ଗୁଣ୍ଡୁଚିକୁ ଆକ୍ରମଣ କରିବା ସାପ ପାଇଁ ପଡିଲା ମହଙ୍ଗା, ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିଲେ ମଣିଷ ଅତର୍କିତ ଭାବେ କେଉଁଆଡେ ଧାଇଁବାକୁ ଲାଗେ। ଆଉ ବେଳେ ବେଳେ ଭୟଙ୍କର ସାପ ସାମ୍ନାରେ ପଡିଗଲେ କଥା ସରିଲା। ଭାରତରେ ଏମିତି ଅନେକ ପ୍ରକାର ବିଷାକ୍ତ ସାପ ଦେଖିବାକୁ ମିଳିଥାନ୍ତି। ଆଉ ଆପଣ ନିଜ ବାଡି ଘରେ କିମ୍ବା ବାହାରେ ଅନେକ ପ୍ରକାର ସାପ ଦେଖିଥିବେ। ଅନେକ ଥର ସୋସିଆଲ ମିଡିଆରେ ଭାଇରଲ ଭିଡିଓ ମଧ୍ୟ ଦେଖିଥିବେ।

ସାପ ଏବଂ ନେଉଳ ଭିଡିଓ ଆପଣ ନିଶ୍ଚିତ ଦେଖିଥିବେ। ଆଉ ନେଉଳକୁ ଦେଖିବା ମାତ୍ରେ ସାପ ଏମିତି ଡରିଥାଏ, ଯାହା କଥା ନ କହିବା ଭଲ। ଆପଣମାନେ ସାପ ନେଉଳ, ସାପ ବିଲେଇ ଲଢୁଥିବା ଭିଡିଓ ଦେଖିଥିବେ। କିନ୍ତୁ କେବେ ଆପଣ ସାପ ଆଉ ଗୁଣ୍ଡୁଚିମୂଷା ପରସ୍ପର ଲଢୁଥିବା ଭିଡିଓ ଦେଖିଛନ୍ତି କି ? ଏହି ଭିଡିଓକୁ ଦେଖିଲେ ଆପଣ ନିଶ୍ଚିତ ଜାଣିପାରିବେ।

ଭିଡିଓ ଦେଖିବାକୁ ମିଳିଛି, ଗୁଣ୍ଡୁଚିମୂଷାଟି ଜଙ୍ଗଲରେ ପଥର ଉପରେ ବସିଥିବା ବେଳେ ସାପ ତା’ ଉପରେ ଆକ୍ରମଣ କରିଛି। କିନ୍ତୁ ସାପ ଆକ୍ରମଣ କରିବା ଦେଖି ଭୟ କରିନାହିଁ ଗୁଣ୍ଡୁଚି। ଗୁଣ୍ଡୁଚି ନିଜକୁ ବଞ୍ଚାଇବା ପାଇଁ ପ୍ରଥମେ ପଛକୁ ଚାଲି ଯାଇଛି, କିନ୍ତୁ ତା’ ପରେ ଯାହା କରି ତାହା କେବେ ବି ସାପ ଚିନ୍ତା କରିନଥିବ। ନିଜକୁ ବଞ୍ଚାଇବା ପାଇଁ ଗୁଣ୍ଡୁଚି ସାପ ଉପରେ ଆକ୍ରମଣ କରିଛି।

ସାପକୁ ଗୁଣ୍ଡୁଚି ଜୋରଦାର ଆକ୍ରମଣ କରିଛି। ଗୁଣ୍ଡୁଚି ସାପ ଫଣାକୁ କାମୁଡି ଖାଇଦେଇଛି। ୧୯ ସେକେଣ୍ଡର ଏହି ଭିଡିଓ ଦେଖିଲେ ସାପର କି ଅବସ୍ଥା ହୋଇଛି, ତାହା ଜାଣିପାରିବେ। ଏହି ଭିଡିଓକୁ ଟ୍ବିଟରରେ ଆଇଏଫଏସ ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଯାହାକୁ ବହୁମାତ୍ରାରେ ସେୟାର କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.