ପୁଣି ଥରେ ଆକାଶରେ ଦେଖା ଗଲା ରହସ୍ୟମୟ ଆଲୋକ,ଲୋକେ କହୁଛନ୍ତି ଏଲିଏନ

ବର୍ତ୍ତମାନ ସାରା ବିଶ୍ୱରେ ପ୍ରତିଦିନ ଏଲିଏନ୍ ଏବଂ UFO ଦେଖିବା ନେଇ ଦାବି କରାଯାଉଛି। ତେବେ ପ୍ରଶ୍ନ ଉଠୁଛି ବ୍ରହ୍ମାଣ୍ଡରେ ଏଲିଏନ୍ କ’ଣ ସତରେ ଅଛନ୍ତି ? ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଏହି ପ୍ରଶ୍ନର ଉତ୍ତର ଖୋଜୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସଫଳତା ପାଇନାହାଁନ୍ତି। ହେଲେ ବର୍ତ୍ତମାନ, ଆମେରିକାର ଆକାଶରେ ଏକ ରହସ୍ୟମୟ ଉଜ୍ଜଳ ଆଲୋକ ଦେଖା ଯାଇଛି। ଏହି ଘଟଣା ହେଇଛି ଆମେରିକାର ଜର୍ଜିଆର। ଲୋକମାନେ ସେଠାରେ ଏକ ରହସ୍ୟମୟ ଆଲୋକ ଦେଖିଥିବା ଦାବି କରିଛନ୍ତି।


ଗୁରୁବାର ସକାଳେ ଜର୍ଜିଆ ଆକାଶରେ ଫ୍ଲାସ୍ ଲାଇଟ୍ ପରି ଉଜ୍ଜ୍ୱଳ ଆଲୋକ ଦେଖାଯାଇଛି। ଏହାକୁ ଦେଖିଥିବା ଲୋକେ କହୁଛନ୍ତି ଏହି ଆଲୋକ ବହୁତ୍ ଉଜ୍ଜ୍ୱଳ ଥିଲା ଓ ଏହା ଏକ ଜେଲିଫିସ୍ ପରି ଦେଖାଯାଉଥିଲା। ସାନ୍ ଆଣ୍ଟୋନିଓର ଟେକ୍ସାସ୍ ୟୁନିଭରସିଟିର ମେକାନିକାଲ୍ ଇଞ୍ଜିନିୟରିଂର ପ୍ରଫେସର କ୍ରିସ୍ କମ୍ବସ୍ ଏହି ରହସ୍ୟମୟ ଆଲୋକର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ ଏହି ଆଲୋକ ହେତୁ ସମଗ୍ର ଆକାଶ ଉଜ୍ଜ୍ୱଳ ହୋଇ ଯାଉଛି। ତେବେ ଅନେକ ଏହାକୁ ଏଲିଏନଙ୍କ UFO କହିଛନ୍ତି ।

ଏମିତିକି କ୍ରିସ୍ କମ୍ୱସ୍ ପ୍ରଥମେ ଭାବିଥିଲେ ଏହା UFO ହୋଇପାରେ । କିନ୍ତୁ ପରେ କହିଥିଲେ ଯେ ଏହା କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସ୍ ଏକ୍ସ ଫାଲକନ୍ ୯ ରକେଟ୍ ଥିଲା। ଏହା କ୍ୟାମେରା ଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିଲା । କେନେଡି ସ୍ପେସ୍ ସେଣ୍ଟରରୁ ପ୍ରତିବର୍ଷ ରକେଟ୍ ଉତକ୍ଷେପଣ କରାଯାଇଥାଏ। ସେମାନଙ୍କ ମଧ୍ୟରୁ କେତେକ ରକେଟ ଅଛି, ଯାହା ଆକାଶରେ ପଶୁ ଅଜବ ଲାଇଟ୍ ଓ ଛବି ତିଆରି କରିଥାଏ।

କମ୍ବସ୍ କହିଛନ୍ତି ଯେ ପଦାର୍ଥ ବିଜ୍ଞାନ ଏବଂ ପରିବେଶ ପରିସ୍ଥିତି ହେତୁ ଆକାଶରେ UFO ଭଳି ଦୃଶ୍ୟ ଦେଖାଗଲା। କିନ୍ତୁ ତାହା UFO ନୁହେଁ। ସେ ସେୟାର କରିଥିବା ଭିଡିଓଟି ପ୍ରାୟ ୧୪ ସେକେଣ୍ଡର । ତେବେ ଏଲିଏନଙ୍କ UFO ଆକାଶରେ ଦେଖାଯିବା କଥାକୁ ମଧ୍ୟ ସେ ଏଡାଇ ଦେଇ ନାହାଁନ୍ତି। କିନ୍ତୁ ଏହା କେତେ ସତ କେତେ ମିଛ ତାହା ସମୟ ହିଁ କହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.