ମାଘ ମାସରେ ପାଳିତ ହୁଏ କେନ୍ଦୁଝରର ନିଆରା ପର୍ବ ‘ମଳିବୁହା’, ପୂରଣ ହୁଏ ମାନସିକଧାରୀଙ୍କ ଇଚ୍ଛା

କେନ୍ଦୁଝର (କେ ନ୍ୟୁଜ) : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ତଳବରଗୋଡା ଗାଁରେ ପାଳିତ ହୁଏ ମଳିଓଷା। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠେ ସମସ୍ତ ପୁରପଲ୍ଲୀ। ଏହି ଓଷାରେ ତଳବରଗୋଡା ଗାଁର ମହିଳାମାନେ ଉପବାସ ରହି ନୂତନ ବସ୍ତ୍ର ପରିଧାନ କରନ୍ତି। ଏହି ଓଷାକୁ ମହିଳାମାନେ ଗାଁର ଠାକୁରାଣୀଙ୍କ ନିକଟରେ ପାଳନ କରନ୍ତି। ଏହି ଓଷାରେ ଗାଁର ଉନ୍ନତି ସାଙ୍ଗକୁ ବିଭିନ୍ନ ରୋଗରୁ ମୁକ୍ତି ପାଇଁ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଏ।

pitha

ଏଥିପାଇଁ ଗାଁ ସାରା ସକାଳ ଠାରୁ ଆରମ୍ଭ କରି ସଞ୍ଜ ଯାଏଁ ଲାଗିଥାଏ ପ୍ରବଳ ଭିଡ଼। ଏହି ଓଷାରେ ଜଙ୍ଗଲରେ ପୋଡପିଠା ପ୍ରସ୍ତୁତ କରାଯାଇ ପଲାଙ୍ଗାରେ ବାଣ୍ଟି ତାକୁ ପୂଜାର୍ଚ୍ଚନା କରାଯିବ ସହ ଗାଁ ଲୋକମାନେ ଏକାଠି ବସି ଖାଇଥାନ୍ତି। ଏଥିପାଇଁ ପିଠାକୁ କାନ୍ଧରେ ବୋହି ନାଚି ଓ ବାଜାର ତାଳେ ତାଳେ ଗାଁର ଦରବାରକୁ ଅଣାଯାଇଥାଏ।

malibuha

ଏହି ଓଷାରେ ମାନସିକଧାରୀ ବ୍ୟକ୍ତିମାନେ ନିଜ ପିଲାଙ୍କୁ ଗ୍ରାମ ଦେବତୀଙ୍କ ନିକଟରେ ସମର୍ପଣ କରିଥାନ୍ତି। ଏହି ଓଷା ଦିନ ପିଲାଙ୍କୁ ଅଚେତ ହେବାକୁ ପଡିଥାଏ। ବିଶ୍ୱାସ ରହିଛି ମନ୍ତ୍ର ଦ୍ୱାରା ଅଚେତ କରାଯାଉଥିବା ବେଳେ ଯଦି କୌଣସି କାରଣରୁ ତଳେ ପିଲାଟି ପଡିଯାଏ ତେବେ ସେ ଆଉ ଚେତା ଫେରି ପାଇବ ନାହିଁ । ତେଣୁ ତାକୁ ତଳେ ପକାଇବାକୁ ଦିଆ ନଯାଇ ଏକ ଧାନ ଗୋହଗ ଉପରେ ଶୋଇବାକୁ ଦେଇଥାନ୍ତି। ଅଚେତ ଅବସ୍ଥାରେ ଏହିପରି ନାଚ ଗୀତର ତାଳେ ତାଳେ ମା ଠାକୁରାଣୀଙ୍କ ନିକଟକୁ ଅଣାଯିବା ସହ ସେଠାରେ ପୂଜାର୍ଚ୍ଚନା କରାଯାଇଥାଏ। ତା’ରେ ଅଚେତ ଥିବା ପିଲାର ଚେତା ଫେରି ଆସିଥାଏ।

କେନ୍ଦୁଝରରୁ ଅକ୍ଷୟ ପାଢୀଙ୍କ ସହ ବାଂଶପାଳରୁ ଦୀପକ ବେହେରା (କେ ନ୍ୟୁଜ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.