ନବମ ଶ୍ରେଣୀ ଛାତ୍ରଙ୍କ କମାଲ୍: ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ତିଆରି କଲେ ଆଣ୍ଟି ସ୍ଲିପ୍ ଆଲାରାମ୍ ଚଷମା
ସମ୍ବଲପୁର: ଆଜିକାଲି ଦିନକୁ ଦିନ ଦୁର୍ଘଟଣାର ସଂଖ୍ୟା ବଢ଼ିବାରେ ଲାଗିଛି । ସେ ସହର ହେଉ କି ଗାଁ । ଗାଡିର ସଂଖ୍ୟା ବଢିବା ସହ ବଢିଚାଲିଛି ଦୁର୍ଘଟଣା । ସତ କହିବାକୁ ଗଲେ ସମଗ୍ର ଦେଶରେ ସଡ଼କ ଦୁର୍ଘଟଣା ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହି ଦୁର୍ଘଟଣାରେ କେତେ ଯେ ଲୋକଙ୍କ ଜୀବନ ଯାଉଛି ତାହା ନକହିବା ଭଲ । ଅବହେଳା କାରଣରୁ ହେଉ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଉ, ଏଭଳି ଦୁର୍ଘଟଣା ଘଟିଚାଲିଛି । ଆଉ ଏଥିରେ କେତେ ଯେ ସୁନା ସଂସାର ଚୁନା ହୋଇଯାଉଛି ।
ପ୍ରାୟତଃ ରାତି ସମୟରେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ବା ନିଦ ଆସିବା କାରଣରୁ ଅନେକ ଗାଡି ଦୁର୍ଘଟଣା ହେଉଥିବା ନଜିର ରହିଛି । ତେବେ ଆଖି ଲାଗିଯିବା କାରଣରୁ ହେଉଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏବେ ସମ୍ବଲପୁର ବୁଢ଼ାରାଜା ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ତିଆରି କରିଛନ୍ତି ଆଣ୍ଟି ସ୍ଲିପ୍ ଆଲାରାମ୍ ଚଷମା ।
ଏହି ଆଣ୍ଟି ସ୍ଲିପ୍ ଆଲାରାମ୍ ଚଷମାକୁ ଏପରି ତିଆରି କରାଯାଇଛି, ଯଦି କୌଣସି ବ୍ୟକ୍ତି ଏହାକୁ ପିନ୍ଧିଥିବା ବେଳେ ଆଖି ବନ୍ଦ କରେ ବା ଶୋଇପଡେ ତେବେ ଚଷମାରୁ ଏକ ଲାଇଟ ଜଳିବା ସହ ଆଲାରାମ୍ ବା ସାଉଣ୍ଡ ବାଜିବ । ଯାହାଫଳରେ ଚାଳକଙ୍କର ନିଦ ଭାଙ୍ଗିଯିବ । ସବୁଠାରୁ ବଡ କଥା ଏହି ଚଷମାକୁ ମାତ୍ର ମାତ୍ର ୪୦୦ ଟଙ୍କା ଖର୍ଚ୍ଚ କରି ତିଆରି କରାଯାଇପାରିଛି ।