ବିଚିତ୍ର ସ୍ଥାନ ! ଏଠାରେ ପୁରୁଷ ହୋଇଥାନ୍ତି ମହିଳାଙ୍କ ଦ୍ବାରା ଦୁଷ୍କର୍ମର ଶିକାର

ଦୁନିଆରେ ଅଛନ୍ତି ଅନେକ ପ୍ରକାରର ଜନଜାତି । ଏମାନଙ୍କ ପରମ୍ପରା ମଧ୍ୟ ଭିନ୍ନ ଭିନ୍ନ ରହିଥାଏ। ତେବେ ସେ ଯେଉଁଠାରେ ହେଉନା କାହିଁକି ସବୁ ସ୍ଥାନରେ ମହିଳାଙ୍କୁ ପୁରୁଷଙ୍କଠାରୁ କମ କୁହାଯାଇଥିବା ବେଳେ ତାଙ୍କୁ ପୁରୁଷଙ୍କ ଅପେକ୍ଷା ଦୁର୍ବଳ ବୋଲି ବିବେଚିତ କରାଯାଇଥାଏ। କିନ୍ତୁ ଆଜି ଆମେ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମହିଳାଙ୍କୁ ମିଳିଛି ସମସ୍ତ ଅଧିକାର। ଏପରି କି ଏଠାରେ ପୁରୁଷମାନେ ମହିଳାଙ୍କ ନିର୍ଯାତନା ଏବଂ ଦୁଷ୍କର୍ମର ଶିକାର ହୋଇଥାନ୍ତି। ଟିକେ ଅବିଶ୍ବାସ୍ୟ ଲାଗୁଛି ନା ?

Kadi pic

ଆଫ୍ରିକାର ଗିନିୟା ଅଞ୍ଚଳର ଏକ ଗ୍ରାମରେ ପୁରୁଷ ନୁହଁ ବରଂ ଚାଲିଥାଏ କେବଳ ମହିଳାଙ୍କ ରାଜୁତି। ଏଠାରେ ମହିଳା ପୁରୁଷଙ୍କ ସହ କିଛି ବି କରିବାର ସ୍ବାଧୀନତା ରହିଛି। ଏଠାକାର ମହିଳା ଯେକୌଣସି ପୁରୁଷ ସହ ଯେକୌଣସି ମୂହୁର୍ତ୍ତରେ ଶାରୀରିକ ସମ୍ବନ୍ଧ ରଖି ପାରିବ କିମ୍ବା  ବିବାହ କରି ପାରିବ। ଏପରିକି ଏଠାରେ ଅନେକ ମହିଳାଙ୍କ ବିରୋଧରେ ପୁରୁଷଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ଆସିଥାଏ। କିନ୍ତୁ ପୁରୁଷଙ୍କ ପାଖରେ ନିର୍ଯାତନା ବିରୋଧରେ ସ୍ବର ଉଠାଇବାର ମଧ୍ୟ ଅଧିକାର ନାହିଁ। ଏପରିକି ମହିଳା ଜୋରଜବରଦସ୍ତି ପୁରୁଷଙ୍କ ସହ ରଖିଥାନ୍ତି ଶାରୀରିକ ସମ୍ବନ୍ଧ। ଏଠାରେ ମହିଳା ରାସ୍ତାରେ ଚାଲୁଥିବା ଯେକୌଣସି ପୁରୁଷଙ୍କୁ ମନ ଇଚ୍ଛା କମେଣ୍ଟ ମାରି ପାରନ୍ତି। ଏଠାକାର ସରକାର ମଧ୍ୟ ମହିଳାଙ୍କୁ କିଛି କାମ କରିବା ଉପରେ କୌଣସି ପ୍ରକାରର ରୋକ ଲଗାଇ ନଥାନ୍ତି। ସତରେ ପୁରୁଷ ପ୍ରଧାନ ବିଶ୍ବରେ ଏଭଳି ଏକ ଜାଗା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟକର ।