ଟ୍ରେଣ୍ଡିଂ ବଙ୍ଗାଳି ଗୀତ ‘କଚା ବାଦାମ’ରେ ଜବରଦସ୍ତ ଡ୍ୟାନ୍ସ କଲେ ଏୟାର ହଷ୍ଟେସ୍, ଦେଖନ୍ତୁ ଭାଇରଲ ଭିଡିଓ
ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରଲ ହୋଇଥାଏ। ଆଉ ବେଳେ ଟ୍ରେଣ୍ଡରେ ଥିବା ଗୀତକୁ ନେଇ ଯେଉଁ ଭିଡିଓ ଭାଇରଲ ହୁଏ, ତାହା ଭାଇରଲ ହୋଇଯାଏ। ଏବେ ସୋସିଆଲ ମିଡିଆରେ ଏକ ବହୁତ ସୁନ୍ଦର ଡ୍ୟାନ୍ସ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖି ଆପଣ ନିଶ୍ଚିତ ଓ୍ଵା ଓ୍ଵା କହିବେ। ଏହି ଭିଡିଓରେ ଜଣେ ଏୟାର ହଷ୍ଟେସ ଟ୍ରେଣ୍ଡିଂରେ ଥିବା ବଙ୍ଗାଳୀ ଗୀତ ‘କଚା ବାଦାମ’ ରେ ଡ୍ୟାନ୍ସ କରୁଛନ୍ତି। ତାଙ୍କ ଭିଡିଓ ଏବେ ଇଣ୍ଟରନେଟରେ ଭାଇରଲହେଉଛି।
ଯେଉଁ ଭିଡିଓ ଇଣ୍ଟରନେଟରେ ଭାଇରଲ ହେଉଛି, ସେଥିରେ ଜଣେ ଏୟାର ହଷ୍ଟେସ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଏୟାର ହଷ୍ଟେସ ଜଣକ ସ୍ପାଇସ ଜେଟରେ କାମ କରନ୍ତି। ତାଙ୍କ ନାମ ଉମା ମୀନାକ୍ଷୀ। ଉମାଙ୍କ ଆଉ ଏକ ଭିଡିଓ ନିକଟରେ ଭାଇରଲ ହୋଇଥିଲା। ଯେଉଁଥିରେ ସେ ଲେଜି ଲାଡ ଗୀତରେ ଗୀତରେ ଡ୍ୟାନ୍ସ କରି ଟ୍ରେଣ୍ଡରେ ରହିଥିଲେ। ଏବେ ବଙ୍ଗାଳୀ ଗୀତ ‘କଚା ବାଦାମ’ରେ ଡ୍ୟାନ୍ସ କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।
View this post on Instagram
ଭିଡିଓରେ ଉମା ଏୟାରହଷ୍ଟେସ ଡ୍ରେସରେ ବିମାନ ଭିତରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହା ଇନଷ୍ଟାଗ୍ରାମରେ ଭାଇରଲ ଭିଡିଓ ହୋଇଯାଇଛି। ଆଉ କଚା ବାଦାମ ଗୀତ ଇନଷ୍ଟାରେ ଭାଇରଲ ଅଡିଓ ହୋଇଯାଇଛି।
ଏହି ଗୀତକୁ ପଶ୍ଚିମବଙ୍ଗର ଜଣେ ବାଦାମ ବିକ୍ରି କରୁଥିବା ବ୍ୟକ୍ତି ଭୁବନ ବଡୟାକର ଗାଉଥିଲେ। ଏହା ତା’ ପରେ ଭାଇରଲ ହୋଇଗଲା। ଆଉ ଯାହା ଏବେ ଇନଷ୍ଟାଗ୍ରାମରେ ଭାଇରଲ ଅଡିଓ ପାଲଟିଛି।qq