ଡୋନାଲ୍ଡ ଟ୍ରମ୍ପଙ୍କର ଡୁପ୍ଲିକେଟ୍ ମହିଳା ରୂପ, ସୋସିଆଲ ମିଡିଆରେ ଫଟୋ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଏକ ମହିଳାଙ୍କର ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଫଟୋରେ ମହିଳା ଜଣଙ୍କ କାନ୍ଧରେ କୋଦାଳ ପକାଇଛନ୍ତି। କ୍ଷେତରେ ଛିଡା ହୋଇଛନ୍ତି ଏବଂ ଦେଖିବାକୁ ଅବିକଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭଳି। ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଏହି ଫଟୋ କେଉଁଠୁ ଓ କେମିତି ଆସିଲା।

ଉତ୍ତର ପଶ୍ଚିମ ସ୍ପେନରେ ଏକ ଫ୍ରିଲାନ୍ସ ଜର୍ଣ୍ଣାଲିଷ୍ଟ ରିପୋର୍ଟିଙ୍ଗ ପାଇଁ ଗ୍ରାମୀଣ କ୍ଷେତକୁ ଯାଇଥିଲେ। ଯେଉଁଠି ସେହି ସାମ୍ବାଦିକ ଜଣଙ୍କ ଏକ ଫାର୍ମିଙ୍ଗ ଆର୍ଟିକିଲ ଉପରେ ରିସର୍ଚ୍ଚ କରିବା ପାଇଁ ଡୋଲୋରେସ ଲେଇସ ଆଣ୍ଟିଲୋ ନାମକ ମହିଳାଙ୍କୁ ଭେଟିଲେ। ଯିଏ କି ପୂରାପୂରୀ ଭାବରେ ଟ୍ରମ୍ପଙ୍କ ଭଳି ଦେଖିବାକୁ। ଯାହାଙ୍କର ନାମ ଆଣ୍ଟିଲୋ। ସେ ପେଶାରେ ଜଣେ କ୍ରୁଷକ ଅଟନ୍ତି।

donald trumpସେହି ସାମ୍ବାଦିକ ଜଣଙ୍କ ଇଣ୍ଟରନେଟରେ ତାଙ୍କ ଫଟୋ ସେୟାର କଲେ। ଯେଉଁଠି ମହିଳା ଜଣଙ୍କ କାନ୍ଧରେ କୋଦାଳ ଧରି ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଫଟୋଟିକୁ ଭଲ ରେସପୋନ୍ସ ମିଳିଥିଲା। ଦେଖୁଦେଖୁ ବହୁତ ଜଳଦି ଇଣ୍ଟରନେଟରେ ଫଟୋଟି ଭାଇରାଲ ହୋଇଗଲା।

ଇଣ୍ଟରନେଟ ସେଲିବ୍ରିଟୀ

ଏକ ରିପୋର୍ଟ ଅନୁଯାୟୀ , ଆଣ୍ଟିଲୋଙ୍କ ବିବାହକୁ ୪୦ ବର୍ଷ ହୋଇଗଲାଣି। ସେ ସେବେଠାରୁ ସେହି ଗାଁରେ ରହି ଆସୁଛନ୍ତି। ତାଙ୍କ ପାଖରେ ଫୋନ କିମ୍ବା କମ୍ପ୍ୟୁଟର ନାହିଁଳ କିନ୍ତୁ ସେ ଏବେ ଇଣ୍ଟରନେଟରେ ସେଲିବ୍ରିଟି ହୋଇଯାଇଛନ୍ତି।

Donald trumpଆଣ୍ଟିଲୋଙ୍କର ଫଟୋ ଟ୍ବିଟରରେ #senora trump ହ୍ୟାସଟ୍ୟାଗ ସହିତ ସେୟାର କରାଯାଉଛି। senoraର ଅର୍ଥ ହେଉଛି ଶ୍ରୀମତି।   ଏହି ଘଟଣା ପରେ ଆଣ୍ଟିଲୋଙ୍କର ଅନେକ ଖବର କାଗଜରେ ଇଣ୍ଟର୍ଭ୍ୟୁ ନିଆଗଲା। ଆଣ୍ଟିଲୋଙ୍କର ଝିଅ ଆନାକୁ ଇଣ୍ଟରନେଟ ବିଷୟରେ ବହୁତ ଭଲ ଭାବରେ ଜଣାଅଛି। ସେ ନିଜର ମା’କୁ ଇଣ୍ଟରନେଟରେ ଲୋକପ୍ରିୟ ହେଉଥିବାର ଦେଖି ବହୁତ ଖୁସି ହେଉଛନ୍ତି ।

ଆଣ୍ଟିଲୋ ଆଳୁ ଚାଷ କରନ୍ତି। ସେ ସ୍ପେନିସ ଅଟନ୍ତି। ସେ ଗ୍ୟାଲେସିୟନ କମ୍ୟୁନିଟୀର ବାସିନ୍ଦା ଅଟନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ସ୍ପେନରେ ଟ୍ରମ୍ପ ଲୋକପ୍ରୀୟ ନୁହଁନ୍ତି।

ସୋସିଆଲ ମିଡିଆରେ ଆଣ୍ଟିଲାଙ୍କୁ ଟ୍ରମ୍ପଙ୍କର ତୁଳନା କରି ବହୁତ ମଜା ନେଉଛନ୍ତି ୟୁଜର୍ସମାନେ।

ଦେଖନ୍ତୁ ସେଥିମଧ୍ୟରୁ କିଛି ଫଟୋ