନ୍ତୁ ଆପଣ ତାଙ୍କୁ ଦେଖିନଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.