କାଲି ସୋମବତୀ ଅମାବାସ୍ୟାରେ ଦୁର୍ଲଭ ସଂଯୋଗ, ଦାନ-ପୁଣ୍ୟ କଲେ ମିଳିବ ବିଶେଷ ଲାଭ

ସନାତନ ଧର୍ମରେ ସୋମବତୀ ଅମାବାସ୍ୟାର ଧାର୍ମିକ ମହତ୍ତ୍ୱ ରହିଛି । ଯେତେବେଳେ ଅମାବାସ୍ୟା ତିଥି ସୋମବାର ଦିନ ପଡ଼େ, ସେତେବେଳେ ତାହାକୁ ସୋମବତୀ ଅମାବାସ୍ୟା ବୋଲି କୁହାଯାଏ । ୧୫ ଜୁନ ୨୦୨୬ ରେ ପଡ଼ୁଥିବା ଏହି ସୋମବତୀ ଅମାବାସ୍ୟା ଅନେକ ଦୃଷ୍ଟିକୋଣରୁ ଅତ୍ୟନ୍ତ ବିଶେଷ ଏବଂ ଦୁର୍ଲଭ ଶୁଭ ସଂଯୋଗ ଯୁକ୍ତ ବୋଲି ବିବେଚନା କରାଯାଏ ।

ଏହି ବର୍ଷ ସୋମବତୀ ଅମାବାସ୍ୟାରେ ସର୍ବାର୍ଥ ସିଦ୍ଧି ଯୋଗ ଏବଂ ଅମୃତ ସିଦ୍ଧି ଯୋଗ ପରି ଅତ୍ୟନ୍ତ ଶୁଭ ଓ ମଙ୍ଗଳକାରୀ ଯୋଗଗୁଡ଼ିକର ସୃଷ୍ଟି ହେଉଛି । ଯାହା ପୂଜା-ପାଠ ଓ ଦାନ-ପୁଣ୍ୟର ଫଳକୁ ବହୁଗୁଣ ବଢ଼ାଇ ଦେଇଥାଏ । ୧୫ ଜୁନ୍ ସୋମବାର ସକାଳ ୦୮ଟା ୨୪ ମିନିଟ୍ ପର୍ଯ୍ୟନ୍ତ ଏହି ଅମାବାସ୍ୟା ତିଥି ଯୋଗ ରହିଛି । ଉଦୟା ତିଥି ଅନୁସାରେ, ସୋମବତୀ ଅମାବାସ୍ୟାର ବ୍ରତ, ସ୍ନାନ ଓ ଦାନ ୧୫ ଜୁନ ୨୦୨୬ (ସୋମବାର) ଦିନ ହିଁ ପାଳନ କରାଯିବ ।

ସ୍ନାନ-ଦାନ ଏବଂ ପୂଜା ପାଇଁ ଶୁଭ ମୁହୂର୍ତ୍ତ :

ବ୍ରହ୍ମ ମୁହୂର୍ତ୍ତ : ସକାଳ ୪ ଟା ୩ ମିନିଟରୁ ୪ ଟା ୪୩ ମିନିଟ୍ ସ୍ନାନ ପାଇଁ ସର୍ବୋତ୍ତମ ।

ଅଭିଜିତ୍ ମୁହୂର୍ତ୍ତ : ୧୧ଟା ୫୪ ମିନିଟରୁ ରାତି ୧୨ ଟା୫୦ ପର୍ଯ୍ୟନ୍ତ ରହିଛି ।

ସ୍ବତନ୍ତ୍ର ଯୋଗ : ୫ ଟା ୨୩ ମିନିଟରୁ ୭ଟା ୦୮ ମିନିଟ୍ ସମୟ ପର୍ଯ୍ୟନ୍ତ ଲାଭଦାୟକ ।

ସୋମବାର ଭଗବାନ ଶିବଙ୍କୁ ସମର୍ପିତ । ସୋମବତୀ ଅମାବାସ୍ୟାରେ ଶିବ ଓ ପାର୍ବତୀଙ୍କ ପୂଜା କରିବା ଦ୍ବାରା କେବଳ ବୈବାହିକ ଜୀବନରେ ସୁଖ ଓ ଶାନ୍ତି ଆସିନଥାଏ ବରଂ ସୌଭାଗ୍ୟ ମଧ୍ୟ ବୃଦ୍ଧି ପାଏ । ଏହା ବ୍ୟତୀତ, ପିତୃଦୋଷରୁ ମୁକ୍ତି ଏବଂ ପୂର୍ବପୁରୁଷଙ୍କ ଆଶୀର୍ବାଦ ପାଇବା ପାଇଁ ଏହି ଦିନକୁ ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ ।

ଧାର୍ମିକ ଗ୍ରନ୍ଥ ଅନୁସାରେ, ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବା ଏବଂ ଦାନ କରିବା ଅତ୍ୟନ୍ତ ପୁଣ୍ୟ ବୋଲି ବିବେଚନା କରାଯାଏ ।  ତେବେ ସେହି ଜିନିଷ ଗୁଡିକ ବିଷୟରେ ଆସନ୍ତୁ ଜାଣିବା ।

 

ଖାଦ୍ୟ ଦାନ: ଚାଉଳ, ଗହମ, ଡାଲି ଏବଂ ତିଲ ଦାନ କରକରନ୍ତୁ।

ଧଳା ଜିନିଷ: କ୍ଷୀର, ଚିନି ଏବଂ ଦହି ଦାନ କରିବା ବିଶେଷ ଶୁଭ।

ପୋଷାକ ଏବଂ ଅନ୍ୟାନ୍ୟ: ଆପଣଙ୍କ ସାମର୍ଥ୍ୟ ଅନୁସାରେ ଅସହାୟଙ୍କୁ ପୋଷାକ, ଜୋତା କିମ୍ବା ଛତା ଦାନ କରନ୍ତୁ।

ପିତୃ ପୂଜନ: ପିପଲ ଗଛରେ ଜଳ ଅର୍ପଣ କରନ୍ତୁ, ଏହାକୁ ପରିକ୍ରମା କରନ୍ତୁ

ଏହି ଦିନ ତାମସିକ ଖାଦ୍ୟ (ମାଂସ, ମଦ୍ୟପାନ ଇତ୍ୟାଦି) ପରିହାର କରନ୍ତୁ।

ସତର୍କତା :

କ୍ରୋଧ, କଟୁ କଥା ଏବଂ ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ।

 

ନିଜ ମନକୁ ଶାନ୍ତ ରଖନ୍ତୁ ଏବଂ ସାତ୍ତ୍ବିକ ବାତାବରଣ ବନାଇଥାଏ ।