ଏଲନ୍‌ ମସ୍କ କଲେ ବଡ଼ ଘୋଷଣା! ଆସନ୍ତା ମାସରେ SpaceX ଲଞ୍ଚ୍‌ କରିବ ଶକ୍ତିଶାଳୀ ରକେଟ୍‌ ‘ଷ୍ଟାରସିପ୍‌’

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ କମ୍ପାନୀ ‘ସ୍ପେସ୍ ଏକ୍ସ’ ପୁଣି ଥରେ ଇତିହାସ ସୃଷ୍ଟି କରିବାକୁ ଯାଉଛି। ସ୍ପେସ୍ ଏକ୍ସ ଆସନ୍ତା ମାସ ଅର୍ଥାତ୍ ମାର୍ଚ୍ଚରେ ଷ୍ଟାରସିପ୍ ରକେଟ୍ ଲଞ୍ଚ୍‌ କରିବ। ଏଲନ୍ ମସ୍କ ନିଜ ଟ୍ୱିଟରେ ଏହା ଆଡ଼କୁ ଈଶାରା କରିଛନ୍ତି। ସେ ଶନିବାର ଏ ନେଇ ଟ୍ଵିଟ୍‌ କରିଥିଲେ।

ବାସ୍ତବରେ, ଟ୍ୱିଟରରେ ଜଣେ ୟୁଜର ଷ୍ଟାରସିପ୍‌କୁ ନେଇ ଏକ ପ୍ରଶ୍ନ ପଚାରିଥିଲେ। ମସ୍କ ନିଜ ଉତ୍ତରରେ କହିଥିଲେ କି, ‘ଯଦି ବାକି ପରୀକ୍ଷଣ ଭଲ ରୁହେ, ତା’ ହେଲେ ଆମେ ଆସନ୍ତା ମାସରେ ଏକ ଷ୍ଟାରସିପ୍ ଲଞ୍ଚ କରିବାକୁ ଚେଷ୍ଟା କରିବୁ’।

ଏହାପୂର୍ବରୁ ଜାନୁଆରୀ ମାସରେ ମଧ୍ୟ ମସ୍କ ଷ୍ଟାରସିପ୍‌କୁ ଜଲ୍‌ଦି ଲଞ୍ଚ କରିବାର ସମ୍ଭାବନା ପ୍ରକାଶ କରିଥିଲେ। ସେତେବେଳେ ସେ କହିଥିଲେ ଯେ ଏହାକୁ ଫେବୃଆରୀ ଶେଷ ସୁଦ୍ଧା ଲଞ୍ଚ କରାଯାଇ ପାରେ। ପୂର୍ବରୁ ସ୍ପେସ୍ ଏକ୍ସ ଏହି ପ୍ରକଳ୍ପକୁ ଗତବର୍ଷ ଆରମ୍ଭ କରିବାକୁ ଚାହୁଁଥିଲା। ଷ୍ଟାରସିପ୍‌ର ସଫଳ ଳଞ୍ଚିଂ ପରେ କମ୍ପାନୀ ମଙ୍ଗଳ ଏବଂ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବାର ଲକ୍ଷ୍ୟ ରଖିଛି।

ସ୍ପେସ୍‌ ଏକ୍ସ ମହାକାଶଚାରୀ ଏବଂ କାର୍ଗୋଗୁଡ଼ିକୁ ଚନ୍ଦ୍ର ଓ ମଙ୍ଗଳ ପର୍ଯ୍ୟନ୍ତ ନେଇଯିବା ପାଇଁ ଷ୍ଟାରସିପ୍ ବିକଶିତ କରୁଛି। ମାର୍ଚ୍ଚରେ ଏହା ପ୍ରଥମ ଥର ହେବାକୁ ଯାଉଛି, ଯେତେବେଳେ ସ୍ପେସ୍ ଏକ୍ସ ଥରେ ପୃଥିବୀ ଚାରିପଟେ ବୁଲିବ ଏବଂ ପୁଣି ହାୱାଇ ଦ୍ୱୀପଠାରୁ ଦୂର ପ୍ରଶାନ୍ତ ମହାସାଗର ଉପରେ ଉଡ଼ାଣ ଭରିବ। କହି ରଖୁଛୁ, ସ୍ପେସ୍‌ସିପ୍‌ ଏକ ଶକ୍ତିଶାଳୀ ଲଞ୍ଚ୍‌ ଯାନ, ଯାହା ୧୦୦ ଟନ୍ କାର୍ଗୋ ଉଠାଇବାରେ ସକ୍ଷମ।

Leave A Reply

Your email address will not be published.