ଅଭିଶାପରୁ ମୁକ୍ତି ପାଇବା ପାଇଁ ମାଘ ମାସରେ ଗଙ୍ଗା ସ୍ନାନ କରିଥିଲେ ଇନ୍ଦ୍ରଦେବ, ଜାଣନ୍ତୁ ଆଉ କ’ଣ ରହିଛି ଏହି ମାସର ମହତ୍ତ୍ୱ

ହିନ୍ଦୁ ଧର୍ମରେ ମାଘ ମାସର ବିଶେଷ ମହତ୍ତ୍ୱ ରହିଥାଏ। ଆଜିଠାରୁ ମାଘ ମାସ ଆରମ୍ଭ ହେଉଛି। ଯାହା ଫେବୃଆରୀ ୧୬ରେ ସରିବ। ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସରେ ଦାନ ଏବଂ ସ୍ନାନ କରିବା ଉଚିତ। ମାଘ ଶବ୍ଦର ସଂପର୍କ ଶ୍ରୀକୃଷ୍ଣଙ୍କର ସ୍ୱରୂପ ମାଧବ ସହିତ ରହିଥାଏ। ତେବେ ଏହା ସହିତ ଜଡିତ ମାନ୍ୟତା କ’ଣ ରହିଛି ଜାଣନ୍ତୁ…

ମାଘ ମାସରେ ପବିତ୍ର ସ୍ନାନ, ଦାନ ଆଦି କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ମାଘ ମାସରେ ଅଧିକ ମାତ୍ରାରେ ଧାର୍ମିକ ପର୍ବ ପଡିଥାଏ ଏହା ସହିତ ପ୍ରକୃତି ମଧ୍ୟ ଅନୁକୂଳ ହୋଇଥାଏ। ଏହି ମାସରେ ସଙ୍ଗମ ସ୍ଥଳରେ କଳ୍ପବ୍ୟାସ ମଧ୍ୟ କରାଯାଏ। ଯାହା ଫଳରେ ବ୍ୟକ୍ତିର ଶରୀର ଏବଂ ଆତ୍ମା ସଂପୂର୍ଣ୍ଣ ଭାବେ ନୂଆ ହୋଇଯାଏ। ପୌରାଣିକ କଥା ଅନୁସାରେ ମାଘ ମାସରେ ଗୌତମ ଋଷି ଇନ୍ଦ୍ରଦେବଙ୍କୁ ଅଭିଶାପ ଦେଇଥିଲେ। ଯେତେବେଳେ ଇନ୍ଦ୍ର ଦେବଙ୍କୁ ନିଜ ଭୁଲର ଅନୁତାପ ହେଲା ସେତେବେଳେ ସେ ଗୌତମ ଋଷିଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଗୌତମ ଋଷି ଇନ୍ଦ୍ରଦେବଙ୍କୁ ମାଘ ମାସରେ ଗଙ୍ଗା ସ୍ନାନ କରି ପ୍ରାୟଶ୍ଚିତ କରିବାକୁ କହିଥିଲେ। ସେତେବେଳେ ଇନ୍ଦ୍ରଦେବ ମାଘ ମାସରେ ଗଙ୍ଗା ସ୍ନାନ କରିଥିଲେ। ଫଳସ୍ୱରୂପ ଇନ୍ଦ୍ରଦେବଙ୍କୁ ଅଭିଶାପରୁ ମୁକ୍ତି ମିଳିଥିଲା। ତେଣୁ ଏହି ମାସର ବିଶେଷ ମହତ୍ତ୍ୱ ରହିଥାଏ।

ମାନ୍ୟତା ରହିଛି କି, ଏହି ମାସରେ ପବିତ୍ର ନଦୀରେ ସ୍ନାନ କରିବା ଦ୍ବାରା ସକାରାତ୍ମକ ଉର୍ଜା ଭରି ରହିଥାଏ। ଏହି ଉର୍ଜା ବିଭିନ୍ନ ପ୍ରକାର ରୋଗକରୁ ବଞ୍ଚାଇଥାଏ। ମାଘ ମାସରେ ଅନୁଶାସିତ ଜୀବନଶୈଳୀ ଆପଣାଇବା ଯୋଗୁଁ ଅନେକ ପ୍ରକାର ସମସ୍ୟାରୁ ମୁକ୍ତି ମିଳିଥାଏ। ମାଘ ମାସର ଖରା ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ତେଣୁ ଏହି ମାସରେ ସୂର୍ଯ୍ୟଦେବତାକୁ ପୂଜା କରାଯିବାର ବିଶେଷ ମହତ୍ତ୍ବ ରହିଛି। ମାଘର ମାସର ଖରା ପିଲାଙ୍କୁ ନିମୋନିଆ ଏବଂ ଥଣ୍ଡା ଭଳି ରୋଗରୁ ରକ୍ଷା କରିଥାଏ। ଏହାଛଡା ବୟସ୍କ ଲୋକ ଖରାରେ ବସିବା ଦ୍ୱାରା ସେମାନଙ୍କ ହାଡ ଜନିତ ସମସ୍ୟା ଦୂର ହୋଇ ଆରାମ ମିଳିଥାଏ।

magh-mass

ମାଘ ମାସରେ ନିୟମିତ ପୂଜାର୍ଚ୍ଚନା କଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୁଏ ଓ ଆର୍ଥିକ ସ୍ଥିତି ମଜଭୁତ ରହିଥାଏ। ମାଘ ମାସରେ ବିଷ୍ଣୁଙ୍କୁ ପୂଜା କରିବା ବେଳେ ରାଶି ଅର୍ପଣ କରନ୍ତୁ। ସମସ୍ତ ପାପରୁ ମୁକ୍ତି ମିଳିବ। ଶାସ୍ତ୍ରରେ ଦାନର ବିଶେଷ ମହତ୍ତ୍ୱ ରହିଛି। ମାତ୍ର ମାଘ ମାସରେ ଦାନର ଖାସ୍‌ ମହତ୍ତ୍ୱ ରହିଛି। ଏହି ମାସରେ ଶୀତ ବସ୍ତ୍ର ଦାନ କଲେ ଭଗବାନ ପ୍ରସନ୍ନ ହୁଅନ୍ତି।

ଏମିତି କରନ୍ତୁ ପୂଜା:

ମାଘ ମାସରେ ସକାଳୁ କୃଷ୍ଣ ଭଗବାନଙ୍କୁ ହଳଦିଆ ଫୁଲ ଅର୍ପଣ କରିବା ସହିତ ପଞ୍ଚାମୃତ ଅର୍ପଣ କରନ୍ତୁ। ମାଘ ମାସରେ କୃଷ୍ଣଙ୍କ ମନ୍ତ୍ର ଜପ କରିବା ଉଚିତ ଏବଂ ପବିତ୍ର ନଦୀର ସ୍ନାନ କରିବା ଉଚିତ। ପ୍ରତିଦିନ କୌଣସି ନିର୍ଧନ ବ୍ୟକ୍ତିଙ୍କୁ ଭୋଜନ ନିଶ୍ଚିତ କରାନ୍ତୁ ।

ମାଘ ମାସରେ ସ୍ୱାତ୍ତିକ ଭୋଜନ କରନ୍ତୁ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରନ୍ତୁ। ପ୍ରତିଦିନ ସ୍ନାନ କରନ୍ତୁ। ସକାଳୁ ବିଳମ୍ବ ଯାଏଁ ନ ଶୋଇ ସ୍ନାନ କରି ନିଜ କାମ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.