ଆଜିବି ମଧୁବାବୁଙ୍କୁ ଝୁରୁଛି ଏମାଟି, ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ଆଜି ହେଉଛି ଉତ୍କଳର ସେହି ମହାନ ବରପୁତ୍ର ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ୮୭ ତମ ଶ୍ରାଦ୍ଧ ବାର୍ଷିକ। ସେହି ପଗଡି ପୁରୁଷଙ୍କ ଏନ୍ତୁଡି ନିଆଁ ଦିନେ ଜଳି ଉଠିଥିଲା କଟକ ଜିଲ୍ଲା ସାଲେପୁରର ସତ୍ୟଭାମାପୁର ଗାଁରେ। ପରବର୍ତ୍ତୀ ସମୟରେ ସେହି ଶିଶୁ ପାଲଟିଯ଼ାଇଥିଲା ଏଜାତୀର ପ୍ରାଣ ପ୍ରତିଷ୍ଠାତା। ଏବେବି ତାଙ୍କ ଦେଶ ଭକ୍ତିର ସ୍ୱାଭାମାନୀ ଗାଥା ମନେପଡିଗଲେ ଆପେ ଆପେ ମଥା ନଇଁଯାଏ ତାଙ୍କ ପାଦତଳେ। ଆଉ ୧୯୩୪ ମସିହା ଆଜିର ଦିନରେ ସବୁ ଦିନ ପାଇଁ ମାଟି ମାଆ କୋଳରେ ଚିର ନିଦ୍ରାରେ ଶୋଇ ପଡିଥିଲେ ସେହି ମହାନ ବରପୁତ୍ର। ଏନ୍ତୁଡି ଶାଳ ମାଟି କାନ୍ଥରେ କାଚଫ୍ରେମ୍ ମଧ୍ୟରେ ଝୁଲୁଥିବା ଫୋଟଚିତ୍ର ସେଦିନର ଇତିହାସକୁ ମନେପକାଇ ଦେଉଛି। ଆଉ ଘରକୁ ଲାଗି ରହିଥିବା ରସକୁଣ୍ଡ ନିଳ ପୋଖିରୀ ଜଳରାଶି ବଖାଣୁଛି ତାଙ୍କ ଅଳି ଅଝଟ। ଏମାଟି ଆଜିବି ତାଙ୍କୁ ଝୁରୁଛି ଆଉ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଯିବା ତାଙ୍କରି ଜନ୍ମ ମାଟି ସାଲେପୁରର ସତ୍ୟଭାମାପୁର ଗାଁକୁ।

୧୮୮୪ ମସିହା ଏପ୍ରିଲ ୨୮ ତାରିଖ ତଥା ଆଜିର ଦିନରେ ଏହି ଏନ୍ତୁଡିଶାଳରେ ଜଳିଥିଲା ସେହି ସ୍ୱାଭିମାନୀ ବୀର ପୁରୁଷ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଏନ୍ତୁଡି ନିଆଁ। ଆଉ ଜୀବନ ବ୍ୟାପି ଉତ୍କଳ ମାତାର ସ୍ୱାଭିମାନ ଓ ପ୍ରତ୍ୟକ ଓଡିଆଙ୍କ ସ୍ୱାଭିମାନ ପାଇଁ ଲଢେଇ କରି କରି ଶେଷରେ ୧୮୩୪ ମସିହା ଆଜିର ଦିନରେ ଚିର ନିଦ୍ରାରେ ଶୋଇ ପଡିଥିଲେ ପଗଡି ପୁରୁଷ ମଧୁବାବୁ। ଆଜିବି ସେହି ଏନ୍ତୁଡିଶାଳ ଚାଳଘର ମାଟିକାନ୍ଥରେ ଝୁଲିଛି ଫୋଟଫ୍ରେମ ଭିତରେ ମଧୁବାବୁଙ୍କ ଜୀବନ ଜୟଯାତ୍ରର ଅଭୁଲା ସ୍ମୃତି ଛବି। ଏହି ଜନ୍ମମାଟିର ମାଟି,ପାଣି, ପବନରେ ଗୁଞ୍ଜରିତ ହେଉଛି ତାଙ୍କର ଦେଶ ଭକ୍ତିର ଗାଥା। ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପ୍ରତ୍ୟକ ସ୍ୱାଭାମାନି ଓଡିଆ ଏବଂ ତାଙ୍କ ଦେଶ ଭକ୍ତିର ଗୁଣଗାନ କରୁଛନ୍ତି। ଏହି ଶ୍ରାଦ୍ଧ ବାର୍ଷିକିରେ ତାଙ୍କ ଗାଁକୁ ଆସି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ନିଜକୁ ଓଡିଆ ଭାବେ ଗର୍ବ ଅନୁଭବ କରିଛନ୍ତି।

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏହି ପୀଠର ଉନ୍ନତି କରଣର କାମ ହାତକୁ ନେଇଛି ସତ ହେଲେ କାର୍ଯ୍ୟ ଏପର୍ଯ୍ୟନ୍ତ ସରୁନି। ଖାଲି ସେତିକି ନୁହେଁ ଏହାକୁ ଜାତୀୟ ସ୍ମୃତି ପୀଠର ପରିଣତ କରିବାରେ ବିଳମ୍ବ ହେବା ଓ ଯେତିକି ଏହି ପୀଠକୁ ପ୍ରାଧାନ୍ୟ ଦେବାକଥା ରାଜ୍ୟ ସରକାର ପକ୍ଷରୁ ହଉ ବା କେନ୍ଦ୍ର ସରକାର ପକ୍ଷରୁ କେଉଁଠି ନା କେଉଁଠି ଉଣା କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଅନ୍ୟପଟେ ମଧୁବାବୁଙ୍କ ଏହି ଐତିହକୁ ସାଇତି ରଖିଥିବା କୌସ୍ତୃରବା ଗାନ୍ଧି ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସରକାରଙ୍କ ପଦକ୍ଷେପକୁ ମଧ୍ୟ ସ୍ୱାଗତ କରାଯାଇଥିବାବେଳେ ଏହି ସ୍ଥାନର ଅଧିକରୁ ଅଧିକ ଉନ୍ନତି କରଣ କଲେ ଏହା ଏକ ପର୍ଯ୍ୟଟନ ସ୍ଥଳିରେ ପରିଣତ ହୁଅନ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.