ସେ ଭୁଲ ହେଉ କି ଠିକ୍‌ ମଦ ପିଇଲା ପରେ ପାଟିରୁ ଅନର୍ଗଳ ଇଂରାଜୀ କାହିଁକି ବାହାରେ 

ମଦ ପିଇବା ଶରୀର ପାଇଁ ହାନିକାରକ । ଏକଥା ସବୁଠି ଲେଖା ଆଉ ସମସ୍ତେ ଜାଣନ୍ତି । ଯାହା ଧର୍ମକୁ ଆଖିଠାର କହିଲେ ଭୁଲ ହେବ ନାହିଁ । ଏହାକୁ ପଢ଼ି କେବେ କେହି ମଦୁଆ ମଦ ଛାଡ଼ି ଦେଇଥିବେ, ଏ ବିଶ୍ୱାସ ତ ଆମର ନାହିଁ । ମଦୁଆଙ୍କ ଭିତରେ ଅଲଗା ଅଲଗା ବର୍ଗ ଅଛନ୍ତି । ଯେମିତି କି କିଏ ମଦ ପିଉଛି ତ ଆଉ କାହାକୁ ମଦ ପିଇ ସାରିଛି । ଅଭ୍ୟସ୍ତ ମଦୁଆ ମଦ ନପିଇ ରହି ପାରନ୍ତିନି । କିନ୍ତୁ ପିଇ ସାରିବା ପରେ ସେମାନେ ଯେତେବେଳେ ନିଶାଗ୍ରସ୍ତ ହୋଇ ଯାଆନ୍ତି, କଣ କହନ୍ତି କେବେ ଶୁଣିଛନ୍ତି ? ଶୁଣିଥିବେ ତ ନିଶ୍ଚୟ । ଏମିତି ବି ଶୁଣିଥିବେ କିଛି ଲୋକେ ଭାରି ଇଂରାଜୀ କହନ୍ତି । କିନ୍ତୁ କାହିଁକି । ଏମାନେ କଣ ଅପାଠୁଆ ମଦୁଆଙ୍କ ଭିତରେ ପାଠୁଆ ? ନାଁ ଏହା ପଛରେ ଆଉ କଣ କାରଣ ରହିଛି? …… ଆସନ୍ତୁ ଜାଣିବା ।

ପ୍ରକୃତ କଥା ହେଉଛି ଅଳ୍ପ ମଦ ପିଇବା ଦ୍ୱାରା ଯେଉଁ ନିଶା ହୋଇଥାଏ ତାହା ଅନ୍ୟ ଭାଷା କହିବା ପାଇଁ ସାହାଯ୍ୟ କରେ । ସାଇନ୍ସ ମାଗାଜିନ ଜର୍ନାଲ ଅଫ ସାଇକୋଫାର୍ମାକୋଲୋଜିରେ ଏହି ସ୍ପଷ୍ଟ କରାଯାଇଛି । ୟୁନିଭରସିଟି ଅଫ ଲିଭରପୁଲ, ବ୍ରିଟେନର କିଙ୍ଗ୍ସ କଲେଜ ଓ ନେଦରଲ୍ୟାଣ୍ଡର ୟୁନିଭରସିଟି ଅଫ ମାଷ୍ଟ୍ରିଚର ପକ୍ଷରୁ ଏହା ଉପରେ ଗବେଷଣା କରାଯାଉଥିଲା । ସେମାନେ ପାଖାପାଖି ୫୦ ଜଣ ଜର୍ମାନ ଲୋକଙ୍କୁ ନେଇ ଗବେଷଣା କରିଥିଲେ । ଯେଉଁମାନେ ଏବେ ଏବେ ଡଚ୍‌ ଭାଷା ଶିଖିଥିଲେ । ସେମାନେ ନେଦରଲ୍ୟାଣ୍ଡରେ ପଢାପଢି କରୁଥିଲେ ଯେଉଁଠାରେ ଡଚ ଭାଷା କୁହାଯାଏ ।

ମଦ ପିଇବା ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ କିନ୍ତୁ ଦେଖାଯାଏ ମଦ ପିଇବା ଦ୍ୱାରା ଅନେକ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢିଯାଏ । ଏକଥା ପ୍ରାୟ ଦେଖିବାକୁ ମିଳେ । ମଦ ପିଇ କୌଣସି ବି ବ୍ୟକ୍ତି ସାମନାରେ ଏମାନେ ପୂରା ‘ଟଲି’ ହୋଇ ନିଜର କଥା ରଖି ପାରନ୍ତି । ଅନେକ ଲୋକଙ୍କ ମଧ୍ୟରେ ଦେଖାଯାଏ ଇଂରାଜୀକୁ ନେଇ କଥା କହିବାରେ ସଂକୋଚ ଅନୁଭବ ହୋଇଥାଏ । ଏଇଥି ପାଇଁ କି କୋଉଠି ଭୁଲ ନହେଇଯାଉ । କିନ୍ତୁ ପ୍ରାୟ ଦେଖାଯାଏ କି ମଦ ନିଶା ସେହି ଭାଷା କହିବାରେ ସାହାଯ୍ୟ କରେ । କାରଣ ନିଶାରେ ମନ ଭିତରେ ଥିବା ଭୟ କମିଯାଏ । ଆଉ ଇଂରାଜୀ କହିବାର ଇଚ୍ଛା ପରିପ୍ରକାଶ କରିବାର ସୁଯୋଗ ଆସିଯାଏ । ନିଜର ଦୁର୍ବଳତାକୁ ଏଡ଼ାଇ ହୋଇଯାଏ କେବଳ ନିଶାରେ ।

