ସ୍ପେଶାଲ

ବ୍ଲାଇଣ୍ଡି ଡେଟ୍‌ ପ୍ରୋଗ୍ରାମ୍‌: ଜନସଂଖ୍ୟା ବୃଦ୍ଧି ପାଇଁ ଦକ୍ଷିଣ କୋରିଆ ସରକାରଙ୍କ ନୂଆ ପଦକ୍ଷପ

ଦୁନିଆରେ କେତେକ ସ୍ଥାନ ଏବେ ମଧ୍ୟ ଏମିତି ଅଛି ଯେଉଁଠି ଜନସଂଖ୍ୟା ହ୍ରାସ ହେବାକୁ ଲାଗୁଛି । ସେହି ସ୍ଥାନ ମାନଙ୍କ ମଧ୍ୟରେ ରହିଛି ଦକ୍ଷିଣ କୋରିଆ। ଯେଉଁଠି ଜନସଂଖ୍ୟା ବହୁତ କମ୍‌ । ସୂଚନା ଅନୁସାରେ, ଦକ୍ଷିଣ କୋରିଆରେ ଗତ ତିନି ବର୍ଷ ହେବ ଜନସଂଖ୍ୟା ହ୍ରାସ ପାଇଛି । ଜନସଂଖ୍ୟା ବୃଦ୍ଧି ପାଇଁ ଦକ୍ଷିଣ କୋରିଆର ସରକାର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛନ୍ତି । ଯାହାର ନାମ ଦିଆଯାଇଛି ବ୍ଲାଇଣ୍ଡି ଡେଟ୍‌ । ସରକାର ଏହି କାର୍ଯ୍ୟକ୍ରମ ପାଇଁ ବଜେଟ୍‌ ମଧ୍ୟ ଦେଇଛନ୍ତି । ଏହା ବ୍ୟତୀତ ଜାପାନ ଓ ଇଟାଲି ଭଳି ଅନେକ ଦେଶ ମଧ୍ୟ ଜନସଂଖ୍ୟା ହ୍ରାସ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଦକ୍ଷିଣ କୋରିଆରେ ବ୍ଲାଇଣ୍ଡି ଡେଟ୍‌କୁ ନେଇ ଯୁବକମାନଙ୍କ ମତ :

ସେଠାକାର ସରକାରଙ୍କ ଅନୁଯାୟୀ ଜନସଂଖ୍ୟା ହ୍ରାରର କାରଣ ଯୁବକମାନଙ୍କ ମଧ୍ୟରେ ବିବାହ ନକରିବାର ଇଚ୍ଛା । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ଦକ୍ଷିଣ କୋରିଆ ସରକାର ଏହା ବିଷୟରେ ପଦକ୍ଷେପ ନେଇଛନ୍ତି । ସେଥିପାଇଁ ସେ ବ୍ଲାଇଣ୍ଡି ଡେଟ୍‌ ପରି ପ୍ରୋଗ୍ରାମ୍‌ କରିଛନ୍ତି । ଯାହା ଦ୍ୱାରା ଯୁବକମାନଙ୍କ ମଧ୍ୟରେ ବିବାହକୁ ନେଇ ଇଚ୍ଛା ପ୍ରକାଶ ହେବ । ହେଲେ ସେଠିକାର ଯୁବକ ଏହାକୁ ନେଇ କିଛି ଭିନ୍ନ ମତ ଦେଇଛନ୍ତି । ସେମାନେ କହିଛନ୍ତି ଯେ ସବୁଠାରୁ ବଡ ସମସ୍ୟା ହେଉଛି ପିଲାଙ୍କ ଦେଖାଶୁଣ କରିବାର ଖର୍ଚ୍ଚ । ଏହା ବ୍ୟତୀତ ଚାକିରିକୁ ନେଇ ଅନେକ ସମସ୍ୟା ଓ ସେଠାରେ ଅଧିକ ସମୟ କାମ କରିବା ଦ୍ୱାରା ପାରିବାରିକ ଲାଇଫ୍‌ ଆରମ୍ଭ କରିବାର ଇଚ୍ଛା ଲୋକଙ୍କ ମଧ୍ୟରେ ଚାପି ହୋଇଯାଇଛି ।

ସରକାରଙ୍କ ଦ୍ୱାରା ବ୍ଲାଇଣ୍ଡି ଡେଟ୍‌ ଅନୁଷ୍ଠିତ :

ଦକ୍ଷିଣ କୋରିଆର କିଛି ଲୋକଙ୍କ କହିବା ଯେ ଏହା ଲୋକଙ୍କ ବ୍ୟକ୍ତିଗତ ଆଗ୍ରହ ଏଥିରେ ସରକାରଙ୍କୁ ହସ୍ତକ୍ଷେପ କରିବା ଉଚିତ୍‌ ନୁହେଁ । ସେଠାରେ କିଛି ଲୋକଙ୍କ କହିବା କଥା ଯେ ସରକାରଙ୍କୁ ଲିଙ୍ଗଗତ ସମସ୍ୟା ଦୂର କରିବା ଉଚିତ୍‌ । ଦକ୍ଷିଣ କୋରିଆରେ ଲୋକମାନଙ୍କ ମଧ୍ୟରେ ବିବାହ ହାର ହ୍ରାସ ହୋଇଛି । ୨୦୨୧ରେ ଆମେରିକାରେ ୧୦୦୦ ଲୋକଙ୍କ ଭିତରୁ ୬% ବିବାହ ହୋଇଥିବାବେଳେ,  ଦକ୍ଷିଣ କୋରିଆରେ ୧୦୦୦ ଲୋକଙ୍କ ଭିତରୁ ମାତ୍ର ୩.୮ % ବିବାହ ହୋଇଛି ।

ଦକ୍ଷିଣ କୋରିଆର ସରକାରଙ୍କ ପାଇଁ ସେଠାରେ ହ୍ରାସ ହେଉଥିବା ଜନସଂଖ୍ୟା ଚିନ୍ତାର ବିଷୟ ହୋଇଛି । ଏଥିପାଇଁ ସରକାର ମ୍ୟାଚମେକିଂରେ କରିବାର ଇଚ୍ଛା ପ୍ରକାଶ କରିଛନ୍ତି । ଦକ୍ଷିଣ କୋରିଆର ସେଙ୍ଗନାମ୍‌ ସହରରେ ପ୍ରାୟ ୧ ଲକ୍ଷ ଲୋକ ବାସ କରନ୍ତି । ସେଠାକାର ସରକାର ବ୍ଲାଇଣ୍ଡି ଡେଟ୍‌ ପାଇଁ ୧୯୨.୦୦୦ ଡଲାର (ଭାରତୀୟ ଟଙ୍କାରେ ୧ କୋଟି ୫୯ ଲକ୍ଷ) ଦେଇଛନ୍ତି ।

 

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

28 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

30 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

36 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

45 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

45 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago