୨୦୫ କୋଟି ଟଙ୍କା ମୂଲ୍ୟ ପାବ୍ଲୋ ପିକାସୋ ପେଣ୍ଟିଙ୍ଗ ବିକିବାର ପ୍ରୟାସ, ବୃଦ୍ଧଙ୍କ ଉପରେ ଲାଗିଲା ୪୧୦ କୋଟି ଟଙ୍କାର ଜରିମାନା ତାସହିତ ୧୮ ମାସ ଜେଲ

ସ୍ପେନର ଜଣେ କୋଟିପତି କଳା ସଂଗ୍ରହକର୍ତ୍ତାଙ୍କ ଉପରେ ୪୧୦ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି । ସେ ଅଫିସିଆଲ ଅନୁମତି ବିନା ପାବ୍ଲୋ ପିକାସୋର ପେଣ୍ଟିଙ୍ଗକୁ ବିଦେଶକୁ ଚୋରାଚାଲାଣ କରୁଥିବା ଅଭିଯୋଗରେ ମାଡ୍ରିଡ଼ ହାଇକୋର୍ଟ ତାଙ୍କୁ ୧୮ ମାସର ଜେଲ ସହିତ ୪୧୦ କୋଟି ଟଙ୍କା ଜରିମାନା ଦେବାପାଇଁ କହିଛନ୍ତି । ସ୍ପେନର ଏକ ବଡ଼ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଅଟନ୍ତି ୮୩ ବର୍ଷୀୟ ଜ୍ୟାମି ବୋଟିନ । ‘ହେଡ଼ ଅଫ ଏ ୟଙ୍ଗ ଓମେନ’ର ଏକ ପେଣ୍ଟିଙ୍ଗକୁ ବେଆଇନ ଭାବେ ବିଦେଶକୁ ଚାଲାଣ କରିବା ପାଇଁ ଚେଷ୍ଟା କରୁଥିଲେ ।

ସୂଚନା ଅନୁଯାୟୀ ଜ୍ୟାମି ପିକାସୋର ଏହି ପେଣ୍ଟିଙ୍ଗକୁ ୧୯୭୭ ମସିହାରେ କିଣିଥିଲେ । ତାଙ୍କ ଉପରେ ଅଭିଯୋଗ ଥିଲା ଯେ ସେ ଏହି ପେଣ୍ଟିଙ୍ଗକୁ ଲଣ୍ଡନର ଏକ ନିଲାମୀ ଘରକୁ ବିକିବା ପାଇଁ ଯାଉଥିଲେ । ୨୦୧୫ ମସିହାରେ କଷ୍ଟମ ଅଧିକାରୀମାନେ ଜ୍ୟାମିଙ୍କ ୟାଚରୁ ଏହି ପେଣ୍ଟିଙ୍ଗକୁ ଜବତ କରିଥିଲେ । ତେବେ ସେହି ସମୟରେ ୟାଚଟି ଫ୍ରାନ୍ସର ଫୋରସିକା ଆଇଲ୍ୟାଣ୍ଡରେ ଥିଲା ।

Image result for spanish-billionaire-jaime-botin-fined-410-crore-rupees-for-smuggling-picasso-painting

ଜ୍ୟାମିଙ୍କ ପେଣ୍ଟିଙ୍ଗ ଚୋରାଚାଲାଣ ମାମଲା ୨୦୧୫ରୁ ଚାଲି ଆସୁଛି । ଏହି ପେଣ୍ଟିଙ୍ଗର ଦାମ ପ୍ରାୟ ୨୦୫ କୋଟି ଟଙ୍କା ବୋଲି କୁହାଯାଉଛି । ଯଦିଓ ବର୍ତ୍ତମାନ ଏହାକୁ ମ୍ୟାଡ୍ରିଡ଼ର ରିନା ସୋଫିୟା ମ୍ୟୁଜିୟମରେ ରଖାଯାଇଛି । ସ୍ପେନର ନିୟମ ଅନୁଯାୟୀ ୧୦୦ ବର୍ଷରୁ ପୁରୁଣା ଯେକୌଣସି ବସ୍ତୁ ରାଷ୍ଟ୍ରୀୟ ସମ୍ପତ୍ତି ଭାବେ ଘୋଷଣା ହୋଇଯାଇଥାଏ ଏବଂ ଏହାକୁ ବିକିବା ପୂର୍ବରୁ ପ୍ରଶାସନ କିମ୍ବା ବସ୍ତୁର ନିର୍ମାତାଙ୍କ ଅନୁମତି ନେବାକୁ ପଡିଥାଏ । ତେବେ ଜ୍ୟାମି ଏହି ପେଣ୍ଟିଙ୍ଗକୁ ବିକିବା ପୂର୍ବରୁ କାହାର ବି ଅନୁମତି ନେଇନଥିଲେ ।

ଏଥିପାଇଁ ଜ୍ୟାମିଙ୍କ ଦଣ୍ଡ ଆହୁରି କଠିନ ହେବାର ସମ୍ଭାବନା ରହିଥିଲା କିନ୍ତୁ ତାଙ୍କର ବୟସକୁ ଦୃଷ୍ଟିରେ ରଖି ତାସହିତ ସେ ପ୍ରଥମଥର ପାଇଁ ଏଭଳି ଅପରାଧରେ ଜଡିତ ଅଛନ୍ତି ସେଥିପାଇଁ ତାଙ୍କୁ ମାତ୍ର ୧୮ ମାସର ଜେଲ ଦଣ୍ଡ ଦିଆଯାଇଛି । ତେବେ ଜ୍ୟାମି ତାଙ୍କ ଉପରେ ଲାଗିଥିବା ଏହି ଆରୋପକୁ ସମ୍ପୂର୍ଣ୍ଣରୂପେ ଖାରଜ କରିଦେଇଛନ୍ତି । ତାଙ୍କର କହିବା ଅନୁଯାୟୀ ସେ ପିକାସୋର ଏହି ପେଣ୍ଟିଙ୍ଗକୁ ସୁଇଜରଲ୍ୟାଣ୍ଡରୁ କିଣିଥିଲେ । ଏହାସହିତ ତାଙ୍କ ଓକିଲ ମଧ୍ୟ ଏହି ଦଲିଲ ଦେଇଥିଲେ ଯେ ଯଦି ଏହାକୁ ବିଦେଶର କିଣାଯାଇଛି ତାହେଲେ ଏଥିରେ ଚୋରାଚାଲାଣର କୌଣସି ମାମଲା ହିଁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.