କିନ୍ତୁ ଯଦି ଅନ୍ୟପଟେ ଦେଖିବା ମଦକୁ ଏକ ନକାରାତ୍ମକ ରୂପରେ ସ୍ମୃତି ଶକ୍ତି ଓ ଧ୍ୟାନକୁ ପ୍ରଭାବିତ କରିବାର ମୂଳ ବୋଲି କୁହାଯାଏ । ସାଧାରଣତଃ ଯେଉଁ ଲୋକଙ୍କ ଇଂରାଜୀ ଭାଷା ଉପରେ ପୂରା ଦକ୍ଷତା ନଥାଏ କିନ୍ତୁ ଇଂରାଜୀ କହିବାକୁ ବଡ଼ ଆଗ୍ରହ ଥାଏ ମଦ ପିଇବା ପରେ ସେହି ଲୋକେ ବିନା କୌଣସି ସଂକୋଚ କି ଡରରେ ଇଂରାଜୀ କହିବାକୁ ଲାଗନ୍ତି । କାରଣ ମଦ ପିଇବା ପରେ ସେମାନଙ୍କ ଡର ପଳାଇଥାଏ । ତେଣୁ ଖୋଲିକି କଥା କହି ପାରିଥାନ୍ତି । ତେଣୁ ଭାଷା ବି ସହଜ ଲାଗେ ।

ସାଧାରଣତ ଇଂରାଜୀ ଭାଷାରେ ଏମିତି ଅନେକ ଶବ୍ଦ ରହିଛି ଯାହାର ଉଚ୍ଚାରଣ କେହି କେହି ଠିକ ଢଙ୍ଗରେ କରି ପାରନ୍ତିନି । କିନ୍ତୁ ଗବେଷଣାରୁ ଜଣା ପଡିଛି କି ଯେଉଁ ବ୍ୟକ୍ତିଙ୍କ ଉଚ୍ଚାରଣ ଠିକ ନୁହେଁ ସେମାନେ ମଦ ପିଇବା ପରେ ଶବ୍ଦର ଠିକ ଉଚ୍ଚାରଣ ମଧ୍ୟ କରନ୍ତି । ଅର୍ଥାତ ମଦ ପିଇବା ପରେ ବ୍ୟକ୍ତି ମୁହଁରୁ ଭଲ ଉଚ୍ଚାରଣ ବାହାରିଥାଏ ।

ଅନୁସନ୍ଧାନ ପରେ ଜଣାପଡିଲା କି ଯେଉଁ ଲୋକଙ୍କୁ କୌଣସି ବି ଭାଷା ଆସିଥାଏ କିନ୍ତୁ ଉଚ୍ଚାରଣ ଏକ ଚ୍ୟାଲେଞ୍ଜ ହୋଇଥାଏ । ସେମାନେ ମଦ ପିଇବା ପରେ ସବୁ ଭୟ, ଲଜ୍ଜାକୁ ପଛରେ ରଖି ଆତ୍ମବିଶ୍ୱାସର ସହ ସେହି ଭାଷା କହିବାକୁ ଲାଗୁଛନ୍ତି । ଯେଉଁ ଅନୁସନ୍ଧାନ ଜର୍ମାନ ଓ ଡଚ ଲୋକଙ୍କ ଉପରେ କରାଯାଇଥିଲା । ତେଣୁ ସେମାନଙ୍କ ଭାଷା ହିସାବରେ ସମାନ ଫଳ ଆସିଥିଲା ।

ଅନୁସନ୍ଧାନରେ କିଛି ଲୋକଙ୍କୁ ମଦ ଦିଆ ଯାଇଥିଲା । ଆଉ କିଛି ଲୋକଙ୍କୁ ଏମିତି ଡ୍ରିଙ୍କ ଦିଆଯାଇଥିଲା ଯେଉଁଥିରେ ଆଲକହଲ ନଥିଲା । ଆଉ ଏହା ପରେ ସେମାନଙ୍କୁ ଡଚ ଭାଷାରେ କଥା ହେବାକୁ କୁହାଯାଇଥିଲା । ଯେଉଁମାନେ ମଦ ପିଇଥିଲେ ସେମାନେ ଭଲ ଉଚ୍ଚାରଣ ସହ କଥା ହେଉଥିଲେ । କିନ୍ତୁ ନର୍ମାଲ ଡ୍ରିଙ୍କ କରିଥିବା ଲୋକମାନେ ମନରେ ଆଶଙ୍କା ରଖି କଥାବାର୍ତ୍ତା କରୁଥିବା ଦେଖା ଯାଇଥିଲା ।

ତେଣୁ ଏସବୁ ପରେ ଯାହା ଦେଖା ଯାଇଥିଲା କି ମଦ ପିଇବା ପରେ ମଣିଷର ଆତ୍ମ ବିଶ୍ୱାସ ବଢିଯାଏ । କିନ୍ତୁ ସେହି ଆତ୍ମବିଶ୍ୱାସର ବଳରେ ବେଳେ ବେଳେ ସେ ଏମିତି କିଛି କାମ କରିବସେ ଯାହା ଅନେକାଂଶରେ ସମସ୍ୟା ବି ସୃଷ୍ଟି କରିଥିବାର ନଜିର ରହିଛି । ତେବେ ଆମ ଓଡ଼ିଆରେ ବି ଏକଥା ରହିଛି କି ମଦ ପିଇଦେଲେ ଆମ ଓଡ଼ିଆ ଲୋକଙ୍କ ମୁହଁରୁ ବହୁତ ଇଂଲିଶ ବାହାରେ । ଆପଣ ବି ଦେଖିଥିବେ ନିଶ୍ଚୟ ।

Leave A Reply

Your email address will not be published.