ମହାଶିବରାତ୍ରୀରେ ପାକିସ୍ତାନର ଏହିସବୁ ଶିବ ମନ୍ଦିରରେ ହୋଇଥାଏ ବିଶେଷ ପୂଜା

ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କପୂଜା ବିଧି-ବିଧାନ ପୂର୍ବକ କରାଯାଇଥାଏ। ପାଖାପାଖି ସମସ୍ତ ଶିବଲଙ୍ଗରେ ଭଗବାନ ଶଙ୍କରଙ୍କ ପୂଜା ଏବଂ ଅଭିଷେକ କରାଯାଇଥାଏ। ଏହା କେବଳ ଭାରତ ନୁହେଁ ବରଂ ଅନ୍ୟ ଦେଶର ମଧ୍ୟ ଶିବରାତ୍ରୀ ଖୁବ୍ ଧୂମଧାମ୍ ରେ ପାଳନ କରାଯାଇଥାଏ। ଆଜ୍ଞା ହଁ, ଆମେ ଆପଣଙ୍କୁ କହିବାକୁ ଯାଉଛୁ ପାକିସ୍ତାନରେ ଅନେକ ଶିବ ମନ୍ଦିର ରହିଛି, ଯାହା ବହୁତ ପ୍ରସିଦ୍ଧ ଏବଂ ସେଠାରେ ଅତ୍ୟନ୍ତ ଶ୍ରଦ୍ଧାର ସହ ଶିବରାତ୍ରୀ ଦିନ ଭଗବାନ ଶଙ୍କରଙ୍କର ପୂଜା କରାଯାଇଥାଏ। ତେବେ ଜାଣନ୍ତୁ ଶିବରାତ୍ରୀ ଦିନ ପାକିସ୍ତାନର କେଉଁ କେଉଁ ଶିବ ମନ୍ଦିରରେ ପୂର୍ଣ୍ଣ ଶ୍ରଦ୍ଧାର ସହ ପୂଜା କରାଯାଇଥାଏ।
ରତ୍ନେଶ୍ୱର ମହାଦେବ (କରାଚି):
ଭଗବାନ ଶିବଙ୍କ ପ୍ରସିଦ୍ଧ ମନ୍ଦିର ରତେନଶ୍ୱର ମହାଦେବ ପାକିସ୍ତାନର କରାଚି ସହରରେ ଅବସ୍ଥିତ। ଲୋକଙ୍କ କହିବାନୁଯାୟୀ ଏହି ମନ୍ଦିର ପାଖାପାଖି ୧୫୦ ବର୍ଷ ପୁରୁଣା ଶିବ ମନ୍ଦିର। ଏହି ମନ୍ଦିରରେ ଭଗବାନ ଶଙ୍କରଙ୍କ ସହ ସମସ୍ତ ଦେବୀ-ଦେବତାଙ୍କ ପ୍ରତିମା ସ୍ଥାପିତ କରାଯାଇଛି।
କଟାସରାଜ ଶିବ ମନ୍ଦିର (ପଞ୍ଜାବ):
ପାକିସ୍ତାନର ପଞ୍ଜାବରେ ଭଗବାନ ଶିବଙ୍କ ପ୍ରସିଦ୍ଧ କଟାସରାଜ ଶିବ ମନ୍ଦିର ହିନ୍ଦୁମାନଙ୍କ ଭକ୍ତିର ପ୍ରମୁଖ କେନ୍ଦ୍ର। ଏହି ମନ୍ଦିର ହିନ୍ଦୁମାନଙ୍କ ତୀର୍ଥସ୍ଥଳୀ। ଏହାବ୍ୟତୀତ ଏହି ମନ୍ଦିର ବିଷୟରେ ମାନ୍ୟତା ରହିଛି ଯେତେବେଳେ ମାତା ସତୀ ହୋଇଥିଲେ ସେହି ସମୟରେ ଭଗବାନ ଶଙ୍କରଙ୍କ ଆଖିରୁ ଦୁଇ ବୁନ୍ଦା ଲୁହ ବାହାରି ଆସିଥିଲା। ଯାହାଦ୍ୱାରା ଗୋଟିଏ ବୁନ୍ଦା ଆଖିର ଲୁହ ଯେଉଁଠି ପଡିଥିଲା ସେଠାରେ କଟାସ ପୁଷ୍କରିଣୀର ଅମୃତ କୁଣ୍ଡ ସୃଷ୍ଟି ହୋଇଥିଲା ଏବଂ ଅନ୍ୟ ଲୁହ ବୁନ୍ଦା ପଡିଥିବା ସ୍ଥାନ ପୁଷ୍କରରାଜ ତୀର୍ଥସ୍ଥଳ ହୋଇଥିଲା। ଏହି ଶିବ ମନ୍ଦିର ପାଖାପାଖି ୯୦୦ ବର୍ଷ ପୁରୁଣା।
ତେଜା ସିଂହ ଶିବ ମନ୍ଦିର (ଉମରକୋଟ):
ପାକିସ୍ତାନର ଉମରକୋଟରେ ଭଗବାନ ଶିବଙ୍କ ପ୍ରସିଦ୍ଧ ମନ୍ଦିର ପାଖାପାଖି ୧୦୦୦ ବର୍ଷ ପୁରୁଣା ଶିବ ମନ୍ଦିର। ଏହି ମନ୍ଦିରରେ ଗତ ୭୨ ବର୍ଷ ପୂର୍ବରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଥିଲା। ୧୦ତମ ଶତାଦ୍ଦୀରେ ଏହି ମନ୍ଦିର ନିର୍ମାଣ ହୋଇଥିଲା ଏବଂ ଏହି ମନ୍ଦିର ତେଜା ସିଂହ ମନ୍ଦିରର ସ୍ଥାପତ୍ୟ ଏବଂ ଏହାର ନକ୍କାଶୀ ମନ୍ଦିରକୁ ସୁନ୍ଦର ଓ ସ୍ୱତନ୍ତ୍ର କରିପାରିଛି।
ମନସହେରା ଶିବ ମନ୍ଦିର:
ପାକିସ୍ତାନର ଚେତ୍ତି ଗଟ୍ଟୀ ଅଞ୍ଚଳରେ ଏଭଳି ଏକ ଶିବ ମନ୍ଦିର ରହିଛି, ଯାହା ହିନ୍ଦୁମାନଙ୍କ ଭକ୍ତି କେନ୍ଦ୍ର ହୋଇପାରିଛି। ଏହି ମନ୍ଦିର ଅନେକ ଐତିହାସିକ ମହତ୍ୱ ରହିଛି। ଏହି ମନ୍ଦିରର ଗର୍ଭଗୃହରେ ଶିବଲିଙ୍ଗ ସ୍ଥାପିତ ହୋଇଛି, ଯାହା ୨୦୦୦ ବର୍ଷ ପୁରୁଣା ମନ୍ଦିର। ଲୋକଙ୍କ କହିବାନୁଯାୟୀ ମହାଶିବରାତ୍ରୀ ଦିନ ଏହି ମନ୍ଦିରରେ ବଡ ଧୂମଧାମର ସହ ଉତ୍ସବ ପାଳନ କରାଯାଇଥାଏ। ଶିବରାତ୍ରୀ ଦିନ ଏଠାରେ ଭକ୍ତଙ୍କ ଗହଳି ଲାଗି ରହିଥାଏ।